Advertisment

ନଭେମ୍ବର ସୁଦ୍ଧା ଆସିବ ଚୀନ୍ କରୋନା ଭ୍ୟାକସିନ୍!

ନୂଆଦିଲ୍ଲୀ: ନଭେମ୍ବର ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଯାଇପାରେ ଚୀନର କରୋନା ଭ୍ୟାକସିନ୍। ଚାଇନିଜ୍ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନର ଜଣେ ବରିଷ୍ଠ ଅଧିକାରୀ ଚୀନର ସରକାରୀର ଟିଭି ଚ୍ୟାନେଲକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ସୁରୁଖୁରୁରେ ଠିକ୍ ଭାବେ ଚାଲିଛି। ନଭେମ୍ବର କିମ୍ବା ଡିସେମ୍ବର ସୁଦ୍ଧା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଏହା ପ୍ରସ୍ତୁତ ହୋଇଯିବ। ସେହି ଅଧିକାରୀ ଜଣକ ନିଜେ ବି ଟିକା […]

ନଭେମ୍ବର ସୁଦ୍ଧା ଆସିବ ଚୀନ୍ କରୋନା ଭ୍ୟାକସିନ୍!

vaccine

Advertisment

ନୂଆଦିଲ୍ଲୀ: ନଭେମ୍ବର ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଯାଇପାରେ ଚୀନର କରୋନା ଭ୍ୟାକସିନ୍। ଚାଇନିଜ୍ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନର ଜଣେ ବରିଷ୍ଠ ଅଧିକାରୀ ଚୀନର ସରକାରୀର ଟିଭି ଚ୍ୟାନେଲକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ସୁରୁଖୁରୁରେ ଠିକ୍ ଭାବେ ଚାଲିଛି।

Advertisment

ନଭେମ୍ବର କିମ୍ବା ଡିସେମ୍ବର ସୁଦ୍ଧା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଏହା ପ୍ରସ୍ତୁତ ହୋଇଯିବ। ସେହି ଅଧିକାରୀ ଜଣକ ନିଜେ ବି ଟିକା ନେଇଛନ୍ତି ଏବଂ ତାଙ୍କ ଦେହରେ ସେମିତି କିଛି ଅସ୍ୱାଭାବିକତା ଦେଖା ଯାଉନାହିଁ। ଚୀନରେ ୪ଟି କରୋନା ଭ୍ୟାକସିନର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଏଥି ମଧ୍ୟରୁ ୩ଟି ଭ୍ୟାକସିନ୍ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଦିଆଯାଉଛି।

ସୂଚନାଯୋଗ୍ୟ, ଦୁନିଆର ବଡ଼ ବଡ଼ ଦେଶ କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ଭ୍ୟାକସିନର ଟ୍ରାଏଲ୍ ଚାଲିଥିବା ବେଳେ ଜଣେ ଭଲ୍ୟୁଣ୍ଟିୟର ଗୁରୁତର ହୋଇପଡ଼ିଥିଲେ। ଯେଉଁ କାରଣରୁ ଭ୍ୟାକସିନର ଟ୍ରାଏଲକୁ ସ୍ଥଗିତ କରାଯାଇଥିଲା। କିନ୍ତୁ ଏବେ ସେହି ଭ୍ୟାକସିନର ଟ୍ରାଏଲ୍ ପୁଣିଥରେ ଆରମ୍ଭ ହୋଇଛି। ସେହିପରି ଭାରତରେ ମଧ୍ୟ କରୋନା ଭ୍ୟାକସିନର ଟ୍ରାଏଲ୍ ପ୍ରକ୍ରିୟା ଜାରି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ