Advertisment

ଚୀନର ଚାଲବାଜି : ଶାନ୍ତିପୂର୍ଣ୍ଣ ଆଲୋଚନା ମଧ୍ୟରେ ସୀମାରେ Advanced Weapons ଠୁଳ କରୁଛି ପିଏଲଏ

ବେଜିଂ : ସୁଧୁରୁନି ଚୀନ । ପୁଣି ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି ପଡ଼ୋଶୀ ଦେଶ । ଚୀନ ସୀମାରେ ଭାରତ ସହ ଉତ୍ତେଜନା ବଢ଼ାଇବା ପାଇଁ ଉଦ୍ୟମ ଚାଲିଛି । ଗୋଟିଏ ପଟେ ଶାନ୍ତିପୂର୍ଣ୍ଣ ସମାଧାନ ବିଷୟରେ କହୁଛି ଅନ୍ୟପଟେ…

author-image
Prangyan Parimita
ଚୀନର ଚାଲବାଜି : ଶାନ୍ତିପୂର୍ଣ୍ଣ ଆଲୋଚନା ମଧ୍ୟରେ ସୀମାରେ Advanced Weapons ଠୁଳ କରୁଛି ପିଏଲଏ

china

ବେଜିଂ : ସୁଧୁରୁନି ଚୀନ । ପୁଣି ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି ପଡ଼ୋଶୀ ଦେଶ । ଚୀନ ସୀମାରେ ଭାରତ ସହ ଉତ୍ତେଜନା ବଢ଼ାଇବା ପାଇଁ ଉଦ୍ୟମ ଚାଲିଛି । ଗୋଟିଏ ପଟେ ଶାନ୍ତିପୂର୍ଣ୍ଣ ସମାଧାନ ବିଷୟରେ କହୁଛି ଅନ୍ୟପଟେ ଭାରତ ସୀମାରେ ନୂତନ ଅସ୍ତ୍ରଶସ୍ତ୍ର ଠୁଳ କରିବା ଆରମ୍ଭ କରିଛି ଚୀନ। ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁସାରେ ଚୀନର କାର୍ଯ୍ୟକଳାପ, ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରୟାସକୁ ଜଟିଳ କରୁଛି।

Advertisment

ସେହିପରି ଏସିଆ ଟାଇମ୍ସ ରିପୋର୍ଟ ଅନୁସାରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ସୀମାରେ ମୋବାଇଲ୍ ହିଟ୍ ଏବଂ ଫାୟାରିଂ ପୋଜିସନ୍ ପାଇଁ ନୂତନ ସ୍ୱୟଂ ଚାଳିତ ଦ୍ରୁତଗାମୀ ମୋର୍ଟାର ନିୟୋଜିତ କରିବାକୁ ଘୋଷଣା କରିଛି । ଏହାପୂର୍ବରୁ ମଧ୍ୟ ଚୀନ୍ ଏଭଳି ଅନେକ କାମ କରିସାରିଛି, ଯଦ୍ୱାରା ଦୁଇ ଦେଶ ମଧ୍ୟରେ ବିବାଦ ପୁଣି ଥରେ ବଢ଼ିବ ବୋଲି ଆଶଙ୍କା କରାଯାଉଛି ।

ବେଜିଂ ପୂର୍ବରୁ ସୀମାରେ ସ୍ୱୟଂ ଚାଳିତ ହୋୱିଜର୍, ସଶସ୍ତ୍ର ଆକ୍ରମଣକାରୀ ଯାନ ଏବଂ ଦୀର୍ଘ ଦୂରଗାମୀ ଏକାଧିକ ରକେଟ୍ ଲଞ୍ଚର୍ ସିଷ୍ଟମ୍ ନିୟୋଜିତ କରିଛି । ବିଶେଷଜ୍ଞଙ୍କ ଅନୁସାରେ ପାହାଡ଼ିଆ ଅଞ୍ଚଳରେ ନୂତନ ସ୍ୱୟଂ ଚାଳିତ ଦ୍ରୁତଗାମୀ ମୋର୍ଟାର ନିୟୋଜନ ଚୀନ୍ ସେନା ପାଇଁ ଲାଭଦାୟକ ହୋଇପାରେ । ଶତ୍ରୁକୁ ସଠିକ୍ ଭାବରେ ଟାର୍ଗେଟ୍ କରିବାରେ ଏହି ଅସ୍ତ୍ର ସାହାଯ୍ୟ କରିବ ।

Advertisment

ସୂଚନାଯୋଗ୍ୟ ଚୀନର ଏହି ଷଡ଼ଯନ୍ତ୍ର ସମ୍ପର୍କରେ ଭାରତ ଅବଗତ ଅଛି । ନିକଟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ, ଚୀନ୍ ସହିତ ଭାରତର ସମ୍ପର୍କ ମଝି ରାସ୍ତାରେ ରହିଛି । ଚୀନ୍ ନିଜର ପ୍ରତିଶ୍ରୁତି ଓ ଚୁକ୍ତିନାମାକୁ ପାଳନ କରିବ ବୋଲି ଆଶା ଦେଖାଯାଉ ନାହିଁ ।

Advertisment
Advertisment