12th exam
ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା (ସିବିଏସ୍ଇ) ତା‘ର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ବାତିଲ କରିଦେଇଛି। ତେବେ ପରୀକ୍ଷା ନ ଦେଇ କିପରି ପିଲାମାନେ ପାସ୍ କରିବେ ସେ ନେଇ ଦ୍ୱନ୍ଦ୍ୱ ଏବେ ବି ଲାଗି ରହିଛି ଛାତ୍ର ଓ ଅଭିଭାବକଙ୍କ ମନରେ। ସମସ୍ତଙ୍କ ମନରେ ପ୍ରଶ୍ନ, କେମିତି ହେବ ପରୀକ୍ଷା ଫଳର ମୂଲ୍ୟାୟନ ?
ଖୁବ୍ ଶୀଘ୍ର ସିବିଏସଇ ତାର ଦ୍ୱାଦଶ ପରୀକ୍ଷା ଫଳ ଅଫିସିଆଲ ୱେବସାଇଟ୍ରେ ପ୍ରକାଶ କରିବାର ତାରିଖ ଘୋଷଣା କରିବ । ତା ପୂର୍ବରୁ ସିବିଏସଇ ଦ୍ୱାଦଶ ମୂଲ୍ୟାୟନ ପଦ୍ଧତିର ରୂପରେଖ କିପରି କରାଯିବ ସେ ନେଇ ସୂଚନା ଦେଇଛି। ସିବିଏସଇ ଚୟନ କମିଟିରେ ୩୦-୩୦-୪୦ ଫର୍ମୂଲାରେ ଫଳ ପ୍ରକାଶ କରିବାକୁ ସହମତି ପ୍ରକାଶ ପାଇଛି । ଦଶମ ଓ ଏକାଦଶର ଫଳ ଏବଂ ଦ୍ୱାଦଶ ପ୍ରି-ବୋର୍ଡ ଫଳର ଅନୁଧ୍ୟାନ ହେବ । ସିବିଏସଇର ଚୟନ କମିଟିର ୧୩ ଜଣ ସଦସ୍ୟ ୩୦-୩୦-୪୦ ଫର୍ମୁଲାକୁ ସମର୍ଥନ କରିଛନ୍ତି। ଖୁବଶୀଘ୍ର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବ ସିବିଏସଇ।
ଦଶମ ଏକାଦଶ ମାର୍କକୁ ୩୦ ପ୍ରତିଶତ ଲେଖାଏଁ ପ୍ରାଧାନ୍ୟ ଦିଆଯିବ । ଦ୍ୱାଦଶ ପ୍ରି-ବୋର୍ଡକୁ ୪୦ ପ୍ରତିଶତକୁ ପ୍ରଧାନ୍ୟ ଦିଆଯିବ। କମିଟି ନିଷ୍ପତ୍ତି ନେଇଥିବା ଏହି ଫର୍ମୁଲା ଆଧାରରେ ପିଲାଙ୍କ ଦ୍ୱାଦଶ ପରୀକ୍ଷା ଫଳ ବୋର୍ଡ ସ୍ଥିର କରବ। ଦଶମ ଓ ଏକାଦଶର ଶ୍ରେଷ୍ଠ ପ୍ରଦର୍ଶନ ଥିବା ୩ଟି ପେପରରୁ ୩୦% ମାର୍କ ନିଆଯିବ। ଦ୍ୱାଦଶ ପ୍ରି-ବୋର୍ଡ ୟୁନିଟ, ଟର୍ମ ଓ ପ୍ରାଟିକାଲ ପରୀକ୍ଷାରୁ ୪୦% ମାର୍କ ନିଆଯିବ।
ସୂଚନାଥାଉ କି, ଦେଶରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜୁନ୍ ୧ ତାରିଖ ଦ୍ୱାଦଶ ପରୀକ୍ଷା ଫଳ ନ କରିବା ପାଇଁ ସିବିଏସଇ ନିଷ୍ପତ୍ତି ନେଇଥିଲା। ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା। ତେବେ କେମିତି ମୁଲ୍ୟାୟନ ହେବ ସେନେଇ ସିବିଏସଇକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଥିଲା। ଯେଉଁ ସ୍କୁଲମାନଙ୍କରେ ଦ୍ୱାଦଶ ପ୍ରିବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇପାରିନାହିଁ ସେମାନେ ଅନଲାଇନରେ ଛାତ୍ରଛାତ୍ରୀଙ୍କର ଟେଷ୍ଟ କରାଇବେ । ଏହାର ଫଳ ଜୁନ୍ ୨୮ ସୁଦ୍ଧା ଦାଖଲ କରିବା ପାଇଁ କୁହାଯାଇଛି।
ଅନ୍ୟପଟେ ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ ରଖିଛନ୍ତି ସରକାର । ପରୀକ୍ଷା ଦେବାପାଇଁ ଯେଉଁମାନେ ଆଗ୍ରହୀ ସେମାନେ ପରୀକ୍ଷା ଦେଇପାରିବେ। ତେବେ ସ୍ଥିତି ସ୍ୱାଭାବିକ ହେଲେ ପରୀକ୍ଷା ଦେଇପାରିବେ ଆଗ୍ରହୀ ଛାତ୍ରଛାତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/12th-exam_1623914497.jpg)