Advertisment

ନାଗରିକତା ସଂଶୋଧନ ବିଲ୍‌ ପାସ୍‌

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି) ୨୦୧୯। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଏହି ସିଏବିରେ ବ୍ୟବସ୍ଥା ରହିଛି। ଆଜି ରାଜ୍ୟସଭାରେ ଏହା ଉପରେ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହୋଇଥିଲା। ଶେଷରେ ବିଲ ସପକ୍ଷରେ ୧୨୫ ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୦୫ ଭୋଟ ପଡ଼ିଛି। ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। […]

author-image
Pradesh Pratyush
ନାଗରିକତା ସଂଶୋଧନ ବିଲ୍‌ ପାସ୍‌

bill-

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି) ୨୦୧୯। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଏହି ସିଏବିରେ ବ୍ୟବସ୍ଥା ରହିଛି। ଆଜି ରାଜ୍ୟସଭାରେ ଏହା ଉପରେ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହୋଇଥିଲା।

Advertisment

ଶେଷରେ ବିଲ ସପକ୍ଷରେ ୧୨୫ ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୦୫ ଭୋଟ ପଡ଼ିଛି। ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ଶିବସେନା ଲୋକସଭାରେ ଏହାକୁ ସମର୍ଥନ କରିଥିଲେ ହେଁ ରାଜ୍ୟସଭାରେ ଏହାକୁ ବିରୋଧ କରିଥିଲା। ଏପରି କି ଦଳର ୩ ଜଣ ଯାକ ସାଂସଦ ଭୋଟିଂ ପ୍ରକ୍ରିୟାକୁ ବୟକଟ କରିଥିଲେ। ଭୋଟିଂ ବେଳେ ୨୦୯ ଜଣ ସାଂସଦ ଗୃହରେ ଉପସ୍ଥିତ ଥିଲେ।

ବିତର୍କ ଶେଷ ହେବା ପରେ ପ୍ରଥମେ ବିଲ ସିଲେକ୍ଟ କମିଟିକୁ ଯିବ କି ନାହିଁ ଭୋଟିଂ ହୋଇଥିଲା। ଏଥିରେ ଏନଡିଏ ସରକାରଙ୍କ ବିଜୟ ହୋଇଥିଲା। ଏହାପରେ ଟିଏମସି ପକ୍ଷରୁ ବିଲରେ ସଂଶୋଧନ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏହା ମଧ୍ୟ ଭୋଟ ଦ୍ୱାରା କାଟ ଖାଇଥିଲା।

Advertisment

ଆଜି ରାଜ୍ୟସଭାରେ ଏହି ବିବାଦୀୟ ବିଲ ପାସ ହୋଇଥିଲେ ହେଁ ଏହାକୁ ବିରୋଧ କରି ସମଗ୍ର ଉତ୍ତର ପୂର୍ବ ରାଜ୍ୟରେ ହିଂସାକାଣ୍ଡ ଓ ପୋଡ଼ା ଜଳା ଦେଖିବାକୁ ମିଳିଛି। ଦିଲ୍ଲୀ ଓ ଚଣ୍ଡିଗଡ଼ରେ ମଧ୍ୟ ଏହି ବିଲକୁ ବିରୋଧ କରାଯାଇଛି।

ଆସାମରେ ବ୍ୟାପକ ହିଂସାକାଣ୍ଡ ଘଟିବାରୁ ଗୌହାଟୀରେ ସନ୍ଧ୍ୟା ୬.୧୫ରୁ କଫ୍ୟୁ ଲାଗୁ କରାଯାଇଛି। ସେହିପରି ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଆସାମ ରାଇଫଲ ଯବାନଙ୍କୁ ମୁତୟନ କରାଯାଇଛି। ଆଜି ଆସାମର ଏକାଧିକ ସ୍ଥାନରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ୍‌ର ଲାଠିମାଡ଼ ଓ ଟିଅର ଗ୍ୟାସ ପ୍ରୟୋଗରେ ଏକାଧିକ ବିକ୍ଷୋଭକାରୀ ଆହତ ହୋଇଛନ୍ତି।

ବିଲକୁ ବିରୋଧ କରି ତ୍ରିପୁରା, ମେଘାଳୟ, ମଣିପୁର ଓ ନାଗାଲ୍ୟାଣ୍ଡରେ ମଧ୍ୟ ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଛି। ଏକାଧିକ ସ୍ଥାନରେ ଲୋକମାନେ ଟାୟର ଜାଳି ନିଜର ମନରେଥିବା ଅସନ୍ତୋଷକୁ ଜାହିର କରିଛନ୍ତି।

ଆଜି ରାଜ୍ୟସଭାରେ ବିଲ ଉପରେ ମତ ରଖି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, “ ଧର୍ମ ଉତ୍ପୀଡ଼ନର ଶିକାର ହୋଇ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତକୁ ଶରଣାର୍ଥୀ ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ହିନ୍ଦୁ, ଶିଖ, ପାର୍ସୀ, ବୌଦ୍ଧ ଓ ଜୈନ ଧର୍ମରୁ ଲୋକଙ୍କୁ ଭାରତ ସରକାର ନାଗରିକତା ପ୍ରଦାନ କରିବେ। ଏଥିରେ ଭାରତରେ ରହୁଥିବା ମୁସଲିମ କିମ୍ବା ନର୍ଥଇଷ୍ଟ ରାଜ୍ୟର ଲୋକମାନେ ଭୟଭୀତ ହେବାର କାରଣ କିଛି ନାହିଁ।

ଭାରତୀୟ ମୁସଲିମ ଏହି ବିଲ ଦ୍ୱାରା ଭୟଭୀତ ହେବାର କୌଣସି କାରଣ ନାହିଁ। ଏହି ବିଲ କାହାର ନାଗରିକତା ନେବ ନାହିଁ। ବରଂ ଏହା ନାଗରିକ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ। ଶରଣାର୍ଥୀ ଥିବା ଲୋକଙ୍କୁ ଏହି ବିଲ ସୁରକ୍ଷା ଦେବ। କାହାକୁ ଆଘାତ ଦେବ ନାହିଁ।

୧୯୯୨ ପୂର୍ବରୁ ଆଫଗାନିସ୍ତାନରେ ୨ ଲକ୍ଷ ହିନ୍ଦୁ ଓ ଶିଖ ଥିଲେ। କିନ୍ତୁ ୨୦୧୮ରେ ଜାତିସଂଘ ଦେଇଥିବା ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ୫୦୦ ଜଣ ଶିଖ ଓ ହିନ୍ଦୁ ଅଛନ୍ତି। ପାକିସ୍ତାନରେ ହିନ୍ଦୁ ଓ ଶିଖ ମହିଳାମାନେ ଧାର୍ମିକ ଉତ୍ପୀଡ଼ନର ସମ୍ମୁଖୀନ ହେଉଛନ୍ତି। କଂଗ୍ରେସ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସିଏବି ଓ ୩୭୦କୁ ନେଇ ସମାନ କଥା କହୁଛନ୍ତି। ସିଏବି ସିକ୍କିମରେ ଲାଗୁ ହେଉଥିବା ଧାରା ୩୭୦କୁ କେବେ ହେଲେ ଦୁର୍ବଳ କରିବ ନାହିଁ। ପୂର୍ବଭଳି ଏଠାରେ ଧାରା ୩୭୧ ବଳବତ୍ତର ରହିବ।

ପ୍ରଶ୍ନ କରାଯାଉଛି ଯେ ରୋହିଙ୍ଗ୍ୟାମାନଙ୍କୁ କାହିଁକି ବିଲରେ ସାମିଲ କରାଯାଇନାହିଁ। କାରଣ ରୋହିଙ୍ଗ୍ୟାମାନେ ସିଧାସଳଖ ଭାରତ ଆସୁନାହାନ୍ତି, ସେମାନେ ବାଂଲାଦେଶ ଦେଇ ଭାରତରେ ଅନୁପ୍ରବେଶ କରୁଛନ୍ତି। ଭାରତରେ ୮ରୁ ୯ ଲକ୍ଷ ଶ୍ରୀଲଙ୍କାର ତାମିଲ ଲୋକଙ୍କୁ ନାଗରିକତା ଦିଆଯାଇଛି। ୟୁପିଏ ସରକାର ବେଳେ ରାଜସ୍ଥାନ ସରକାର ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଚିଠି ଲେଖି ପାକିସ୍ତାନର ଶିଖ ଓ ହିନ୍ଦୁଙ୍କୁ ନାଗରିକତା ଦେବାକୁ କହିଥିଲେ।

୧୩ ହଜାର ଲୋକ ଏହି ଦୁଇ ସଂପ୍ରଦାୟର ଲାଭ ପାଇବେ ବୋଲି କୁହାଯାଇଥିଲା। ଏବେ ଆମେ ୬ ସଂପ୍ରଦାୟର ଲୋକଙ୍କୁ ଭାରତର ନାଗରିକତା ଦେବାକୁ କହୁଛୁ। କଂଗ୍ରେସ କେତେ ଦିନ ଲୋକଙ୍କୁ ବୋକା ବନେଇ ରଖିବାକୁ ଚାହୁଁଛି? ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ହେଉଛି ଇସଲାମିକ ଦେଶ। ଏଠାରେ ମୁସଲିମାନେ କେବେ ହେଲେ ସଂଖ୍ୟାଲଘୁ ନୁହନ୍ତି। ଆମେ ସଂଖ୍ୟାଲଘୁମାନଙ୍କୁ ନାଗରିକତା ଦେବା କହୁଛୁ। ତେଣୁ ଇସଲାମିକ ଦେଶରେ ମୁସଲିମମାନେ କେମିତି ସଂଖ୍ୟାଲଘୁ ହେଲେ? ଯେହେତୁ ସେମାନେ ସଂଖ୍ୟାଲଘୁ ନୁହନ୍ତି, ତେଣୁ ସେମାନଙ୍କୁ ଏହି ବିଲ୍‌ରେ ସ୍ଥାନ ଦିଆଯାଇ ନାହିଁ।

ଧର୍ମ ତାଡ଼ନାର ଶିକାର ହୋଇଥିବା ୫୬୬ ଜଣ ମୁସଲିମଙ୍କୁ ଭାରତର ନାଗରିକତା ଦିଆଯାଇଛି। ଆଗକୁ ଯଦି ମୁସଲିମମାନେ ନାଗରିକତା ପାଇଁ ଆବେଦନ କରିବେ, ତା’ହେଲେ ତା’ ବିଚାର କରିବାକୁ ମଧ୍ୟ ବିଲ୍‌ରେ ପ୍ରାବଧାନ ରହିଛି। ପୂର୍ବରୁ ମଧ୍ୟ ନାଗରିକତା ବିଲରେ ସଂଶୋଧନ କରାଯାଇଛି। ପୂର୍ବରୁ ଶ୍ରୀଲଙ୍କା ଓ ଉଗାଣ୍ଡାର ନାଗରିକଙ୍କୁ ଭାରତର ନାଗରିକତା ଦେବା ପାଇଁ ପ୍ରାବଧାନ କରାଯାଇଥିଲା।

୨୦୧୩-୨୦୧୪ରେ ସଂଖ୍ୟାଲଘୁ କଲ୍ୟାଣ ପାଇଁ ୩୫ କୋଟି ଦିଆଯାଇଥିଲା। ୨୦୧୯-୨୦୨୦ରେ ଏହାକୁ ୪୭ କୋଟି କରାଯାଇଛି। ପାକିସ୍ତାନରେ ହିନ୍ଦୁ ଓ ଶିଖ ଲୋକଙ୍କୁ ଅପହରଣ କରି ଧର୍ମାନ୍ତୀକରଣ କରାଯାଉଛି। ପାକିସ୍ତାନରେ ୪୨୮ ମନ୍ଦିର ଥିଲା। ଏବେ ମାତ୍ର ୨୦% କାର୍ଯ୍ୟକ୍ଷମ ରହିଛି। ୩.୭% ସଂଖ୍ୟାଲଘୁ ପାକିସ୍ତାନରେ ରହିଛନ୍ତି। ସେହିପରି ବାଂଲାଦେଶରେ ମୁଜବୁର ରେହମାନଙ୍କ ସରକାର ପତନ ହେବା ପରେ ସଂଖ୍ୟାଲଘୁମାନେ ଅତ୍ୟାଚାରର ଶିକାର ହୋଇଥିଲେ।”

Advertisment
Advertisment