Advertisment

କଂଗ୍ରେସର ଅଭିଯୋଗ: ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କଲେ ଆସୁଛି ଧମକପୂର୍ଣ୍ଣ କଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କଲେ ଆସୁଛି ଧମକ୍‌ପୂର୍ଣ୍ଣ କଲ। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏହି ଧମକ୍‌ପୂର୍ଣ୍ଣ କଲ୍ ଆସିଥିବା ଅଭିଯୋଗ କରିଛି କଂଗ୍ରେସ। ସୋମବାର ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭା ଭାଷଣ ବିରୋଧରେ ସାମ୍ବାଦିକଙ୍କ ସାମ୍ନାର ନିଜ ବିଚାର ରଖିଥିଲେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ଏହାର କିଛି ସମୟ ପରେ ଖଡ଼ଗେଙ୍କ ପାଖକୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା ବୋଲି କଂଗ୍ରେସ କହିଛି। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ କଂଗ୍ରେସ ନେତାମାନେ ସମାଲୋଚନା କରିବାରୁ ବ୍ୟକ୍ତିଜଣକ […]

କଂଗ୍ରେସର ଅଭିଯୋଗ: ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କଲେ ଆସୁଛି ଧମକପୂର୍ଣ୍ଣ କଲ୍

khafge

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କଲେ ଆସୁଛି ଧମକ୍‌ପୂର୍ଣ୍ଣ କଲ। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏହି ଧମକ୍‌ପୂର୍ଣ୍ଣ କଲ୍ ଆସିଥିବା ଅଭିଯୋଗ କରିଛି କଂଗ୍ରେସ।

Advertisment

ସୋମବାର ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭା ଭାଷଣ ବିରୋଧରେ ସାମ୍ବାଦିକଙ୍କ ସାମ୍ନାର ନିଜ ବିଚାର ରଖିଥିଲେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ଏହାର କିଛି ସମୟ ପରେ ଖଡ଼ଗେଙ୍କ ପାଖକୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା ବୋଲି କଂଗ୍ରେସ କହିଛି।

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ କଂଗ୍ରେସ ନେତାମାନେ ସମାଲୋଚନା କରିବାରୁ ବ୍ୟକ୍ତିଜଣକ କ୍ଷ୍ୟୁବ୍ଧ ହୋଇ ଧମକ୍ ଦେଇଥିଲେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଛି।

Advertisment

ଏନେଇ ଆଜି ସକାଳେ ବିଜୟ ଚୌକ୍‌ରେ ସାମ୍ବାଦିକଙ୍କୁ ସୂଚନା ଦେଇ କଂଗ୍ରେସ କହିଛି ଯେ କଲ୍ କରିଥିବା ବ୍ୟକ୍ତି କ୍ରୋଧରେ ଥିଲା। କାହିଁକି ତୁମେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଛ ବୋଲି ବ୍ୟକ୍ତି ଜଣକ ଖଡ଼ଗେଙ୍କୁ କହିଥିଲା। ତେବେ କଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଖଡ଼ଗେ ପୋଲିସରେ ଅଭିଯୋଗ କରିବେ ନାହିଁ ବୋଲି ସୂଚନା ମିଳିଛି।

ଆଜି ରାଜ୍ୟସଭାରେ ଭାଷଣ ଦେଉଥିବା ବେଳେ କୃଷି ଆଇନ୍‌କୁ ନେଇ କଂଗ୍ରେସର ଭୂମିକାକୁ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତା ସହିତ କୃଷି ଆଇନ୍‌ ହଟିବ ନାହିଁ ବୋଲି ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମନମୋହନଙ୍କ କଥା ଉଠାଇ ମୋଦି କହିଥିଲେ “ଭାରତ ଏକ ବଡ଼ ବଜାର ହେବା ସମ୍ଭାବନା ରାସ୍ତାରେ ଯେଉଁ ସବୁ ବାଧା ଆସିବ ତାକୁ ହଟାଇବା ଆମର ଲକ୍ଷ୍ୟ।”

Advertisment

ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ଆଜି ଗୃହରେ ମତ ରଖି ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଟାର୍ଗେଟ କରିବା ସହ, ଚାଷୀଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରିଛନ୍ତି। ତା ସହିତ ଏମସପି, ଥିଲା, ଏମଏସପି ଅଛି, ଆଉ ଆଗକୁ ମଧ୍ୟ ଏମଏସପି ରହିବ। ଏଥିରେ କୌଣସି ସନ୍ଦିହାନ ନାହିଁ। ବର୍ତ୍ତମାନ କୃଷକମାନେ ଆନ୍ଦଳନ ଶେଷ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ମିଳିତ ଭାବେ ଆଗକୁ ବଢ଼ିବାକୁ ହେବ। ଯେତେ ସବୁ ଗାଳି ଅଛି ମୁଁ ସବୁ ଶୁଣିବାକୁ ପ୍ରସ୍ତୁତ, କିନ୍ତୁ ସୁଧାରରେ ସମସ୍ତଙ୍କ ସହଯୋଗ ଜରୁରୀ। ଅନେକ ବୟସ୍କ ବ୍ୟକ୍ତି ଆନ୍ଦୋଳନରେ ବସିଛନ୍ତି, ସେମାନେ ଘରକୁ ଯିବା ଉଚିତ। ପଞ୍ଜାବ ଚାଷୀଙ୍କୁ କିଛି ଶକ୍ତି ଭୂଆଁ ବୁଲାଉଛନ୍ତି। ଆଉ ସେହି ଭୂଆଁ ବୁଲାଉଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନିବା ଜରୁରୀ ବୋଲି ରାଜ୍ୟ ସଭାରେ କହିଛନ୍ତି ପିଏମ୍‌। 

ଅନ୍ୟପଟେ କରୋନା ଲଢ଼େଇ ସମ୍ପର୍କରେ ମଧ୍ୟ ଅଭିଭାଷଣ ରଖି ଦେଶର କରୋନା ଯୋଦ୍ଧା ଓ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି  ବିଜୟ କୌଣସି ସରକାରଙ୍କର ନୁହେଁ, ସମଗ୍ର ଦେଶର ତଥା ଦେଶବାସୀଙ୍କର। ଭାରତ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଭାରତ ଠାରୁ ଅନେକ କିଛି ଆଶା ରଖୁଛି ବିଶ୍ୱ। ମାନବ ଜାତିକୁ ବଞ୍ଚାଇବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା କଥା ବିଶ୍ୱ ସ୍ୱୀକାର କରିଛି। କରୋନା ବିପକ୍ଷରେ ଭାରତର ଲଢ଼େଇ ଉତ୍ସାହଜନକ ରହିଛି ବୋଲି ମୋଦି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ