Advertisment

ପରଲୋକରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗି

ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କର ପରଲୋକ ହୋଇଛି। ରାଜୀବ ତ୍ୟାଗିଙ୍କର ଅଚାଚକ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗାଜିଆବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। आज शाम 5:00 बजे आज तक पर रहूंगा। धन्यवाद। — Rajiv Tyagi (@RTforINDIA) August 12, 2020 ରାଜୀବ ତ୍ୟାଗି କଂଗ୍ରେସର ଆଗଧାଡ଼ିର ମୁଖପାତ୍ର ଥିଲେ ଏବଂ ଟିଭି ଚ୍ୟାନେଲର ଡିବେଟରେ […]

author-image
Ranjeet Kumar Jena
ପରଲୋକରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗି

rajeev1

ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କର ପରଲୋକ ହୋଇଛି। ରାଜୀବ ତ୍ୟାଗିଙ୍କର ଅଚାଚକ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗାଜିଆବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

https://twitter.com/RTforINDIA/status/1293490348258258944?s=20

ରାଜୀବ ତ୍ୟାଗି କଂଗ୍ରେସର ଆଗଧାଡ଼ିର ମୁଖପାତ୍ର ଥିଲେ ଏବଂ ଟିଭି ଚ୍ୟାନେଲର ଡିବେଟରେ ପ୍ରଭାବଶାଳୀ ଭାବେ ନିଜ ପାର୍ଟିର ପକ୍ଷ ରଖୁଥିଲେ। ରିପୋର୍ଟ ଅନୁଯାୟୀ, ଆଜି ଦିନସାରା ରାଜୀବଙ୍କ ସ୍ୱାସ୍ଥ୍ୟ ଠିକଠାକ୍ ଥିଲା। ସେ ମଧ୍ୟ ଟ୍ୱିଟ୍ କରି ସନ୍ଧ୍ୟା ୫ଟା ବେଳେ ଏକ ଟିଭି ଚ୍ୟାନେଲରେ ଯୋଗ ଦେବା ନେଇ କହିଥିଲେ। ଏପରିକି ସେ ଡିବେଟରେ ସାମିଲ୍‌ ମଧ୍ୟ ହୋଇଥିଲେ। କିନ୍ତୁ ଘରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା ଏବଂ ସେ ଅଚେତ୍ ହୋଇପଡ଼ିଥିଲେ। ସେହି ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

https://twitter.com/INCIndia/status/1293554614789234688?s=20

କଂଗ୍ରେସ ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ରାଜୀବଙ୍କ ପରଲୋକଙ୍କ ଶୋକ ପ୍ରକାଶ କରିଛି। କଂଗ୍ରେସ ଲେଖିଛି, ରାଜୀବଙ୍କ ଅଚାନକ ପରଲୋକରେ ଆମେ ସମସ୍ତେ ବହୁତ ଦୁଃଖୀ। ସେ ଜଣେ ବିଶ୍ୱସ୍ତ କଂଗ୍ରେସ ନେତା ଏବଂ ସଚ୍ଚୋଟ ଦେଶଭକ୍ତ ଥିଲେ। ଏଭଳି ଏକ ଦୁଃଖଭରା ସମୟରେ ତାଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା ରହିଛି।

Advertisment

https://twitter.com/sambitswaraj/status/1293552371696467974?s=20

ତାଙ୍କ ପରଲୋକରେ ରାଜନୀତିକ ବ୍ୟକ୍ତିମାନେ ମଧ୍ୟ ଶୋକ ଜଣାଇଛନ୍ତି। ଟିଭି ଡିବେଟ୍ସରେ ରାଜୀବଙ୍କ ସହ ନଜର ଆସୁଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ର ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସମ୍ବିତ କହିଛନ୍ତି, କଂଗ୍ରେସରେ ମୋର ପ୍ରିୟ ମୁଖପାତ୍ର ରାଜୀବ ତ୍ୟାଗି ଆମ ସହ ଆଉ ନାହାନ୍ତି। ଆଜି ୫ଟା ବେଳେ ଆମେ ଏକାଠି ଡିବେଟ୍ କରିଥିଲୁ। ଜୀବନ ବହୁତ ଅନିଶ୍ଚିତ। ଏବେ ଏହାକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ ନାହିଁ। ସେହିପରି ଆଉ କିଛି ନେତା ମଧ୍ୟ ରାଜୀବଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।

Advertisment
Advertisment