sonia
ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଗୁରବାର ସନ୍ଧ୍ୟାରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭାର୍ତ୍ତି ହୋଇଥିଲେ ସୋନିଆ। ଆଜି ତାଙ୍କୁ ଦିନ ଗୋଟାଏ ବେଳେ ଡିସ୍ଚାର୍ଜ କରାଯାଇଥିବା ହସ୍ପିଟାଲ୍ର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି।
ତେବେ ଗୁରବାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ଅଧ୍ୟକ୍ଷ ଡା.ଡିଏସ ରାଣା କହିଥିଲେ। ସେ ନିୟମିତ ଟେଷ୍ଟ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିଲେ ବୋଲି ସେ ସୂଚନ ଦେଇଥିଲେ।
ତେବେ ବର୍ତ୍ତମାନ କରୋନା ସମୟରେ ସୋନିଆଙ୍କ ହଠାତ୍ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ନିୟମିତ ଚେକ୍ ପାଇଁ ସୋନିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ନା ପ୍ରକୃତର ଅନ୍ୟ କିଛି ଘଟଣା ରହିଛି ସେ ନେଇ ନାନା ସନ୍ଦେହ ଉପୁଜିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sonia_1625482743.jpg)