Advertisment

ସେମି ହାଇସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ନିର୍ମାଣ ଟେଣ୍ଡର ବାତିଲ କଲା ଭାରତ

ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟ୍‌କା ଦେଲା ଭାରତ। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ପାଇଁ ଟେଣ୍ଡର ବାତିଲ କରାଯାଇଛି। ସପ୍ତାହକ ମଧ୍ୟରେ ଏଥିପାଇଁ ସାନି ଟେଣ୍ଡର କରାଯିବ  ନୂଆ ଟେଣ୍ଡର ବେଳେ ଭାରତୀୟ କଂପାନୀକୁ ଅଗ୍ରାଧିକାର ଦିଆଯିବ ବୋଲି ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଚୀନର ସହଭାଗିତାରେ ଭାରତର ସିଆରଆରସି ପାଓନିୟର ଇଲେକ୍‌ଟ୍ରିକ୍ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଏକମାତ୍ର ବିଦେଶୀ କଂପାନୀ ଭାବେ ଟେଣ୍ଡରରେ ସାମିଲ ହୋଇଥିଲା। କିନ୍ତୁ ଟେଣ୍ଡରରେ ଚୀନ ସହଭାଗିତାରେ ଥିବା […]

ଅଦ୍ୟତନ ହୋଇଛି
ସେମି ହାଇସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ନିର୍ମାଣ ଟେଣ୍ଡର ବାତିଲ କଲା ଭାରତ

bande-bharat

Advertisment

ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟ୍‌କା ଦେଲା ଭାରତ। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ପାଇଁ ଟେଣ୍ଡର ବାତିଲ କରାଯାଇଛି। ସପ୍ତାହକ ମଧ୍ୟରେ ଏଥିପାଇଁ ସାନି ଟେଣ୍ଡର କରାଯିବ  ନୂଆ ଟେଣ୍ଡର ବେଳେ ଭାରତୀୟ କଂପାନୀକୁ ଅଗ୍ରାଧିକାର ଦିଆଯିବ ବୋଲି ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment

ଚୀନର ସହଭାଗିତାରେ ଭାରତର ସିଆରଆରସି ପାଓନିୟର ଇଲେକ୍‌ଟ୍ରିକ୍ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଏକମାତ୍ର ବିଦେଶୀ କଂପାନୀ ଭାବେ ଟେଣ୍ଡରରେ ସାମିଲ ହୋଇଥିଲା। କିନ୍ତୁ ଟେଣ୍ଡରରେ ଚୀନ ସହଭାଗିତାରେ ଥିବା କଂପାନୀ ଆଗୁଆ ରହିଥିବା ଦେଖି ନିଲାମି ବାତିଲ କରାଯାଇଥିବା ସୂଚନା ମିଳିଛି। ତେବେ କେଉଁ କାରଣ ଟ୍ରେନ୍‌ ଚୁକ୍ତି ବାତିଲ କରାଯାଇଛି ସେନେଇ ରେଳମନ୍ତ୍ରାଳୟ ପକ୍ଷରୁ କଣସି ସୂଚନା ମିଳିନି। ସୂଚନା ଥାଉକି, ଜୁଲାଇ ୧୦ରେ ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି ପକ୍ଷରୁ ୪୪ଟି ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ପାଇଁ ଟେଣ୍ଡର କରାଯାଇଥିଲା। 

ଗଲୱାନ ଘାଟିରେ ଚୀନସେନାର ଅନୁପ୍ରବେଶ ପରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ସୀମାରେ ଏବେବେ  ଉତ୍ତଜନା ଲାଗି ରହିଛି। ଗଲୱାନ ଭ୍ୟାଲିରେ ଚାଇନାର ଔଦ୍ଧତ୍ୟା ପାଇଁ ଭାରତ ପକ୍ଷରୁ କଡ଼ା ଆଭିମୁଖ୍ୟ ନିଆଯାଇଥିଲା। ତା ସହିତ ଚୀନ ନିର୍ମିତ ୫୯ଟି ଆପ୍‌କୁ ମଧ୍ୟ ବ୍ୟାନ କରିଥିଲା ଭାରତ। ତା ସହିତ ଟେଲିକମ୍‌ କ୍ଷେତ୍ରରେ ଚାଇନା ଉତ୍ପାଦନ ବ୍ୟବହାର ନ କରିଘରୋଇ ଉପକରଣ ବ୍ୟବହାର କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ