Advertisment

ଅପହୃତ ଯବାନ ରାକେଶ୍ୱରଙ୍କୁ ଛାଡିଲେ ମାଓବାଦୀ

ରାୟପୁର: ମାଓବାଦୀଙ୍କଠାରୁ  ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର ସିଂ ମାନ୍‌ହାସ। ରାକେଶ୍ୱର ମୁକୁଳିଥିବା ନେଇ ଜାତୀୟ ଗଣମାଧ୍ୟମ ANI ପକ୍ଷରୁ ସୂଚନା ଦିଆଯାଇଛି। ରାକେଶ୍ୱରଙ୍କୁ ନେଇ ସସପେନ୍ସ ଲାଗିରହିଥିଲା। ମାଓବାଦୀମାନେ ତାଙ୍କୁ ଅପହରଣ ୬ ଦିନ ପରେ ଛାଡ଼ିଛନ୍ତି। ରାକେଶଙ୍କୁ ଛଡ଼ାଯାଇଥିବା ନେଇ ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ରହିଛି ବୋଲି ସେ କହିଛନ୍ତି। ବିଜାପୁରରେ ଯବାନଜଣଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ। ତେବେ ନିଖୋଜ ଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍‌ଙ୍କର […]

author-image
Sarbeswar
ଅପହୃତ ଯବାନ ରାକେଶ୍ୱରଙ୍କୁ ଛାଡିଲେ ମାଓବାଦୀ

Jawan

ରାୟପୁର: ମାଓବାଦୀଙ୍କଠାରୁ  ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର ସିଂ ମାନ୍‌ହାସ। ରାକେଶ୍ୱର ମୁକୁଳିଥିବା ନେଇ ଜାତୀୟ ଗଣମାଧ୍ୟମ ANI ପକ୍ଷରୁ ସୂଚନା ଦିଆଯାଇଛି। ରାକେଶ୍ୱରଙ୍କୁ ନେଇ ସସପେନ୍ସ ଲାଗିରହିଥିଲା। ମାଓବାଦୀମାନେ ତାଙ୍କୁ ଅପହରଣ ୬ ଦିନ ପରେ ଛାଡ଼ିଛନ୍ତି। ରାକେଶଙ୍କୁ ଛଡ଼ାଯାଇଥିବା ନେଇ ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ରହିଛି ବୋଲି ସେ କହିଛନ୍ତି। ବିଜାପୁରରେ ଯବାନଜଣଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ। ତେବେ ନିଖୋଜ ଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍‌ଙ୍କର ଫଟୋ ଗତକାଲି ସାମ୍ନାକୁ ଆସିଥିଲା। ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଥିଲା। ମାଓବାଦୀମାନେ ତାଙ୍କୁ ବନ୍ଧକ ରଖିଥିବା ଦାବି ବି କରିସାରିଛନ୍ତି। କେବଳ ଏତିକି ନୁହେଁ  ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥି ଦେବାକୁ ମଧ୍ୟ କହିଥିଲେ।

Advertisment

ଶନିବାର ଦିନ ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ନିଖୋଜ ଥିଲେ। ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସ୍‌ ବୋଲି ଜଣାପଡ଼ିଛି। ତାଙ୍କୁ ମୁକୁଳାଇ ଆଣିବାକୁ ମାନହାସ୍‌ଙ୍କ  ପରିବାର ଲୋକେ ନିବେଦନ କରିଥିଲେ। ବର୍ତ୍ତମାନ ସମୟରେ ରାକେଶ ଟେମୁର ଥାନାରେ ପହଞ୍ଚିଥିବା ବେଳେ ତାଙ୍କର ମେଡିକାଲ ଯାଂଚ ହେଉଥିବା କୁହାଯାଉଛି। କିନ୍ତୁ ଏହାକୁ ବିଜାପୁର ଏସପି ଏହାକୁ ଖଣ୍ଡନ କରିଛନ୍ତି। ଏପଟେ ଯେଉଁ ସ୍ଥାନରେ ଏହି କାଣ୍ଡ ହୋଇଥିଲା ସେଠାକୁ ସାଧାରଣ ଲୋକ କିମ୍ବା ଗଣମାଧ୍ୟମକୁ ମଧ୍ୟ ଛଡ଼ାଯାଉନାହିଁ। କିନ୍ତୁ ଟେମୁରରେ ପୋଲିସ ବିଭାଗର ଉପରିସ୍ଥ କର୍ମଚାରୀମାନେ ପହଂଚିଛନ୍ତି। ତେଣୁ ରାକେଶଙ୍କ ମୁକୁଳିବା କଥାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ହେଲେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ କିନ୍ତୁ ରାକେଶ୍ୱରଙ୍କୁ ଛଡ଼ାଯାଇପାରିଥାଏ ବୋଲି ସେମାନେ ପ୍ରତିକ୍ରିୟା ଦେଇଛନ୍ତି।

ଏଠାରେ କହିରଖୁଛୁ ଯେ, ସୁକମାରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣାରେ ୨୨ ଜଣ ସହିଦ ହୋଇଛନ୍ତି। ଗତ ଶନିବାର ଛତିଶଗଡ଼ର ତରେମ୍‌ ଜଙ୍ଗଲରେ ନକ୍ସଲ୍‌ମାନଙ୍କ ସହ ଗୁଳି ବିନିମୟରେ ପ୍ରଥମେ ୮ ଜଣ ଯବାନ ସହିଦ ହୋଇଥିବା ଖବର ସାମ୍ନାକୁ ଆସିଥିଲା କିନ୍ତୁ ପରେ ୨୨ ଜଣ ଯବାନ ସହିଦ୍‌ ହେବାର କଥା ସାମ୍ନାକୁ ଆସିଛି । ଅନ୍ୟପଟେ  ୨୧ଜଣ ଯବାନ ନିଖୋଜ ହୋଇଥିବା କୁହାଯାଉଥିଲା । ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ଦେଇଥିଲେ ବିଜାପୁର ଏସପି ।  ତେବେ ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ମଧ୍ୟ ମିଳିଥିଲା ।

Advertisment
Bijapur Attack Martyrs Bijapur Naxal Attack
Advertisment
Advertisment