Advertisment

ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ !

ନୂଆଦିଲ୍ଲୀ : ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଧେୟକ-୨୦୧୯। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଲ୍ ଆଗତ ପରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ସମ୍ବିଧାନ ବିରୋଧୀ କହି ବିରୋଧ କରିଛନ୍ତି। ହେଲେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ  ଏହି ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ କରିଛନ୍ତି । ଯାହା କି ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେ […]

author-image
Pradesh Pratyush
ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ !

sindhia

ନୂଆଦିଲ୍ଲୀ : ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଧେୟକ-୨୦୧୯। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଲ୍ ଆଗତ ପରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ସମ୍ବିଧାନ ବିରୋଧୀ କହି ବିରୋଧ କରିଛନ୍ତି।

Advertisment

ହେଲେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ  ଏହି ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ କରିଛନ୍ତି । ଯାହା କି ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେ କହିଛନ୍ତି , ଏହି ବିଲ୍‌ ସମ୍ୱିଧାନର ବିପରୀତ ହେବା ଏକ ଅଲଗା କଥା  କିନ୍ତୁ ଏହା ଭାରତର ସଭ୍ୟତା ଓ ବସୁଧୈବ କୁଟୁମ୍ୱକମ୍‌ ବିଚାର ଧାରାର ଅନୁରୂପ ଅଟେ ।

Advertisment

କିନ୍ତୁ ସିନ୍ଧିଆ ଟ୍ୱିଟ୍‌ରେ ଭିନ୍ନ କଥା କହିଛନ୍ତି । ଟ୍ୱିଟ୍‌ରେ ଲେଖିଛନ୍ତି, ଏହା  ସମ୍ବିଧାନର ମୂଳ ଭାବନାର ବିରୋଧ ଅଟେ ଏବଂ ଭାରତୀୟ ସଂସ୍କୃତିର ବିପରୀତ ମଧ୍ୟ ଅଟେ। ସିନ୍ଧିଆ କହିଛନ୍ତି ଯେ  , ପୂର୍ବରୁ ସମ୍ୱିଧାନ ପରିପନ୍ଥୀ କାମ ଦେଶ ଆଧାରରେ ହେଉଥିଲା ,ଏବେ ରାଜ୍ୟ ଓ ଧର୍ମର ଆଧାରରେ ହେଉଅଛି ।

Advertisment
Advertisment