/odishatv-khabar/media/post_attachments/uploadimage/library/16_9/16_9_0/congress-mp-1_1621147493.jpg)
congress mp
ପୁଣେ: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସାତୱଙ୍କ ପରଲୋକ ହୋଇଛି। ଆଜି ସକାଳେ ପୁଣେ ସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। କରୋନାରୁ ସୁସ୍ଥ ହେବାର କିଛିଦିନ ପରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ରାଜୀବ ସାତୱ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅତି ନିକଟତର ଥିଲେ। ଏପ୍ରିଲ ୨୨ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ସେ ଆଉ ଏକ ନୂଆ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଯାହାର ନାଁ Cytomegalovirus ଓ ଏହାପରେ ଧୀରେଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା ବୋଲି ସୂଚନା ମିଳିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ରାଜୀବ ସାତୱଙ୍କ ବିୟୋଗରେ ରାହୁଲ ଗାନ୍ଧି ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ରାହୁଲ ଗାନ୍ଧିଙ୍କ ସମେତ ପ୍ରମୁଖ ରାଜନେତା ରାଜୀବ ସାତୱଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।
I’m very sad at the loss of my friend Rajeev Satav. He was a leader with huge potential who embodied the ideals of the Congress.
It’s a big loss for us all. My condolences and love to his family. pic.twitter.com/mineA81UYJ
— Rahul Gandhi (@RahulGandhi) May 16, 2021
ସୂଚନା ଅନୁସାରେ, ପାଖାପାଖି ୨୦ ଦିନ ଯାଏ ସେ କରୋନାରେ ସଂକ୍ରମିତ ହୋଇଥିଲେ। ୪ ଦିନ ପୂର୍ବେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ତାଙ୍କ ଫୁସଫୁସ ଅଧିକ ସଂକ୍ରମିତ ହୋଇଥିଲା।
ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ବି ଉପରମୁହାଁ । ବିଗତ ତିନି ଦିନ ଧରି କରୋନା ସଂକ୍ରମଣ ସାମାନ୍ୟ କମିଥିବା ଦେଖିବାକୁ ମିଳୁଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମିତ ସଂଖ୍ୟାରେ ହ୍ରାସ ଦେଖାଯାଉଛି । ଅନ୍ୟପଟେ ଦକ୍ଷିଣ ଭାରତରେ କିନ୍ତୁ କରୋନା ସଂକ୍ରମଣ ଶୀର୍ଷରେ ରହିଛି । କେରଳ ଓ କର୍ଣ୍ଣାଟକ ସମେତ ପୂରା ଦକ୍ଷିଣ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)