Advertisment

ଗରମରୁ ରକ୍ଷା ପାଇଁ ଭଗବାନଙ୍କୁ ଅର୍ପଣ କରାଗଲା କୋଲ୍ଡ ଡ୍ରିଙ୍କସ

ବାରଣାସୀ: ଉତ୍ତର ଭାରତରେ ଗରମ ଏତେ ମାତ୍ରାରେ ବଢ଼ୁଛି ଯେ ସେଠାକାର ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।  ଏହାକୁ ଦୃଷ୍ଟିରେ ରଖି ସେଠାକାର ଭକ୍ତ ନିଜ ଭଗବାନଙ୍କ ପାଇଁ ଥଣ୍ଡା(କୋଲ୍ଡ ଡ୍ରିଙ୍କସ)କୁ ଭୋଗ ଲଗାଇବା ସହିତ ଏୟାର କଣ୍ଡିସନର ଓ ପଙ୍ଖାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଧର୍ମ ନଗରୀ କାଶୀ ସହରର ବାରଣାସୀରେ । ଖବର ଅନୁଯାୟୀ, କାଶୀରେ ଭଗବାନ ଶିବଙ୍କର ଆଠଟି ମନ୍ଦିର ରହିଛି। ସେଥିମଧ୍ୟରୁ […]

author-image
Mahasweta Baral
ଗରମରୁ ରକ୍ଷା ପାଇଁ ଭଗବାନଙ୍କୁ ଅର୍ପଣ କରାଗଲା କୋଲ୍ଡ ଡ୍ରିଙ୍କସ

colddrinks

ବାରଣାସୀ: ଉତ୍ତର ଭାରତରେ ଗରମ ଏତେ ମାତ୍ରାରେ ବଢ଼ୁଛି ଯେ ସେଠାକାର ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।  ଏହାକୁ ଦୃଷ୍ଟିରେ ରଖି ସେଠାକାର ଭକ୍ତ ନିଜ ଭଗବାନଙ୍କ ପାଇଁ ଥଣ୍ଡା(କୋଲ୍ଡ ଡ୍ରିଙ୍କସ)କୁ ଭୋଗ ଲଗାଇବା ସହିତ ଏୟାର କଣ୍ଡିସନର ଓ ପଙ୍ଖାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଧର୍ମ ନଗରୀ କାଶୀ ସହରର ବାରଣାସୀରେ ।

Advertisment

ଖବର ଅନୁଯାୟୀ, କାଶୀରେ ଭଗବାନ ଶିବଙ୍କର ଆଠଟି ମନ୍ଦିର ରହିଛି। ସେଥିମଧ୍ୟରୁ ବାବା ବଟୁକ୍‌ ଭୈରବଙ୍କ ମନ୍ଦିର ହେଉଛି ଅନ୍ୟତମ। ଲକ୍‌ଡାଉନ୍‌ ଯୋଗୁ ସମସ୍ତ ମନ୍ଦିରଗୁଡିକ ଭକ୍ତଙ୍କ ପାଇଁ ବନ୍ଦ ରହିଥିବାବେଳେ, ମନ୍ଦିରର ପୂଜକ ଓ ସେବକମାନେ ଭୋଗ ଲାଗି ପାଇଁ ଥଣ୍ଡା ଓ ଚକ୍‌ଲେଟ ଭଗବାନଙ୍କୁ ଅର୍ପଣ କରିଥାନ୍ତି।

ବାରଣାସୀରେ ତାପମାତ୍ରା ୪୫ଡିଗ୍ରୀରୁ ଅଧିକ ଥିବାରୁ ଗରମ ବଢ଼ିବାରେ ଲାଗିଛି। ଏନେଇ ବାବା ବଟୁକ ଭୈରବ ମନ୍ଦିରର ଜଣେ ସେବକ ବିଶ୍ୱଜତ୍‌ ବାଗଚି କହିଛନ୍ତି ଯେ ଭଗବାନଙ୍କ ପାଇଁ ଏୟାର କଣ୍ଡିସନର, ଫ୍ୟାନ୍‌ ଓ ଏକ୍ସଜଷ୍ଟ ଫ୍ୟାନ୍‌ ଲଗାଯାଇଛି। ଅନ୍ୟ ମନ୍ଦିରରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ବାଗଚି କହିଛନ୍ତି।

Advertisment

ଖାଲି ସେତିକି ନୁହେଁ, ବାବା ବଟୁକ ଭୈରବଙ୍କ ମନ୍ଦିରରେ ଭୋଗ ପାଇଁ ଅଣ୍ଡା, ମାଂସ, ମାଛ ଓ ମଦ ମଧ୍ୟ ଅର୍ପଣ କରାଯାଇଥାଏ।

ପ୍ରତ୍ୟେକ ବର୍ଷ ଖରାଦନେ ବାବାଙ୍କ ପାଇଁ ଏଭଳି କାର୍ଯ୍ୟ କରାଯାଇଥାଏ। ଯାହାଦ୍ୱାରା ବାବା ଗରମ ଅନୁଭବ କରିବେ ନାହିଁ। ସେ ଆମମାନଙ୍କୁ  ଆଶୀର୍ବାଦ ମଧ୍ୟ ପ୍ରଦାନ କରିବେ। ଅନ୍ୟଜଣେ ସେବକ ରାଜେଶ କହିଛନ୍ତି ଯେ ଗରମ ଅତ୍ୟଧିକ ହେଉଛି। ଏନେଇ ବାବାଙ୍କୁ ଗରମରୁ ମୁକ୍ତି ପାଇଁ ଥଣ୍ଡା ଦେବା ସହିତ ଫ୍ୟାନ ମଧ୍ୟ ଲଗାଯାଇଥାଏ।

ଖରା ଯୋଗୁ ଭଗବାନଙ୍କ ମନ୍ଦିରରେ ଲାଗିଛି ଏସି ଓ ପିଇବାକୁ ଦିଆଯାଉଛି ଏହିସବୁ ଜିନିଷ  #LuckDown #Varanasi

Advertisment
Advertisment