/odishatv-khabar/media/post_attachments/uploadimage/library/16_9/16_9_0/Ministers_1623428743.jpg)
Ministers
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡରେ ଅଦଳବଳଦ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଆଜି ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ପ୍ରକାର କଳ୍ପନାଜଳ୍ପନା ଜୋର ଧରିଛି। ଏମିତିକି ଉଭୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ କେତେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟରେ ଅଦଳବଦଳ ହେବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ପ୍ରାୟ ୫ଘଣ୍ଟା ଧରି ୭ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ତାଙ୍କ ବାସଭବନରେ ମାରାଥନ୍ ବୈଠକ କରିଥିଲେ ଓ ସେଥିରେ ମଧ୍ୟ ନଡ୍ଡା ଉପସ୍ଥିତ ଥିବା ସୂଚନା ମିଳିଛି।
ଯେଉଁଥିରେ ଗତ ଏପ୍ରିଲ ଓ ମେ ମାସରେ କୋଭିଡ୍ ମହାମାରୀ ବେଳେ ମନ୍ତ୍ରୀମାନଙ୍କ ବିଭାଗର ପ୍ରଦର୍ଶନ ସମ୍ପର୍କରେ ସମୀକ୍ଷା କରିଥିଲେ। ଯଦିଓ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ବର୍ଷ ପୂର୍ତ୍ତି ଅବସରରେ ଏହା ସୌଜନ୍ୟମୂଳକ ବୈଠକ ବୋଲି କୁହାଯାଉଛି, ହେଲେ ବର୍ତ୍ତମାନ ସମୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ୧୨ଟି ମନ୍ତ୍ରୀ ପଦ ଖାଲି ରହିଛି ଓ ୬ରୁ ଅଧିକ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗର ଦାୟିତ୍ୱ ରହିଛି। ତେଣୁ ସେମାନଙ୍କ ଦାୟିତ୍ୱ ହାଲକା କରିବା ସହ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ତେବେ ଏସବୁ ଭିତରେ ଆଗକୁ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସହ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନକୁ ବି ଆଖିରେ ରଖି କୌଣସି ଏକ ବଡ଼ ଧରଣର ସାମାଜିକ ଯୋଜନାର ଘୋଷଣା କରିବା ନେଇ ମୋଦି ସରକାର ଆଲୋଚନା କରୁଥିବା ମଧ୍ୟ ଚର୍ଚ୍ଚା ଆଲୋଚନା ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)