/odishatv-khabar/media/post_attachments/uploadimage/library/16_9/16_9_0/Twitter_1626259737.jpg)
ନୂଆଦିଲ୍ଲୀ : ଟୁଲକିଟ୍ ପ୍ରସଙ୍ଗରେ ଟୁଇଟରକୁ କେନ୍ଦ୍ର ସରକାରଙ୍କ ଚେତାବନୀ। ଯେତେବେଳେ ଟୁଲକିଟ୍କୁ ନେଇ ତଦନ୍ତ ଚାଲିଛି ସେତେବେଳେ ଏହି ଟୁଇଟର ଏହାକୁ ମାନିପୁଲେଟେଡ୍ ମିଡିଆ ଟାଗ୍ ଦେବା ଗ୍ରହଣୀୟ ନୁହେଁ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଟୁଇଟର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ। ଏହା କୌଣସି ତଦନ୍ତକାରୀ ସଂସ୍ଥା ନୁହେଁ। ତେଣୁ ତଦନ୍ତ ପ୍ରକ୍ରିୟାକୁ ବାଧାପ୍ରାପ୍ତ ନ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ସରକାର। ତୁରନ୍ତ ଏହି ଟ୍ୟାଗ୍କୁ ହଟାଇବା ପାଇଁ କେନ୍ଦ୍ର ଆଇଟି ମନ୍ତ୍ରାଳୟ ଟୁଇଟର୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ପ୍ରକ୍ରିୟାରେ ଟୁଇଟର୍ ଅଯଥା ହସ୍ତକ୍ଷେପ ନ କରୁ ବୋଲି ମନ୍ତ୍ରାଳୟ କହିଛି।
ନିକଟରେ ବିଜେପି ଏକ ଟୁଲକିଟ୍ ଜାରି କରିଥିଲା। ଏହି ଟୁଲକିଟ୍ ଜରିଆରେ କଂଗ୍ରେସ କରୋନା ମହାମାରୀ ବେଳେ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତି ନଷ୍ଚ କରିବାକୁ ଚେଷ୍ଟା କରୁଥିଲା ବୋଲି ବିଜେପି ପକ୍ଷରୁ ଟୁଇଟ୍ କରାଯାଇଥିଲା। ତେବେ କଂଗ୍ରେସ ଏହାକୁ ନେଇ ଆପତ୍ତି ଉଠାଇଥିଲା।
କଂଗ୍ରେସର ପୱନ ଖେଡା କହିଥିଲେ ଯେ ଭାରତୀୟ ଜନତା ପାର୍ଟି କେବଳ ପ୍ରଧାନମନ୍ତ୍ରୀଙ୍କ ନକଲି ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଚିନ୍ତା କରୁଛି। କିନ୍ତୁ ତାଙ୍କର ପ୍ରକୃତ ଚେହେରା ସମଗ୍ର ବିଶ୍ୱ ସମ୍ପ୍ରଦାୟ ସମ୍ମୁଖରେ ପ୍ରକାଶ ପାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଯେତେବେଳେ କରୋନା ସହ ସଂଘର୍ଷ କରୁଥିବା ଦେଶବାସୀଙ୍କ ଜନସ୍ୱାସ୍ଥ୍ୟ ଉପରେ ବିଜେପି ଧ୍ୟାନ ଦେବା ଉଚିତ ଥିଲା ସେତେବେଳେ ବିଜେପି ଏକ ଜାଲିଆତି କାର୍ଯ୍ୟରେ ଲିପ୍ତ ଥିଲା। ଦେଶକୁ ବଞ୍ଚାଇବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ୍ ଭାବମୂର୍ତ୍ତିକୁ ବଞ୍ଚାଇବା ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। କଂଗ୍ରେସ କହିଛି ଯେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ଦେଶକୁ ବଞ୍ଚାଇବା ପାଇଁ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ୍ ଭାବମୂର୍ତ୍ତିକୁ ବଞ୍ଚାଇବାକୁ ପ୍ରସ୍ତୁତ, କିନ୍ତୁ ବିଜେପିର 'ମାନିପୁଲେଟେଡ୍' ଷଡଯନ୍ତ୍ର ଉନ୍ମୋଚିତ ହୋଇଛି, ଦେଶ ବିଜେପିର ବାସ୍ତବତାକୁ ବୁଝିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)