Advertisment

ଟଳିଲା ବଡ଼ ବିପଦ: ଜାଣନ୍ତୁ, କେଉଁଠି ପଡ଼ିଲା ଚୀନର ଆଉଟ୍‌ ଅଫ୍‌ କଣ୍ଟ୍ରୋଲ ରକେଟ୍‌

ବେଜିଂ: ସାରା ବିଶ୍ୱବାସୀ ଏବେ ମହାମାରୀ କରୋନା ସହ ଲଢ଼ୁଥିବା ବେଳେ ପୁଣି ଏକ ବଡ଼ ବିପଦ ସୃଷ୍ଟି ହେବାର ଆଶଙ୍କା ଥିଲା। ଚୀନ ଛାଡ଼ିଥିବା ରକେଟ୍‌କୁ ନେଇ ଏହି ବିପଦ ସୃଷ୍ଟି ହୋଇଥିଲା। ଏହି ରକେଟ୍‌ କଣ୍ଟ୍ରୋଲ ବାହାରେ ଥିଲା।…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଟଳିଲା ବଡ଼ ବିପଦ: ଜାଣନ୍ତୁ, କେଉଁଠି ପଡ଼ିଲା ଚୀନର ଆଉଟ୍‌ ଅଫ୍‌ କଣ୍ଟ୍ରୋଲ ରକେଟ୍‌

rocket

ବେଜିଂ: ସାରା ବିଶ୍ୱବାସୀ ଏବେ ମହାମାରୀ କରୋନା ସହ ଲଢ଼ୁଥିବା ବେଳେ ପୁଣି ଏକ ବଡ଼ ବିପଦ ସୃଷ୍ଟି ହେବାର ଆଶଙ୍କା ଥିଲା। ଚୀନ ଛାଡ଼ିଥିବା ରକେଟ୍‌କୁ ନେଇ ଏହି ବିପଦ ସୃଷ୍ଟି ହୋଇଥିଲା। ଏହି ରକେଟ୍‌ କଣ୍ଟ୍ରୋଲ ବାହାରେ ଥିଲା। କୁହାଯାଉଥିଲା ଯେ, ଚୀନର ଏହି ରକେଟ୍‌ ପୃଥିବୀ ପୃଷ୍ଠରେ କେଉଁଠିବି କ୍ରାଶ୍‌ ହୋଇପାରେ। ‌ହେଲେ ଏହି ବିପଦ ଏବେ ଟଳି ଯାଇଛି। ମହାକାଶରୁ ଖସିବା ପରେ ଚୀନର ଏହି ରକେଟ୍‌ ଭାରତ ମହାସାଗରରେ ପଡ଼ିଥିବା ସମ୍ବାଦ ସରବରାହ ସଂସ୍ଥା ରଏଟର ପକ୍ଷରୁ କୁହାଯାଇଛି।

Advertisment

ରକେଟ୍‌ଟି ଯେଉଁଭଳି ଭାବରେ ଦ୍ରୁତ ଗତି ଓ ଯେଉଁ ଦିଗରେ ଯାଉଥିଲା, ସେଥିରୁ ଅନୁମାନ କରାଯାଉଥିଲା ଯେ, ଏହା ନ୍ୟୁଜ୍‌ଲ୍ୟାଣ୍ଡ୍‌ ଆଖପାଖରେ କେଉଁଠି ବି ପଡ଼ିପାରେ। ଏପରିକି ବୈଜ୍ଞାନିକମାନେ ମଧ୍ୟ କହିଥିଲେ ଯେ, ରକେଟ୍‌ଟି ଜନବସତି ଅଞ୍ଚଳ କିମ୍ବା ସମୁଦ୍ରରେ ମଧ୍ୟ ପଡ଼ିବାର ସମ୍ଭାବନା ରହିଛି। ଶେଷରେ ଏହି ରକେଟ୍‌ ଭାରତ ମହାସାଗରରେ ପଡ଼ିଛି ଓ ଏକ ବଡ଼ ବିପଦ ଟଳି ଯାଇଛି। ତେବେ ଭାରତ ମହାସାଗରରେ ପଡ଼ିବା ପୂର୍ବରୁ ଚୀନର ଏହି ସବୁଠୁ ବଡ଼ ରକେଟର ଅଧିକାଂଶ ଭାଗ ଜଳି ଯାଇଥିଲା। ମହାକାଶରୁ ଖସିବା ସମୟରେ ଯେତେବେଳେ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା, ସେହି ସମୟରେ ରକେଟରେ ନିଆଁ ଲାଗି ତା’ର ଅଧିକାଂଶ ଭାଗ ଜଳି ଯାଇଥିବା ସୂଚନା ମିଳିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚୀନର ଏହି ରକେଟ୍‌ ୧୦୦ ଫୁଟ୍‌ ଲମ୍ବା ଓ ଏହାର ଓଜନ ପାଖାପାଖି ୨୧ ଟନ୍‌।

ଏକ୍ସପର୍ଟଙ୍କ କହିବା ଅନୁସାରେ, Long March-5B Y2 ନାମକ ଚୀନର ଏହି ରକେଟ୍‌ ପ୍ରତି ସେକେଣ୍ଡରେ ୪ ମାଇଲ୍‌ ବେଗରେ ପୃଥିବୀ ପୃଷ୍ଠ ଆଡ଼କୁ ମାଡ଼ି ଆସୁଥିଲା। ଏପରିକି ଏହା ଖାଲି ସ୍ଥାନରେ ମଧ୍ୟ ପଡ଼ିପାରେ ବୋଲି ମଧ୍ୟ କୁହାଯାଉଥିଲା। ଏକ୍ସପର୍ଟମାନେ ଲଗାତାର ଭାବେ ଏହା ଉପରେ ନଜର ରଖିଥିଲେ। ଏପ୍ରିଲ ୨୯ରେ ଚୀନ Long March-5B Y2 ଲଞ୍ଚ୍‌ କରିଥିଲା। ଏହା ମାଧ୍ୟମରେ ଚୀନ ମହାକାଶରେ Tiangong ନାମକ ନୂଆ ସ୍ପେସ୍‌ ଷ୍ଟେସନ କରିବାକୁ ଚାହୁଁଥିଲା ଓ ୨୦୨୨ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇଥାନ୍ତା। ଏହାପରେ ଏହି ସ୍ପେସ୍‌ ଷ୍ଟେସନ ପୃଥିବୀ ଚାରିପଟେ ଘୂରି ମହାକାଶରୁ ପୃଥିବୀ ସମ୍ପର୍କରେ ସୂଚନା ଦେଇଥାନ୍ତା। ହେଲେ ଏବେ ଶୁଣିବାକୁ ମିଳୁଛି ଯେ, ଏହି ରକେଟ୍‌ ଏବେ କଣ୍ଟ୍ରୋଲ ବାହାରେ ହୋଇ ଶେଷରେ ଭାରତ ମହାସାଗରେ ପଡ଼ିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିପାରିନାହିଁ। ଏହାଦ୍ୱାରା କ୍ଷୟକ୍ଷତିର ଆଶଙ୍କା ବହୁତ କମ୍‌ ବୋଲି ଚୀନ ପୂର୍ବରୁ କହିଥିଲା।

Advertisment

ଗତବର୍ଷ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଗତବର୍ଷ ମେ’ରେ ଚୀନ ଏକ ରକେଟ୍‌ ଛାଡ଼ିଥିଲା। ଏହା ପଶ୍ଚିମ ଆଫ୍ରିକା ଓ ଆଣ୍ଟଲାଣ୍ଟିକ୍‌ ମହାସାଗରରେ ପଡ଼ିଥିଲା। ସେହି ସମୟରେ ଚୀନର ଏହି ରକେଟ୍‌ ପଶ୍ଚିମ ଆଫ୍ରିକାର ଏକ ଗାଁକୁ ପୁରାପୂରି ଧ୍ୱସଂ କରି ଦେଇଥିଲା। ସବୁଠାରୁ ଖାସ୍‌ କଥା, ଗାଁରେ କେହି ଜଣେବି ଲୋକ ରହୁନଥିଲେ।

Advertisment
Advertisment