/odishatv-khabar/media/post_attachments/uploadimage/library/16_9/16_9_0/609aabadba78eb001906ea40_1626256937.jpg)
Black Fungus
ନୂଆଦିଲ୍ଲୀ: କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ପୁଣି ଏକ ନୂଆ ରୋଗ୍ ବ୍ଲାକ୍ ଫଙ୍ଗସ୍ ଆସିଛି। ଏହି ଭୂତାଣୁରେ ଅନେକ ଲୋକ ସଂକ୍ରମିତ ମଧ୍ୟ ହେଲେଣି। ତେବେ ଏହାରି ମଧ୍ୟରେ, ବ୍ଲାକ୍ ପଙ୍ଗସ୍କୁ ମହାମାରୀ ଘୋଷଣା କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର କହିଥିବା ନେଇ ସୂଚନା ମିଳିଛି। ଦିନକୁ ଦିନ ଦେଶରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଏବେ ବେଳ ଥାଉ ଥାଉ ସମସ୍ତେ ସଜାଗ ହୋଇ ଏହି ଭୂତାଣୁ ସହ ଲଢେଇ କରିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଛି। ବିଭିନ୍ନ ରାଜ୍ୟରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ “ବ୍ଲାକ୍ ଫଙ୍ଗସ୍” ଦେଖାଦେଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି।
“ବ୍ଲାକ୍ ଫଙ୍ଗସ୍”କୁ ମହାମାରୀ ବୋଲି ଘୋଷଣା କରାଯିବ ପରେ “ବ୍ଲାକ୍ ଫଙ୍ଗସ୍”ରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ରାଜ୍ୟ ସରକାରମାନେ ଜଣାଇବେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, “ସମସ୍ତ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମେଡିକାଲ କଲେଜଗୁଡ଼ିକୁ ମ୍ୟୁକୋରମାଇକୋସିସର ସ୍କ୍ରିନିଂ, ଚିକିତ୍ସା, ଏବଂ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡ଼ିବ। କାରଣ କରୋନା ମହାମାରୀ ସହ ଏବେ ଆମ ସମସ୍ତଙ୍କୁ ଏକ ନୂଆ ମହାମାରୀ ସହ ଲଢେଇ କରିବାକୁ ପଡ଼ିବ। ବର୍ତ୍ତମାନ ସୁଦ୍ଧା ଦେଶରେ ୯୦ ବ୍ଲାକ୍ ଫଙ୍ଗସ୍ ରୋଗୀ ପ୍ରାଣ ମଧ୍ୟ ହରାଇ ସାରିଲେଣି।
ତେବେ ଜାଣନ୍ତୁ ବ୍ଲାକ୍ ଫଙ୍ଗସ୍ ରୋଗ ସମ୍ପର୍କରେ କିଛି ତଥ୍ୟ...
ବ୍ଲାକ ଫଙ୍ଗସ ମାଟିରେ ଥାଏ, କରୋନାରୁ ସୁସ୍ଥ ସତର୍କ ହେବା ଜରୁରୀ ଅଟେ। ଏହାସହ ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ତାକୁ ଆକ୍ରାନ୍ତ କରେ। ଡାଇବେଟିସ୍ ଭଳି ଦୂରାରୋଗ୍ୟ ଆକ୍ରାନ୍ତ ହେବା ବେଶି ସମ୍ଭାବନା ରହିଛି। ବ୍ଲାକ ଫଙ୍ଗସରୁ ବର୍ତ୍ତିବାକୁ ହେଲେ ମାଟିରୁ ଦୂରେଇ ରହିବା ନିହାତି ଜରୁରୀ।
ମାସ୍କ ପିନ୍ଧିବା, ଫୁଲ୍ ସାର୍ଟ ଓ ଫୁଲ୍ ପ୍ୟାଣ୍ଟ ପିନ୍ଧିବା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର । ବଗିଚା କାମ କଲେ ହାତରେ ଗ୍ଲୋଭ୍ସ ଓ ପାଦରେ ଗନ୍ ବୁଟ୍ ପିନ୍ଧିବା ଅତ୍ୟନ୍ତ ଜରୁରୀ। ସୁଗାର ଲେବୁଲ ସ୍ଥିର ରଖିବା ଓ କମ୍ ଷ୍ଟିରଏଡ୍ ବ୍ୟବହାର କରିବା ଆବଶ୍ୟକ। ଆଖି ଲାଲ୍ ପଡ଼ିଲେ ଓ ନାକରୁ କଳା ପାଣି ବାହାରିଲେ ଡାକ୍ତରଙ୍କୁ ତୁରନ୍ତ ଦେଖାନ୍ତୁ। ଡେରି କଲେ ଫୁସଫୁସ ଓ ବ୍ରେନକୁ ସଂକ୍ରମିତ କରିପାରେ ବୋଲି କହିଛନ୍ତି ଡାକ୍ତର ମିଶ୍ର। ଏହା ସଂକ୍ରାମକ ନୁହେଁ, ଠିକ ସମୟରେ ଚିକିତ୍ସା କଲେ ସୁସ୍ଥ ହେବେ। ତେବେ ବ୍ଲାକ ଫଙ୍ଗସର ଓଡ଼ିଶାରେ ମଧ୍ୟ ସଂକ୍ରମିତ କରିସାରିଲାଣି। ତେଣୁ ସମସ୍ତେ ସାବଧାନ ରହିବା ଜରୁରୀ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)