Advertisment

ରାହୁଲ ଗାନ୍ଧୀ କରୋନା ପଜିଟିଭ୍‌

କରୋନାରେ ସଂକ୍ରମିତ ହେଲେ ରାହୁଲ ଗାନ୍ଧୀ। ପଜିଟିଭ୍‌ ଆକ୍ରାନ୍ତ ହେବା ପରେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡଲରୁ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧୀ। ଏଠାରେ କହିରଖୁଛୁ, ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା।

author-image
Sarbeswar
ରାହୁଲ ଗାନ୍ଧୀ କରୋନା ପଜିଟିଭ୍‌

rahul-gandhi

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେଲେ ରାହୁଲ ଗାନ୍ଧୀ। ପଜିଟିଭ୍‌ ଆକ୍ରାନ୍ତ ହେବା ପରେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡଲରୁ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧୀ। ଏଠାରେ କହିରଖୁଛୁ, ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା। ଜଣଙ୍କ ପରେ ଜଣେ କରୋନାର ମାୟା ଜାଲରେ ଶିକାର ହେଉଛନ୍ତି। ପୂର୍ବରୁ ରାହୁଲ ଗାନ୍ଧୀ ବଙ୍ଗ ନିର୍ବାଚନରେ ଆଉ ରାଲି କରିବେ ନାହିଁ ବୋଲି କହିବା ସହ ଅନ୍ୟ ରାଜନୈତିକ ଦଳମାନଙ୍କୁ ମଧ୍ୟ ରାଲି ନକରିବା ଲାଗି ନିବେଦନ କରିଥିଲେ। ହେଲେ ଆଜି ନିଜେ ରାହୁଲ ଗାନ୍ଧୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଏହାସହ ରାହୁଲ କହିଛନ୍ତି ଯେ, ମୋର ସାମାନ୍ୟ ଲକ୍ଷଣ ଥିଲା। କିନ୍ତୁ ଟେଷ୍ଟ୍‌ରୁ କରୋନା ପଜିଟିଭ୍‌ ବୋଲି ସୂଚନା ମିଳିଛି। ଏହାସହ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସୁରକ୍ଷା ଆପଣାନ୍ତୁ ବୋଲି ରାହୁଲ କହିଛନ୍ତି। ବର୍ତ୍ତମାନ ସମୟରେ ଦିଲ୍ଲୀରେ କରୋନା ସ୍ଥିତି ସଙ୍ଗୀନ ହେଲାଣି। କେବଳ ଦିଲ୍ଲୀ ନୁହେଁ ବରଂ ସାରା ଦେଶରେ କରୋନା ସ୍ଥିତି ସଙ୍ଗୀନ ହୋଇଛି। ମହାରାଷ୍ଟ୍ର ସହ ଛତିଶଗଡ଼ , ଗୁଜୁରାଟ୍‌ ଓ ମଧ୍ୟପ୍ରଦେଶରେ ସ୍ଥିତି ସଙ୍ଗୀନ ହେଲାଣି। ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ଆଉ ଏହାରି ମଧ୍ୟରେ ଜଣକ ପରେ ଜଣେ ନେତା କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି।

ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଛି । ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ୩୧ ହଜାର ୯୭୭  ଥିବାବେଳେ ୨୪ ଘଣ୍ଟାରେ ୧ ଲକ୍ଷ ୫୪ ହଜାର ୭୬୧ ଜଣ ସୁସ୍ଥ ହଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ସମଗ୍ର ଦେଶରେ ୧୨ କୋଟି ୭୧ ଲକ୍ଷ ୨୯ ହଜାର ୧୧୩ ଜଣଙ୍କର ଟିକାକରଣ ହୋଇଛି। ତେବେ ବର୍ତ୍ତମାନ ସମୟରେ କରୋନା ମହାମାରୀକୁ ନେଇ ସାରା ଦେଶରେ ଚିନ୍ତା ବଢିବାରେ ଲାଗିଛି।

Advertisment
Rahul Gandhi COVID-19
Advertisment
Advertisment