/odishatv-khabar/media/post_attachments/uploadimage/library/16_9/16_9_0/nf_1626852048.jpg)
nf
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ମେ ୨୩ ଭୋଟ୍ ଗଣତି ପରେ ଦେଶରେ ଏକ ବିଜେପି ବିରୋଧୀ ମେଣ୍ଟ ଗଠନ ନେଇ ସେ ଆଲୋଚନା କରିଥିବା ଜଣାପଡିଛି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହାପରେ ସେ ଏନ୍ସିପି ମୁଖ୍ୟ ଶରଦ ପାୱାର ଓ ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବଙ୍କୁ ନୂଆଦିଲ୍ଲୀରେ ଭେଟି ଆଲୋଚନା କରିଛନ୍ତି। ବିଜେପି ବିରୋଧୀ ମେଣ୍ଟର ନେତୃତ୍ୱ ନେଉଥିବା ଚନ୍ଦ୍ରବାବୁ ନାଇଡୁ ଆଜି ସନ୍ଧ୍ୟାରେ ବିଏସ୍ପି ମୁଖ୍ୟ ମାୟାବତୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଲକ୍ଷ୍ମୌରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କୁ ଭେଟିବା ପୂର୍ବରୁ ସିପିଆଇ ନେତା ଡି. ରାଜା ଓ ସୁଧାକର ରେଡ୍ଡୀଙ୍କୁ ଭେଟି ସେ ଆଲୋଚନା କରିଥିଲେ। ଦେଶରେ ବିଜେପିକୁ କ୍ଷମତାରୁ ହଟାଇବାକୁ ଚନ୍ଦ୍ରବାବୁ ନାଇଡୁ ସବୁ ଅଣ-ବିଜେପି ଦଳ ସହ ଆଲୋଚନା ଜାରି ରଖିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)