Advertisment

କେମିତି ପିଲାଙ୍କୁ ଦିଆଯିବ ମାର୍କ? ସୁପ୍ରିମକୋର୍ଟରେ ଫର୍ମୁଲା ଜଣାଇଲା CISCE

ଦ୍ୱାଦଶ ମାର୍କ ସଂପର୍କରେ ନିଜ ଫର୍ମାଟ ଜଣାଇଲା CISCE। ସୁପ୍ରିମକୋର୍ଟରେ ନିଜ ମାର୍କିଂ ସମ୍ପର୍କରେ ସମସ୍ତ ତଥ୍ୟ ଦେଲା CISCE। ଗତ  ୬ ବର୍ଷର ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ ବୋଲି କହିଲା CISCE। ଆଇସିଏସ୍ଇର ଓକିଲ କହିଛନ୍ତି, ଗତ ୬ ବର୍ଷର ପ୍ରଦର୍ଶନକୁ ଆଧାର କରି ଦ୍ୱାଦଶର ମାର୍କିଂ କରାଯିବ

author-image
Sarbeswar
ଅଦ୍ୟତନ ହୋଇଛି
କେମିତି ପିଲାଙ୍କୁ ଦିଆଯିବ ମାର୍କ?  ସୁପ୍ରିମକୋର୍ଟରେ ଫର୍ମୁଲା ଜଣାଇଲା CISCE

students

  • ଦ୍ୱାଦଶ ମାର୍କ ସଂପର୍କରେ ନିଜ ଫର୍ମାଟ ଜଣାଇଲା CISCE
  • ସୁପ୍ରିମକୋର୍ଟରେ ନିଜ ମାର୍କିଂ ଫର୍ମୁଲା ଜଣାଇଲା CISCE
  • ଗତ ୬ ବର୍ଷର ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ କହିଲା CISCE
  • ସୁପ୍ରିମକୋର୍ଟରେ ଜଣାଇଲେ CISCE ଓକିଲ ଜେ.କେ ଦାସ୍
Advertisment

ଭୁବନେଶ୍ୱର: ଦ୍ୱାଦଶ ମାର୍କ ସଂପର୍କରେ ନିଜ ଫର୍ମାଟ ଜଣାଇଲା CISCE। ସୁପ୍ରିମକୋର୍ଟରେ ନିଜ ମାର୍କିଂ ସମ୍ପର୍କରେ ସମସ୍ତ ତଥ୍ୟ ଦେଲା CISCE। ଗତ  ୬ ବର୍ଷର ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ ବୋଲି କହିଲା CISCE। ଆଇସିଏସ୍ଇର ଓକିଲ କହିଛନ୍ତି, ଗତ ୬ ବର୍ଷର ପ୍ରଦର୍ଶନକୁ ଆଧାର କରି ଦ୍ୱାଦଶର ମାର୍କିଂ କରାଯିବ। ସିବିଏସ୍ଇର ଏହି ଫର୍ମୁଲାରେ ତାଙ୍କର କିଛି ଆପତ୍ତି ନ ଥିବା କହିଛନ୍ତି ସୁପ୍ରିମକୋର୍ଟ। କିନ୍ତୁ ଯଦି କିଏ ଅସନ୍ତୁଷ୍ଟ ହେଲା, ତାର ଅଭିଯୋଗ ଶୁଣିବାକୁ ବ୍ୟବସ୍ଥା କରିବାକୁ କହିଛନ୍ତି ଉଚ୍ଚତମ ନ୍ୟାୟାଳୟ।

ସେପଟେ,  ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାହାର ତାରିଖ ଘୋଷଣା କରିଛି CBSE।  ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ କରିବ ବୋଲି ସୂଚନା ଦେବା ସହ ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି ସିବିଏସ୍ଇ।

Advertisment

ପରୀକ୍ଷା ପୂର୍ବରୁ କିପରି ମୂଲ୍ୟାୟନ କରାଯିବ ସେ ନେଇ ସିବିଏସଇ ତଥ୍ୟ ରଖିଥିଲା। ସିବିଏସଇ ଚୟନ କମିଟିରେ ୩୦-୩୦-୪୦ ଫର୍ମୂଲାରେ ଫଳ ପ୍ରକାଶ କରିବାକୁ ସହମତି ପ୍ରକାଶ ପାଇଥିଲା । ଦଶମ ଓ ଏକାଦଶର ଫଳ ଏବଂ ଦ୍ୱାଦଶ ପ୍ରି-ବୋର୍ଡ ଫଳର ଅନୁଧ୍ୟାନ ହେବ । ସିବିଏସଇର ଚୟନ କମିଟିର ୧୩ ଜଣ ସଦସ୍ୟ ୩୦-୩୦-୪୦ ଫର୍ମୁଲାକୁ ସମର୍ଥନ କରିଛନ୍ତି।

CHSE +2 Board Exam 2021
Advertisment
Advertisment