Advertisment

ଆସାମ ପାଇଁ ୩୪୬ କୋଟି ଟଙ୍କାର ସହାୟତା

ଗୌହାଟୀ: ବନ୍ୟାରେ ଆସାମ ସ୍ଥିତି ବେହାଲ ହୋଇପଡ଼ିଛି। ରାଜ୍ୟରେ ବନ୍ୟାର ବିତ୍ପତ୍ତିକୁ ଆଖି ଆଗରେ ରଖି କେନ୍ଦ୍ର ୩୪୬ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଆସାମରେ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଭିଡିଓ କନ୍‌ଫରେନ୍ସିଂରେ କଥା ହୋଇଛନ୍ତି। ବନ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆସାମରେ ବ୍ରହ୍ମପୁତ୍ର ନଦୀ ଭୀଷଣ ରୂପ ଧରି ସବୁକିଛି […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଆସାମ ପାଇଁ ୩୪୬ କୋଟି ଟଙ୍କାର ସହାୟତା

assam

ଗୌହାଟୀ: ବନ୍ୟାରେ ଆସାମ ସ୍ଥିତି ବେହାଲ ହୋଇପଡ଼ିଛି। ରାଜ୍ୟରେ ବନ୍ୟାର ବିତ୍ପତ୍ତିକୁ ଆଖି ଆଗରେ ରଖି କେନ୍ଦ୍ର ୩୪୬ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଆସାମରେ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଭିଡିଓ କନ୍‌ଫରେନ୍ସିଂରେ କଥା ହୋଇଛନ୍ତି।

Advertisment

ବନ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆସାମରେ ବ୍ରହ୍ମପୁତ୍ର ନଦୀ ଭୀଷଣ ରୂପ ଧରି ସବୁକିଛି ଗ୍ରାସି ଚାଲିଛି। ପ୍ରବଳ ବନ୍ୟାରେ ଉବୁଟୁବୁ ରାଜ୍ୟର ଅଧିକାଂଶ ଅଞ୍ଚଳ ବନ୍ୟା ଯୋଗୁଁ ରାଜ୍ୟରେ ଏପର୍ଯ୍ୟନ୍ତ ୮୯ ଜଣଙ୍କର ମୃତ୍ୟୁ ହେବା ସହ ୭୦ ଲକ୍ଷରୁ ଅଧିକ ପ୍ରଭାବିତ ହୋଇଛନ୍ତି।

ଆସାମର ୨୬ଟି ଜିଲ୍ଲା ବନ୍ୟା ଘେରରେ ରହିଛି। ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ୨୮୦ଟି ରିଲିଫ୍ କ୍ୟାମ୍ପ କରିଛନ୍ତି, ଯେଉଁଥିରେ ପ୍ରାୟ ୪୦ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନାନ୍ତର କରାଯାଇଛି।

Advertisment

ଆସାମ ବ୍ୟତୀତ ବିହାରରେ ମଧ୍ୟ ବନ୍ୟା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ବିହାରର ୧୦ଟି ଜିଲ୍ଲାରେ ବନ୍ୟା ସ୍ଥିତି ଦେଖା ଦେଇଛି, ଯେଉଁଥିରେ ପ୍ରାୟ ୫ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି। ବିଶେଷକରି କୋସି, ଗଣ୍ଡକ, ବୁଡି ଗଣ୍ଡକ, କମଲାବନାଲ ଏବଂ ମହାନନ୍ଦା ଜିଲ୍ଲାରେ ସ୍ଥିତି ଅଧିକ ଖରାବ ହୋଇଛି। ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି।

Advertisment
Advertisment