Advertisment

ଦେଶର ସବୁଠୁ ଅଧିକ ସଂକ୍ରମିତ ଅଛନ୍ତି ଏହି ସବୁ ସ୍ଥାନରେ, ଆପଣ ସେହି ସ୍ଥାନରେ ନାହାନ୍ତି ତ?

କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍। ୧୨ ରାଜ୍ୟରେ ୧ ଲକ୍ଷରୁ ଅଧିକ ଆକ୍ଟିଭ୍ ମାମଲା ରହିଥିବା ବେଳେ ୧୭ ରାଜ୍ୟରେ ୫୦ ହଜାରରୁ କମ୍ ଆକ୍ଟିଭ୍ କେସ୍ ରହିଛି ବୋଲି ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ। କିଛି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି

author-image
Sarbeswar
ଅଦ୍ୟତନ ହୋଇଛି
ଦେଶର ସବୁଠୁ ଅଧିକ ସଂକ୍ରମିତ ଅଛନ୍ତି ଏହି ସବୁ ସ୍ଥାନରେ, ଆପଣ ସେହି ସ୍ଥାନରେ ନାହାନ୍ତି ତ?

corona

ନୂଆଦିଲ୍ଲୀ: କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍। ୧୨ ରାଜ୍ୟରେ ୧ ଲକ୍ଷରୁ ଅଧିକ ଆକ୍ଟିଭ୍ ମାମଲା ରହିଥିବା ବେଳେ ୧୭ ରାଜ୍ୟରେ ୫୦ ହଜାରରୁ କମ୍ ଆକ୍ଟିଭ୍ କେସ୍ ରହିଛି ବୋଲି ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ। କିଛି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଛତିଶଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ପଞ୍ଜାବ, ଉତ୍ତର ପ୍ରଦେଶ ଓ ତେଲେଙ୍ଗାନାରେ ସଂକ୍ରମଣ କମିଛି। ଏହାସହ ଆସାମ, ବିହାର, ପଶ୍ଚିମବଙ୍ଗରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଦେଶରେ କରୋନା ମୃତ୍ୟୁହାର ୧.୧୦ ପ୍ରତିଶତ ରହିଛି ।

Advertisment

ଗ୍ୟାସୀୟ ଅକ୍ସିଜେନକୁ ମେଡିକାଲ ଅକ୍ସିଜେନ୍ କରିବାକୁ ବିଚାର ଚାଲିଥିବା ବେଳେ ଦେଶରେ ୧୫୦୦ଟି ପ୍ଲାଣ୍ଟ ପାଇଁ କାର୍ଯ୍ୟ ଚାଲୁ ରହିଛି ବୋଲି ପ୍ରେସମିଟ୍‌ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ତେବେ ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଅଛି, ଭୟଭୀତ ହୁଅନ୍ତୁ ନାହିଁ ବୋଲି ମନ୍ତ୍ରଣାଳୟ କହିଛନ୍ତି।

ସେପଟେ ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଉଛି । ଘରୁ ବାହାରିଲେ ଲାଗୁଛି ଯେମିତି ମୃତ୍ୟୁ ଦୂତ ଛିଡା ହୋଇଛି । ଘରେ ବି ନିଜକୁ ସୁରକ୍ଷିତ ମନେ ହେଉନି । ଦେଶରେ ସୁସ୍ଥ ହାର ସନ୍ତୋଷଜନକ ଥିଲେ ବି ଲୋକଙ୍କୁ ଚିକିତ୍ସା ସୁବିଧା ମିଳିପାରୁନି । କାରଣ ଡାକ୍ତରଖାନାରେ ବେଡ୍‌ ଅଭାବ ଦେଖାଦେଇଛି । ଡାକ୍ତରଖାନା ଗଲେ ବି ଅକ୍ସିଜେନ ମିଳୁନି । ଏପରି ସ୍ଥିତିରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୬୮ ହଜାର ୧୪୭ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଦେଶରେ ୩୪୧୭ ଜଣ ରୋଗୀ କରୋନାରେ ଆଖି ବୁଜିଛନ୍ତି । ଦେଶରେ ବର୍ତ୍ତମାନ ୩୪,୧୩,୬୪୨ ଟି ଆକ୍ଟିଭ କେସ ଥିବାବେଳେ ୨୪ ଘଣ୍ଟାରେ ୧୨, ୧୦,୩୪୭ ଜଣ ଭାକ୍ସିନ ନେଇଛନ୍ତି ।

ତେବେ ଦୀର୍ଘଦିନ ପରେ ଦିଲ୍ଲୀ ପାଇଁ ଆଶ୍ୱସ୍ତିର ଏକ ଖବର ସାମ୍ନାକୁ ଆସିଛି। ଦୀର୍ଘ ୨ ସପ୍ତାହ ଧରି ଅବସ୍ଥା ଖରାପ ରହିବା ପରେ ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ୧୫ ଦିନ ପରେ ପ୍ରଥମ ଥର ପାଇଁ ପଜିଟିଭିଟି ହାର ୩୦ ପ୍ରତିଶତ ତଳକୁ ଆସିଛି। ଅବଶ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୪୦୭ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଦୁଃଖର କଥା, ଗତ ୨ ଦିନ ଧରି ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୦ ଉପରେ ରହୁଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୭୨ ହଜାର ନମୂନା ପରୀକ୍ଷା ହୋଇଥିବାବେଳେ ୨୦, ୩୯୪ ଜଣ ଆକ୍ରାନ୍ତ ହୋଇଛନ୍ତି।

Advertisment
Advertisment