chirag-paswan
ପଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁରେ ଅଭିଯୋଗ ଆଣିଲେ ଲୋକ ଜନଶକ୍ତି ପାର୍ଟିଂ ଅଧ୍ୟକ୍ଷ ଚିରାଗ ପାଶୱାନ। ନୀତୀଶ ତାଙ୍କ ବାପାଙ୍କୁ ଅପମାନିତ କରିଥିଲେ ବୋଲି କହିଛନ୍ତି ଚିରାଗ। ପିଟିଆକୁ ଦେଇଥିବା ଏକ ସକ୍ଷାତକାର ଏଭଳି ଅଭିଯୋଗ ଆଣିଛନ୍ତି ଚିରାଗ।
ସେ କହିଛନ୍ତି “ ନିକଟରେ ନୀତୀଶ ମୋ ବାପାଙ୍କୁ ପରିହାସ କରି କହିଥିଲେ ଯେ ସେ ଜେଡିୟୁ ସହଯୋଗ ବିନା ରାଜ୍ୟସଭାକୁ ନିର୍ବାଚିତ ହୋଇପାରି ନଥାନ୍ତେ। କାରଣ ଆମ ପାଖରେ ସେତେବେଳେ ଦୁଇଜଣ ବିଧାୟକ ଥିଲେ। କିନ୍ତୁ ସେ ମନେ ରଖିଥିବା ଉଚିତ୍ ଯେ ତତ୍କାଳୀନ ବିଜେପି ମୁଖ୍ୟ ଅମିତ ଶାହ ନିଜେ ମୋ ବାପାଙ୍କୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ଦେଇଥିଲେ।”
କେବଳ ସେତିକି ନୁହେଁ, ନାମାଙ୍କନ ପତ୍ର ଦାଖଲ ବେଳେ ମଧ୍ୟ ନୀତୀଶଙ୍କର ବ୍ୟବହାର ଅହଂକାରପୂର୍ଣ୍ଣ ଥିଲା ବୋଲି ଚିରାଗ କହିଛନ୍ତି। ସେ କହିଛନ୍ତି “ଯେତେବେଳେ ମୋ ବାପା ନାମାଙ୍କନ ଦାଖଲ ପାଇଁ ନୀତୀଶଙ୍କୁ ଡାକିଥିଲେ, ସେତେବେଳେ ନୀତୀଶ ତାଙ୍କ ସହିତ ଅହଂକାରପୂର୍ଣ୍ଣ ବ୍ୟବହାର କରିଥିଲେ। ନାମାଙ୍କନ ଦାଖଲର ଶୁଭବେଳା ଗଡ଼ିଯିବା ପରେ ହିଁ ନୀତୀଶ ଆସିଥିଲେ।” କୌଣସି ବି ପୁଅ ବାପାଙ୍କ ପ୍ରତି ଏଭଳି ବ୍ୟବହାରକୁ ସହି ପାରିବ ନାହିଁ ବୋଲି ଚିରାଗ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/chirag-paswan_1625225808.jpg)