Advertisment

କରୋନା ଭାଇରସ୍‌ର ଉତ୍ପତ୍ତିକୁ ନେଇ ଚୀନ୍ ବିଶେଷଜ୍ଞ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି କରୋନା ଭାଇରସ୍‌।  ମୃତ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ନିୟନ୍ତ୍ରଣକୁ ଆସୁନି କରୋନା। ଏବେ ବି ମଣିଷ ମନରେ ଗୋଟିଏ ପ୍ରଶ୍ନ। କେଉଁଠୁ ଆସିଲା ଏହି କରୋନା ଭାଇରସ୍‌ ? ଉହାନ ସହର ସ୍ଥିତ ମାଂସ ମାର୍କେଟରୁ ଏହି ଭାଇରସ୍‌ର ଉତ୍ପତ୍ତି ବୋଲି କୁହାଯାଉଥିବାବେଳେ ଚୀନ ସରକାର ଏହାକୁ ଖଣ୍ଡନ କରି ଆସୁଛନ୍ତି। ହେଲେ ଚୀନର ଜଣେ ବିଶେଷଜ୍ଞ କରୋନା ଭୂତାଣୁ ଉତ୍ପତ୍ତିର ରହସ୍ୟ […]

ଅଦ୍ୟତନ ହୋଇଛି
କରୋନା ଭାଇରସ୍‌ର ଉତ୍ପତ୍ତିକୁ ନେଇ ଚୀନ୍ ବିଶେଷଜ୍ଞ ଦେଲେ ଚାଞ୍ଚଲ୍ୟକର ତଥ୍ୟ

china scienctist

Advertisment

ନୂଆଦିଲ୍ଲୀ: ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି କରୋନା ଭାଇରସ୍‌।  ମୃତ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ନିୟନ୍ତ୍ରଣକୁ ଆସୁନି କରୋନା। ଏବେ ବି ମଣିଷ ମନରେ ଗୋଟିଏ ପ୍ରଶ୍ନ। କେଉଁଠୁ ଆସିଲା ଏହି କରୋନା ଭାଇରସ୍‌ ?

Advertisment

ଉହାନ ସହର ସ୍ଥିତ ମାଂସ ମାର୍କେଟରୁ ଏହି ଭାଇରସ୍‌ର ଉତ୍ପତ୍ତି ବୋଲି କୁହାଯାଉଥିବାବେଳେ ଚୀନ ସରକାର ଏହାକୁ ଖଣ୍ଡନ କରି ଆସୁଛନ୍ତି। ହେଲେ ଚୀନର ଜଣେ ବିଶେଷଜ୍ଞ କରୋନା ଭୂତାଣୁ ଉତ୍ପତ୍ତିର ରହସ୍ୟ ଉନ୍ମୋଚନ କରିଛନ୍ତି। ସେ ଦାବି କରିଛନ୍ତି, କରୋନା ଭୂତାଣୁ ଉହାନର ଏକ ସରକାରୀ ଲ୍ୟାବରୁ ବାହାରିଛି ଏବଂ ଏ ବିଷୟରେ ଚୀନ ସରକାର ସବୁକିଛି ଜାଣିଛନ୍ତି। ଏପରିକି ଏହି ସତ୍ୟକୁ ପ୍ରମାଣିତ କରିବା ପାଇଁ ତାଙ୍କ ପାଖରେ ସମସ୍ତ ପ୍ରକାର ତଥ୍ୟ ରହିଛି।

ବିଶେଷଜ୍ଞ ଲି- ମେଙ୍ଗ ୟାନ୍‌ଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଚୀନରୁ ଲୁଚି ପଳାଇ ଆସିଛନ୍ତି। ସେ ଏବେ ଆମେରିକାରେ ଅଛନ୍ତି। ଏକ ବ୍ରିଟିଶ ଟକ୍‌ ଶୋ’ରେ ଭାଗ ନେଇ ସେ ଏହି ତଥ୍ୟ ଦେଇଛନ୍ତି।
ଲି-ମେଙ୍ଗ କହିଛନ୍ତି, ଏହି ଭୂତାଣୁ ପ୍ରାକୃତିକ ନୁହେଁ। ଏହା ମନୁଷ୍ୟ କୃତ। ଏହାର ଉତ୍ପତ୍ତି ଉହାନର ମାଂସ ମାର୍କେଟରୁ ନୁହେଁ, ବରଂ ଉହାନର ଏକ ସରକାରୀ Laboratoryରୁ। ଏହି Laboratory ଚୀନ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ଏତିକି ନୁହେଁ, ତାଙ୍କ ପାଖରେ ଆହୁରି ବୈଜ୍ଞାନିକ ପ୍ରମାଣ ସିଦ୍ଧ ତଥ୍ୟ ରହିଛି ବୋଲି ଚୀନର ଭାଇରୋଲଜିଷ୍ଟ ଲି-ମେଙ୍ଗ ଦାବି କରିିଛନ୍ତି।

Advertisment

ହକଂକଙ୍ଗ ସ୍କୁଲର ପବ୍ଲିକ ହେଲ୍‌ଥ୍‌ରେ ଭାଇରୋଲଜ ଏବଂ ଇମ୍ୟୁନୋଲଜି ଥିବା ଲି-ମେଙ୍ଗ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସେ ଆମେରିକା ପଳାଇ ଆସିଛନ୍ତି ଏବଂ ଏକ ଅଜ୍ଞାତ ସ୍ଥାନରୁ ଏହି ସାକ୍ଷାତକାର ଦେଇ ଚୀନ ସରକାରର ମୁଖା ଖୋଲିଛନ୍ତି।

ଏହି ଭୂତାଣୁ ପ୍ରଥମେ ବାଦୁଡ଼ି ଓ ପରେ ବଜ୍ରକାପ୍ତା ଶରୀରରୁ ମଣିଷ ଶରୀରକୁ ଆସିଛି ବୋଲି କୁହାଯାଉଥିଲା। ଉହାନ ମାଂସ ମାର୍କେଟକୁ ଏହାର ଉତ୍ପତ୍ତି ସ୍ଥଳ ବୋଲି କୁହାଯାଉଥିଲା। ହେଲେ ପଶୁ ଶରୀରରୁ ମଣିଷ ଶରୀରକୁ ଏହା କିପରି ଆସିଲା ତାହାର କୌଣସି ତଥ୍ୟ ମିଳିନାହିଁ। ଏହା ମନୁଷ୍ୟକୃତ ବୋଲି ଆମେରିକା ପ୍ରଥମେ ସନ୍ଦେହ ପ୍ରକାଶ କରିଥିଲା। ହେଲେ ଚୀନ ସରକାର ଏହାକୁ ଖଣ୍ଡନ କରି ଆସୁଥିଲେ। ଏପରିକି ଡବ୍ଲ୍ୟୁଏଚଓର କର୍ମକତ୍ତାମାନେ ଉହାନର ଏହି ଲ୍ୟାବକୁ ଯାଇ ଅନୁସନ୍ଧାନ କରିଥିଲେ ହେଁ ଏହାର ତଥ୍ୟକୁ ସାର୍ବଜନୀନ କରାଯାଇ ନାହିଁ। ତେବେ ଲି-ମେଙ୍ଗ ଏ ସମସ୍ତ ରହସ୍ୟର ପର୍ଦ୍ଦାଫାଶ କରି କହିଛନ୍ତି, ଏହି ଭାଇରସର ଉତ୍ପତ୍ତି ପ୍ରାକୃତିକ ନୁହେଁ। ବରଂ ମନୁଷ୍ୟକୃତ। ଏହା ଉହାନ ମାଂସ ମାର୍କେଟରୁ ବ୍ୟାପିଥିବା କଥା ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ମିଛ।

Advertisment

ସେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ଦେଇ କହିଛନ୍ତି, ଚାଇନା ମିଲିଟାରୀ ଇନ୍‌‌ଷ୍ଟିଚ୍ୟୁଟ୍‌ ଦୁଇଟି ମାରାତ୍ମକ ଭୂତାଣୁର ଆବିଷ୍କାର କରିଛନ୍ତି। ଏହାର ନାମ ହେଉଛି ସିସି୪୫ ଏବଂ ଜେଡ୍‌‌ଏକ୍ସସି୪୧। ଏହାର ମାଲିକାନା ବି ନିଜ ହାତରେ ରଖିଛି। ଏହି ଦୁଇଟି ଭାଇରସ୍‌ର ଜେନେଟିକ ପରିବର୍ତ୍ତନ କରାଯାଇ ନୋଭେଲ କରୋନା ଭାଇରସ୍‌‌ର ସୃଷ୍ଟି କରାଯାଇଛି। ସେ ଆଗକୁ ଏହି ଦୁଇଟି ଯାକ ଗବେଷଣାର କାଗଜପତ୍ର ବିଶ୍ୱ ସମ୍ମୁଖରେ ପ୍ରକାଶ କରିବେ ବୋଲି କହିଛନ୍ତିି।

ଲି-ମେଙ୍ଗଙ୍କର ଏହି କଥା ଶୁଣିବା ପରେ ମନରେ ପ୍ରଶ୍ନ ଉଠୁଛି ସତରେ କ’ଣ କରୋନ ଭାଇରସ୍‌ ଚୀନ୍‌ର ଏକ ଷଡଯନ୍ତ୍ର ? କାହିଁକି ଚୀନ ଏପରି ଷଡଯନ୍ତ୍ର ରଚିଛି ? ଯଦି ଲ୍ୟାବ୍‌ରେ ଏହାର ସୃଷ୍ଟି ତେବେ ବାହାରକୁ ଏହା ଆସିଲା କେମିତି ? ଏହା ଏକ ଦୁର୍ଘଟଣା ନା ଯୋଜନାବଦ୍ଧ ?

କରୋନା ଭାଇରସର ଉତ୍ପତ୍ତିକୁ ନେଇ ସାରା ବିଶ୍ୱ‌ ଚୀନକୁ ସନ୍ଦେହ କରୁଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନକୁ ସମର୍ଥନ ଯୋଗାଉଥିବା ଅଭିଯୋଗ ମଧ୍ୟ ହୋଇ ଆସୁଛି। ତେବେ ଲି-ମେଙ୍ଗଙ୍କର ଏପରିି ବୟାନ ପରେ ଏହି ସନ୍ଦେହ ଆହୁରି ଦୃଢୀଭୂତ ହୋଇଛି। ତେବେ ଏ ନେଇ ଚୀନ କିମ୍ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ