Advertisment

କରୋନା ଟିକାକରଣ ସରିଲେ ଲାଗୁ ହେବ ସିଏଏ

କୋଲକାତା: କରୋନା ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଦେଶରେ ଲାଗୁ ହେବ ବିବାଦୀୟ ନାଗରିକ ସଂଶୋଧନ ଆଇନ୍‌ ବା ସିଏଏ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶହ। ଆଜି ପଶ୍ଚିମବଙ୍ଗର ଠାକୁରନଗରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଏପରି କହିଛନ୍ତି ଶାହ। ଆଗକୁ ବେଙ୍ଗଲରେ ବିଧାନସଭା ନିର୍ବାଚନ ଥିବାରୁ ଦିଦିଙ୍କ ଗଡ଼ ହତେଇବାକୁ ଜୋର୍‌ଦାର ଉଦ୍ୟମ କରିଛି ବିଜେପି। ଏନେଇ ଆଜି ଠାକୁରନଗର ବିଜେପି ଆୟୋଜିତ ଏକ ସଭାରେ ଯୋଗ ଦେଇ […]

କରୋନା ଟିକାକରଣ ସରିଲେ ଲାଗୁ ହେବ ସିଏଏ

amit-shah

Advertisment

କୋଲକାତା: କରୋନା ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଦେଶରେ ଲାଗୁ ହେବ ବିବାଦୀୟ ନାଗରିକ ସଂଶୋଧନ ଆଇନ୍‌ ବା ସିଏଏ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶହ। ଆଜି ପଶ୍ଚିମବଙ୍ଗର ଠାକୁରନଗରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଏପରି କହିଛନ୍ତି ଶାହ।

Advertisment

ଆଗକୁ ବେଙ୍ଗଲରେ ବିଧାନସଭା ନିର୍ବାଚନ ଥିବାରୁ ଦିଦିଙ୍କ ଗଡ଼ ହତେଇବାକୁ ଜୋର୍‌ଦାର ଉଦ୍ୟମ କରିଛି ବିଜେପି। ଏନେଇ ଆଜି ଠାକୁରନଗର ବିଜେପି ଆୟୋଜିତ ଏକ ସଭାରେ ଯୋଗ ଦେଇ ସିଏଏ କଥା କହିଛନ୍ତି ଗୃହମନ୍ତ୍ରୀ। ସିଏଏ ଅଧୀନରେ ଭାରତରେ ରହୁଥିବା ଶରଣାର୍ଥୀଙ୍କୁ ନାଗରିକତା ପ୍ରଧାନ କରାଯିବ। ପଶ୍ଚିମବଙ୍ଗର ମାଟୁଆ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ଏହି ଆଇନ୍‌  ବଳରେ ଭାରତର ନାଗରିକତା ପ୍ରଦାନ କରାଯିବ ବୋଲି ଶାହ କହିଛନ୍ତି। ୨୦୧୫ ପୂର୍ବରୁ ଯେଉଁ ଅଣମୁସଲମାନ ପ୍ରବାସୀମାନେ ବାଂଲାଦେଶ, ପାକିସ୍ତାନ, ଓ ଆଫଗାନିସ୍ତାନରୁ ଭାରତ ଆସିଥିବେ ସମସ୍ତଙ୍କୁ ନାଗରିକତା ମିଳିବ ବୋଲି ଶାହ କହିଛନ୍ତି।  

ଏହି ଅବସରରେ ସିଏଏ ସମ୍ପର୍କରେ ସଷ୍ଟୀକରଣ ଦେଇ ଶାହ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ଲୋକଙ୍କୁ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି। ସିଏଏ ଲାଗୁ ହେଲେ ଭାରତରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ନାଗରିକତା ଉପରେ ଏହା କୌଣସି ପ୍ରକାରର ପ୍ରଭାବ ପକାଇ ପାରିବ ନାହିଁ ବୋଲି ଶାହ କହିଛନ୍ତି।

Advertisment

ଦେଶରେ ସିଏଏ ଲାଗୁ ନେଇ ବିଳମ୍ବ ହେବା ବିଷୟରେ ଶାହ କହିଛନ୍ତି ଯେ ୨୦୧୮ରେ ନାଗରିକତା ସଂଶୋଧନ ଆଇନ ଆଣିବା ଲାଗି ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ। ୨୦୧୯ରେ ବିଜେପି କ୍ଷମତାକୁ ଆସିବା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ଅଣାଯାଇଥିଲା। କିନ୍ତୁ ୨୦୨୦ରେ ଦେଶରେ କରୋନା ବ୍ୟାପିବାରୁ ସିଏଏ ଲାଗୁ ହୋଇପାରି ନଥିଲା ବୋଲି ଶାହ କହିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବି ଟାର୍ଗେଟ୍ କରିଛନ୍ତି ଶାହ। ଏନେଇ ସେ କହିଛନ୍ତି ଯେ ଆମେ ମିଥ୍ୟା ପ୍ରତିଶ୍ରୁତି ଦେଉଛୁ ବୋଲି ଦିଦି କହୁଛନ୍ତି, ହେଲେ ଦିଦି ହିଁ ସିଏଏକୁ ବିରୋଧ କରିବା ଆରମ୍ଭ କରିବା ସହିତ ବେଙ୍ଗଲରେ ଲାଗୁ କରିବେ ନାହିଁ ବୋଲି କହିଥିଲେ। କିନ୍ତୁ ବିଜେପି ସବୁବେଳେ ନିଜ ପ୍ରତିଶ୍ରୁତି ରକ୍ଷା କରି ଆସିଛି। ଶରଣାର୍ଥୀମାନେ ଭାରତର ନାଗରିକତା ପାଇବେ ବୋଲି ଆଣେ ଆଇନ୍‌ ଆଣିଛୁ ବୋଲି ଶାହ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ