XI-jinping
ଲଦାଖ: ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପିଏଲ୍ଏ( ଚୀନ ସେନା)କୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ। ଦେଶପାଇଁ ବିଶ୍ୱସ୍ତ ରହିବା ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ ବୋଲି ଜିନପିଙ୍ଗ୍ କହିଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ CNN ଏହି ଖବର ପ୍ରକାଶ କରିଛି। ଲଦାଖର ଏଲ୍ଏସିରେ ଭାରତ ଓ ଚୀନ ସେନା ପରସ୍ପର ମୁହାଁମୁହିଁ ହୋଇ ଛିଡ଼ା ହୋଇଥିବା ସମୟରେ ଚୀନ ରାଷ୍ଟ୍ରପତିଙ୍କ ଏପରି ବୟାନ ମାମଲାକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଦେଇଛି।
/odishatv-khabar/media/post_attachments/cnnnext/dam/assets/201014160957-01-xi-jinping-300920-exlarge-169.jpg)
CNNର ରିପୋର୍ଟ ଅନୁସାରେ, ମଙ୍ଗଳବାର ଜିନ୍ପିଙ୍ଗ ଗୁଆଙ୍ଗଡଙ୍ଗରେ ମିଲିଟାରୀ ବେସ୍କୁ ପରିଦର୍ଶନରେ ଆସିଥିଲେ। ସେଠାରେ ଚୀନୀ ଯବାନମାନଙ୍କୁ ସମ୍ଭୋଧନ କଲାବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ସହିତ ହାଇଆଲର୍ଟ ସ୍ଥିତି ବଜାଇ ରଖିବାକୁ କହିଥିଲେ ଜିନ୍ପିଙ୍ଗ। ଚାଇନା ଖବର ସରବରାହ ସଂସ୍ଥା ସିନ୍ହୁଆ(Xinhua)ରେ ଏପରି ରିପୋର୍ଟ ପ୍ରକାଶ ପାଇଥିବା CNN କହିଛି। ତେବେ ଜିନପିଙ୍ଗଙ୍କର ଏହି ଯୁଦ୍ଧଂ ଦେହି ଡାକରା ଭାରତ ପାଇଁ ନା ଆମେରିକା ଭଳି ଅନ୍ୟ ଦେଶ ପାଇଁ ତାହା ସ୍ପଷ୍ଟ ହୋଇନାହିଁ। କାରଣ ଦକ୍ଷିଣ ଚୀନ୍ ସାଗର ଅଞ୍ଚଳକୁ ନେଇ ଚୀନ ସହିତ କିଛି ଦେଶର ସମ୍ପର୍କ ଭଲ ନାହିଁ। ତେଣୁ କାହା ଉଦ୍ଦେଶ୍ୟରେ ଜିନ୍ପିଙ୍ଗ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି ତାହା ଜଣାପଡ଼ି ନାହିଁ।
ତେବେ ଚୀନ ସେନାରେ ତୁରନ୍ତ ପରିବର୍ତ୍ତନ ଏବଂ ନିର୍ମାଣକୁ ତ୍ୱରାନ୍ୱିତ କରିବା, ଯୁଦ୍ଧ କ୍ଷମତାର ଉନ୍ନତିକୁ ତ୍ୱରାନ୍ୱିତ କରିବା ସହିତ ମଇଦାନରେ ଦୃଢ଼ ଜବାବ ଦେବା ଭଳି ଏକାଧିକ ଦକ୍ଷତା ସମ୍ପନ୍ନ ଓ ଶକ୍ତିଶାଳୀ ସେନା ଗଠନ କରିବା ଉଦ୍ଦେଶ୍ୟରେ ଜିନ୍ପିଙ୍ଗ ସାମରିକ ବେସ୍ ପରିଦର୍ଶନ କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ଅନ୍ୟପଟେ ଲଦାଖ ସୀମା ବିବାଦ ନେଇ ସୋମବାର ଚୀନ ଓ ଭାରତ ମଧ୍ୟରେ ସପ୍ତମଥର ପାଇଁ କର୍ପସ କମାଣ୍ଡର ଲେବଲ ବୈଠକ ହୋଇଥିଲା। ବୈଠକ ସରିବା ପରେ ଉଭୟ ଦେଶ ସୀମାରୁ ହଟିଯିବେ ବୋଲି ମିଳିତ ଭାବେ କହିଥିଲେ। ତେବେ ଚାଇନା ଆଗ ସୀମରୁ ହଟିଲା ପରେ ଯାଇ ଭାରତ ହଟିବ ବୋଲି ଭାରତ ସଫା ସଫା କହି ଦେଇଥିଲା। ଚାଇନା ପ୍ରଥମେ ହଡ଼ପ କରିଥିବା ସ୍ଥାନକୁ ଛାଡ଼ି ପଛକୁ ହଟୁ। ଉତ୍ତେଜନା ଆରମ୍ବ ହେବା ପୂର୍ବରୁ ଏପ୍ରିଲ୍ ମାସରେ ଯେମିତି ସ୍ଥିତି ଥିଲା ସେମିତି ସ୍ଥିତି ସ୍ୱାଭାବିକ ହେଉ ତା ପରେ ଭାରତ ସୀମାରୁ ହଟିବ ବୋଲି ଜିଦ୍ରେ ଅଟଳ ରହିଥିଲା ଭାରତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/XI-jinping_1625229407.jpg)