Advertisment

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ କମ୍ପାର୍ଟମେଣ୍ଟ ପରୀକ୍ଷାଫଳ; ପାସ୍ ହାର ୫୯.୪୩%

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସ୍‌ଇ କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୫୯ ପ୍ରତିଶତ ପିଲା ପାସ କରିଛନ୍ତି।  ସେପ୍ଟେମ୍ବର ୨୨ରୁ ୩୦ ପର୍ଯ୍ୟନ୍ତ ସିବିଏସ୍‌ଇ ୧୨ କମ୍ପାର୍ଟମେଣ୍ଟ ପରୀକ୍ଷା ହୋଇଥିଲା। ଏଥିରେ ୧୦୨୬୮ଟି ସ୍କୁଲର ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିଲେ। ଏଥିପାଇଁ ୧୨୩୯ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା। ପରୀକ୍ଷା ଦେବା ପାଇଁ ୧୧୬୧୨୫ ପିଲା ରେଜିଷ୍ଟେସନ କରିଥିବା ବେଳେ ସେଥିମଧ୍ୟରୁ ୧୦୫୮୪୭ ପରୀକ୍ଷା ଦେଇଥିଲେ। ସେଥିରୁ ୫୨୨୧୧ ପିଲା ପାସ୍ କରିଥିବା […]

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ କମ୍ପାର୍ଟମେଣ୍ଟ ପରୀକ୍ଷାଫଳ; ପାସ୍ ହାର ୫୯.୪୩%

cbse

Advertisment

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସ୍‌ଇ କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୫୯ ପ୍ରତିଶତ ପିଲା ପାସ କରିଛନ୍ତି।  ସେପ୍ଟେମ୍ବର ୨୨ରୁ ୩୦ ପର୍ଯ୍ୟନ୍ତ ସିବିଏସ୍‌ଇ ୧୨ କମ୍ପାର୍ଟମେଣ୍ଟ ପରୀକ୍ଷା ହୋଇଥିଲା। ଏଥିରେ ୧୦୨୬୮ଟି ସ୍କୁଲର ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିଲେ। ଏଥିପାଇଁ ୧୨୩୯ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା।

Advertisment

ପରୀକ୍ଷା ଦେବା ପାଇଁ ୧୧୬୧୨୫ ପିଲା ରେଜିଷ୍ଟେସନ କରିଥିବା ବେଳେ ସେଥିମଧ୍ୟରୁ ୧୦୫୮୪୭ ପରୀକ୍ଷା ଦେଇଥିଲେ। ସେଥିରୁ ୫୨୨୧୧ ପିଲା ପାସ୍ କରିଥିବା ବେଳେ ପାସ୍ ହାର ୫୯.୪୩% ରହିଛି।

ପରୀକ୍ଷାଫଳ ଚେକ୍ କରିବାପାଇଁ ଛାତ୍ରଛାତ୍ରୀମାନେ ସିବିଏସ୍‌ଇର ଅଫିସିଆଲ୍ ସାଇଟ୍‌ ଯାଇ ପରୀକ୍ଷାଫଳ ଜାଣିପାରିବେ। ଏଥିପାଇଁ cbseresults.nic.in  ଯାଇ ସିବିଏସ୍‌ଇ ୧୨ କମ୍ପାର୍ଟମେଣ୍ଟ ଏକ୍ସାମ୍‌ ରେଜଲ୍ଟ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଛାତ୍ରଛାତ୍ରୀ ସେମାନଙ୍କର ପରୀକ୍ଷାଫଳ ଚେକ୍ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ