Advertisment

ନଦୀରେ ଥୋପ ପକାଇ ମାଛ ଧରୁଛି ପକ୍ଷୀ: Viral Video

ଭୁବନେଶ୍ୱର: କେବଳ ମଣିଷ ନୁହେଁ, ପଶୁପକ୍ଷୀମାନେ ବି ବେଶ୍ ଚାଲାଖ। ଜୀବନ ଜୀବିକା ପାଇଁ ମଣିଷ ଭଳି ପଶୁପକ୍ଷୀମାନେ ବି ନାନା ଫନ୍ଦିଫିକର କରନ୍ତି। ହେଲେ ମଣିଷ ଅପେକ୍ଷା ପଶୁ ପକ୍ଷୀମାନଙ୍କର ଚାଲାଖି ଦେଖିଲେ ଖୁବ୍‌ ମଜା ଲାଗେ। ଠିକ୍ ସେମିତି ଏକ ମଜାଦାର ଭିଡିଓ ଏବେ ଟ୍ୱିଟ୍‌ର୍‌ ଭାଇରାଲ୍ ହେଉଛି। ଭିଡିଓରେ ପକ୍ଷୀଟିଏ ମାଛ ଧରିବା ପାଇଁ ଥୋପର ବ୍ୟବହାର କରୁଛି। ଗାଁ ଗହଳିରେ ମାଛ ଧରିବା ପାଇଁ ବନିସିରେ ଥୋପ ଦେଇ ନଈକୁ ଫିଙ୍ଗାଯିବାର […]

ଅଦ୍ୟତନ ହୋଇଛି
ନଦୀରେ ଥୋପ ପକାଇ ମାଛ ଧରୁଛି ପକ୍ଷୀ: Viral Video

birud-fishing

Advertisment

ଭୁବନେଶ୍ୱର: କେବଳ ମଣିଷ ନୁହେଁ, ପଶୁପକ୍ଷୀମାନେ ବି ବେଶ୍ ଚାଲାଖ। ଜୀବନ ଜୀବିକା ପାଇଁ ମଣିଷ ଭଳି ପଶୁପକ୍ଷୀମାନେ ବି ନାନା ଫନ୍ଦିଫିକର କରନ୍ତି। ହେଲେ ମଣିଷ ଅପେକ୍ଷା ପଶୁ ପକ୍ଷୀମାନଙ୍କର ଚାଲାଖି ଦେଖିଲେ ଖୁବ୍‌ ମଜା ଲାଗେ। ଠିକ୍ ସେମିତି ଏକ ମଜାଦାର ଭିଡିଓ ଏବେ ଟ୍ୱିଟ୍‌ର୍‌ ଭାଇରାଲ୍ ହେଉଛି। ଭିଡିଓରେ ପକ୍ଷୀଟିଏ ମାଛ ଧରିବା ପାଇଁ ଥୋପର ବ୍ୟବହାର କରୁଛି।

Advertisment

ଗାଁ ଗହଳିରେ ମାଛ ଧରିବା ପାଇଁ ବନିସିରେ ଥୋପ ଦେଇ ନଈକୁ ଫିଙ୍ଗାଯିବାର ଦୃଶ୍ୟ ଆପଣ ଦେଖିଥିବେ। ଭିଡିଓରେ ମଧ୍ୟ ଠିକ୍‌ ସେମିତି ପକ୍ଷୀଟି ନଦୀରେ ଥୋପ ପକାଇ ମାଛ ଧରୁଛି। ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି।

Advertisment

ଭିଡିଓରେ ପକ୍ଷୀଟି ଖାଦ୍ୟରେ ଏକ ଛୋଟ ଟୁକୁଡ଼ା ନଦୀ ଭିତରକୁ ପିଙ୍ଗୁଛି, ଖାଦ୍ୟ ଟୁକୁଡ଼ାକୁ ଦେଖି ବଡ଼ ମାଛମାନେ ତାକୁ ଖାଇବାକୁ ଆସିଲା ବେଳକୁ ପକ୍ଷୀଟି ଖାଦ୍ୟକୁ ନଦୀରୁ ଉଠାଇ ଆଣୁଛି। ପରେ ପୁଣିଥରେ ଖାଦ୍ୟ ଟୁକୁଡ଼ାକୁ ନଦୀ ଭିତରକୁ ଫିଙ୍ଗି ଦେଉଛି। କିଛି ସମୟ ପରେ ଏକ ଛୋଟମାଛ ତାକୁ ଖାଇବାକୁ ଆସିଲା ବେଳକୁ ପକ୍ଷୀଟି ଚଟ୍‌କିନା ସେଇ ମାଛକୁ ଥଣ୍ଟରେ ଧରି ପକାଉଛି। ମାତ୍ର ୨୩ ସେକେଣ୍ଡର ଏହି ଭିଡିଓରେ ପକ୍ଷୀର ଚତୁରତା ସହ ମାଛ ଶିକାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପକ୍ଷୀର ଚତୁରତା Sci-Nature Hub ପକ୍ଷରୁ ଏହି ଟ୍ୱିଟ୍  କରାଯାଇଛି। ଭିଡିଓ ଅପ୍‌ଲୋଡ କରିବା କରି ଗୋଟିଏ ଶବ୍ଦରେ କମେଣ୍ଟ କରିବାକୁ କୁହାଯାଇଛି। ଏହି ଭିଡିଓରେ ଏପର୍ଯ୍ୟନ୍ତ ହଜାର ହଜାର ଲାଇକ ମିଳିସାରିଲାଣି। କିଛି ଦିନ ତଳେ ଏକ ଶୁଆର ପଇଡ଼ ପାଣି ପିଇବାର ଭିଡିଓ ବେଶ୍‌ ଭାଇରାଲ୍ ହୋଇଥିଲା। ଶୁଆଟି ନଡ଼ିଆ ଗଛରେ ଚଢ଼ି ଥଣ୍ଟରେ ପଇଡ଼ା କାଟି ଠିକ୍‌ ମଣିଷ ଭଳି ପଇଡ଼ ପାଣି ପିଇଥିବାର ଦୃଶ୍ୟ ଦେଖାଯାଇଥିଲା। ଯାହାକୁ ଖୁବ୍‌ ପସନ୍ଦ କରିଥିଲା ନେଟିଜେନ୍ସ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ