Advertisment

ଚୀନ ତିଆରି କରିଛି କୋଭିଡ ଟିକା, ଉତ୍ତର କୋରିଆରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

କରୋନାର କରୁଣ ଚିତ୍ର ଦେଖୁଛି ସାରା ବିଶ୍ୱ। ଏହି ମହାମାରୀ ପୁଣି ରିଟର୍ଣ୍ଣ କରିଛି। ଫଳରେ ସଂକ୍ରମଣ ବଢିବା ଆରମ୍ଭ ହୋଇଯାଇଛି। ଏତିକି ବେଳେ ଗୋଟିଏ କଥା ବିଶ୍ୱବାସୀକୁ ଆଶ୍ଚର୍ଯ୍ୟ କରିଛି। ବିଭିନ୍ନ ଦେଶ କରୋନାର ସ୍ଥାୟୀ ମୁକାବିଲା କରିବାରେ ଲାଗି ପଡିଥିବା ବେଳେ ଚୁପ ହୋଇ ବସିଛି ବିଶ୍ୱର ଏକମାତ୍ର ଦେଶ ଉତ୍ତର କୋରିଆ। କରୋନା ସଂକ୍ରମଣକୁ ନେଇ କୌଣସି ତଥ୍ୟ ସାର୍ବଜନୀନ କରୁନାହିଁ। ଏମିତିକି ଏହି ଦେଶର କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା […]

ଅଦ୍ୟତନ ହୋଇଛି
ଚୀନ ତିଆରି କରିଛି କୋଭିଡ ଟିକା, ଉତ୍ତର କୋରିଆରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

vaccine

Advertisment

କରୋନାର କରୁଣ ଚିତ୍ର ଦେଖୁଛି ସାରା ବିଶ୍ୱ। ଏହି ମହାମାରୀ ପୁଣି ରିଟର୍ଣ୍ଣ କରିଛି। ଫଳରେ ସଂକ୍ରମଣ ବଢିବା ଆରମ୍ଭ ହୋଇଯାଇଛି। ଏତିକି ବେଳେ ଗୋଟିଏ କଥା ବିଶ୍ୱବାସୀକୁ ଆଶ୍ଚର୍ଯ୍ୟ କରିଛି। ବିଭିନ୍ନ ଦେଶ କରୋନାର ସ୍ଥାୟୀ ମୁକାବିଲା କରିବାରେ ଲାଗି ପଡିଥିବା ବେଳେ ଚୁପ ହୋଇ ବସିଛି ବିଶ୍ୱର ଏକମାତ୍ର ଦେଶ ଉତ୍ତର କୋରିଆ। କରୋନା ସଂକ୍ରମଣକୁ ନେଇ କୌଣସି ତଥ୍ୟ ସାର୍ବଜନୀନ କରୁନାହିଁ। ଏମିତିକି ଏହି ଦେଶର କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ସାରା ଦୁନିଆ ଅଜ୍ଞ। ତେବେ ଉତ୍ତର କୋରିଆରେ କରୋନା ଭୟ ଅନ୍ୟ ଦେଶ ଭଳି ଅଧିକ ଥିବା ଜଣାପଡ଼ିଛି। ଏହାରି ଭିତରେ ଭିନ୍ନ ଏକ ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

Advertisment

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ତଥା ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କୁ ସହାୟତାର ହାତ ବଢାଇଛି ଚୀନ। କିମଙ୍କୁ ଚାଇନା କରୋନା ଭ୍ୟାକସିନ ଦେଇଥିବା ଆମେରିକା ବିଶେଷଜ୍ଞ ଟିମ ଜାଣିବାକୁ ପାଇଛି। କେବଳ କିମ ନୁହେଁ, ତାଙ୍କ ପରିବାର ଓ ଦେଶର ବଡ଼ ବଡ଼ ଅଧିକାରୀମାନେ ଚୀନର ପରୀକ୍ଷଣରତ କରୋନା ଭ୍ୟାକସିନ ଗ୍ରହଣ କରିଥିବା ଜଣାପଡ଼ିଛି। ତେବେ କେଉଁ କମ୍ପାନୀ ଉତ୍ତର କୋରିଆ ପାଖକୁ ଏହି କରୋନା ଭ୍ୟାକସିନ ପଠାଇଛି ତାହା ଜଣାପଡିନାହିଁ। ଏହାର ପ୍ରଭାବ କେମିତି ରହିଛି ତାହାର ସାମାନ୍ୟତମ ସୂଚନା ମିଳୁନାହିଁ।

ଚୀନର ତିନୋଟି କମ୍ପାନୀ ସିନୋଭାକ ବାୟୋଟେକ ଲିମିଟେଡ, କାନସିନୋବାୟୋ ଓ ସିନୋଫାର୍ମ ଗ୍ରୁପ ମିଳିତ ଭାବେ କରୋନା ଭ୍ୟାକସିନ ବିକଶିତ କରିଛନ୍ତି। ଚୀନର ୧୦ ଲକ୍ଷ ଲୋକଙ୍କୁ କରୋନା ଭ୍ୟାକସିନ ଦିଆଯାଇଥିବା ସିନୋ ଫାର୍ମ ଦାବି କରିଥିବା ବେଳେ ଭ୍ୟାକସିନର ଟ୍ରାଏଲ୍‌ ହୋଇଛି କି ନାହିଁ ଜଣାନାହିଁ। ତେବେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କୁ ପରୀକ୍ଷଣରତ କରୋନା ଭ୍ୟାକସିନ ଦିଆଯାଇଥିବା କୁହାଯାଉଛି।

Advertisment

ଉତ୍ତର କୋରିଆରେ କରୋନା ସଂକ୍ରମଣ ସମ୍ପର୍କ​‌ରେ ସରକାର କୌଣସି ସୂଚନା ଦେଉନଥିବା ବେଳେ ଦେଶରେ କରୋନା ମହାମାରୀ ଜୀବନ ନେଇ ଚାଲିଛି। ଏବେ ଉତ୍ତର କୋରିଆର ହ୍ୟାକିଂ ଗ୍ରୁପ ବିଭିନ୍ନ ଦେଶର ଭ୍ୟାକସିନ ବିକଶିତ କମ୍ପାନୀର ଡାଟା ଚୋରି କରିବାକୁ ଚେଷ୍ଟା ଚଳାଇଛନ୍ତି। ଏମିତିକି ଏହି ହ୍ୟାକିଂ ଗ୍ରୁପ ଇଂଲଣ୍ଡର କରୋନା ଭ୍ୟାକ୍ସିନ ନିର୍ମାତା ଆଷ୍ଟ୍ରାଜେନିକା ଉପରେ ଆକ୍ରମଣ କରିଥିଲା। ଏହା ସହ ଦକ୍ଷିଣ କୋରିଆର ଭ୍ୟାକସିନ ଡାଟା ଚୋରି କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ଆସିଛି।

ଏପଟେ କିନ୍ତୁ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କୁ କେଉଁ କଂପାନୀ ଭ୍ୟାକସିନ ପ୍ରଦାନ କରିଛି, ତାହାର ତଥ୍ୟ ଯୋଗାଡରେ ଲାଗି ପଡିଛି ଆମେରିକା। ବିଭିନ୍ନ ଗୁଇନ୍ଦା ସଂସ୍ଥାରେ ଲାଗି ପଡିଛନ୍ତି। ଯଦି ଏକଥାର ପ୍ରମାଣ ମିଳିଯାଏ, ତେବେ ପରିସ୍ଥିତି ଭୟାବହ ହେବ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ