/odishatv-khabar/media/post_attachments/uploadimage/library/16_9/16_9_0/priyanka-1_1626338812.jpg)
priyanka
ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ମିଶନ ୟୁପି ଅଭିଯାନ ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଆଜି ନୌକା ଯାତ୍ରାରେ ବାହାରିଛନ୍ତି। ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମରୁ ୩ ଦିନିଆ ଯାତ୍ରାରେ ବାହାରିଛନ୍ତି ପ୍ରିୟଙ୍କା।
Advertisment
ପ୍ରୟାଗରାଜରୁ ବାରାଣସୀର ଆସି ଘାଟ ପର୍ଯ୍ୟନ୍ତ ଦୀର୍ଘ ୧୪୦ କିଲୋମିଟର ଗଙ୍ଗାରେ ଯାତ୍ରା କରିବେ। ଏହାକୁ ଗଙ୍ଗା-ଜମୁନା ତେହଜିବ ଯାତ୍ରା ବୋଲି କୁହାଯାଉଛି।
ଏହି ଯାତ୍ରା ବେଳେ ପ୍ରିୟଙ୍କା ଗଙ୍ଗା କୂଳରେ ଥିବା ବିଭିନ୍ନ ମନ୍ଦିରରେ ପୂଜା କରିବା ସହ ଜନତାଙ୍କୁ ଭେଟି ଆଲୋଚନା କରୁଛନ୍ତି। ଏହି ଗଙ୍ଗାଯାତ୍ରାକୁ ପ୍ରିୟଙ୍କାଙ୍କ ନିର୍ବାଚନ ପ୍ରଚାରର ଏକ ଅଂଶ ଭାବେ ବିବେଚନା କରାଯାଉଛି।
Advertisment
କେନ୍ଦ୍ର ସରକାରଙ୍କ ‘ନମାମି ଗଙ୍ଗେ ଯୋଜନା’ରେ ଗଙ୍ଗା ସଫେଇ କାର୍ଯ୍ୟର ବିଫଳତାକୁ ନେଇ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି ପ୍ରିୟଙ୍କା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)