Advertisment

ଖୋଲା ବଜାରରୁ ଋଣ କରିବାକୁ ଓଡ଼ିଶାକୁ ଅନୁମତି ଦେଲା କେନ୍ଦ୍ର

ଭୁବନେଶ୍ୱର: ଖୋଲା ବଜାରରୁ ଋଣ କରିବାକୁ ଓଡ଼ିଶାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସରକାର ୨ ହଜାର ୮୫୮ କୋଟି ଟଙ୍କା ଋଣ କରିପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅନୁମତି ଦେଇଛି। ଜିଏସ୍‌ଟି କାର୍ଯ୍ୟକାରିତାରେ ସମସ୍ୟା ଯୋଗୁଁ ପୁଞ୍ଜି ଅଭାବ ପୂରଣ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ତରଫରୁ ଦୁଇଟି ବିକଳ୍ପ ଦିଆଯାଇଥିଲା। ସେଥିମଧ୍ୟରୁ ପ୍ରଥମ ବିକଳ୍ପ ବାଛିଥିବା ରାଜ୍ୟଗୁଡ଼ିକୁ ରାଜ୍ୟ ଜିଡିପିର ଦଶମିକ ୫ ପ୍ରତିଶତ ଅତିରିକ୍ତ ଋଣ ସଂଗ୍ରହ ପାଇଁ ଅନୁମତି ପ୍ରଦାନ କରିଛି […]

ଖୋଲା ବଜାରରୁ ଋଣ କରିବାକୁ ଓଡ଼ିଶାକୁ ଅନୁମତି ଦେଲା କେନ୍ଦ୍ର

train

Advertisment

ଭୁବନେଶ୍ୱର: ଖୋଲା ବଜାରରୁ ଋଣ କରିବାକୁ ଓଡ଼ିଶାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସରକାର ୨ ହଜାର ୮୫୮ କୋଟି ଟଙ୍କା ଋଣ କରିପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅନୁମତି ଦେଇଛି।

Advertisment

ଜିଏସ୍‌ଟି କାର୍ଯ୍ୟକାରିତାରେ ସମସ୍ୟା ଯୋଗୁଁ ପୁଞ୍ଜି ଅଭାବ ପୂରଣ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ତରଫରୁ ଦୁଇଟି ବିକଳ୍ପ ଦିଆଯାଇଥିଲା। ସେଥିମଧ୍ୟରୁ ପ୍ରଥମ ବିକଳ୍ପ ବାଛିଥିବା ରାଜ୍ୟଗୁଡ଼ିକୁ ରାଜ୍ୟ ଜିଡିପିର ଦଶମିକ ୫ ପ୍ରତିଶତ ଅତିରିକ୍ତ ଋଣ ସଂଗ୍ରହ ପାଇଁ ଅନୁମତି ପ୍ରଦାନ କରିଛି କେନ୍ଦ୍ର।

୨୦ଟି ରାଜ୍ୟ ପ୍ରଥମ ବିକଳ୍ପ ବାଛିଥିଲେ। ଖୋଲା ବଜାରରୁ ୬୮ ହଜାର ୮୨୫ କୋଟି ଟଙ୍କା ଋଣ କରିବାକୁ ଏହି ୨୦ଟି ରାଜ୍ୟକୁ ଅନୁମତି ମିଳିଛି। ଏହି କ୍ରମରେ ୨ ହଜାର ୮୫୮ କୋଟି ଟଙ୍କା ଖୋଲା ବଜାରରୁ ଋଣ କରିବା ପାଇଁ ଓଡ଼ିଶାକୁ ଅନୁମତି ମିଳିଛି।  ପ୍ରଥମ ବିକଳ୍ପ ବାଛିଥିବା ରାଜ୍ୟଗୁଡ଼ିକ ପାଇଁ GSDP ର ଶୂନ ଦଶମିକ ୫ ପ୍ରତିଶତ ଚୂଡ଼ାନ୍ତ କିସ୍ତି ହାସଲ କରିବା ପାଇଁ ସଂସ୍କାର ସର୍ତ୍ତାବଳୀ କୋହଳ କରାଯାଇଛି। ୮ଟି ରାଜ୍ୟ ଏଯାଏ କୌଣସି ବିକଳ୍ପ ଗ୍ରହଣ କରି ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ