reha
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଛି ସିବିଆଇ। ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୫ ଜଣଙ୍କ ନାଁରେ ଆତ୍ମହତ୍ୟା ପାଇଁ ଉସ୍କାଇବା, ଅପରାଧିକ ଷଡ଼ଯନ୍ତ୍ର କରିବା, ଧୋକା ଦେବା ସହିତ ଅନ୍ୟ କିଛି ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ବିହାର ସରକାରଙ୍କ ସୁପାରିଶରେ କେନ୍ଦ୍ରର ନୋଟିସ ପରେ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ଏହା ପୂର୍ବରୁ ସୁଶାନ୍ତ ସିଂହଙ୍କ ବାପା କେକେ ସିଂହ ରିୟାଙ୍କ ନାଁର ବିହାର ପାଟନା ଥାନାରେ ମାମଲା ରୁଜୁ କରିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ସୁପାରିଶ କରିଥିଲେ। ପାଟନା ଥାନାରେ ସୁଶାନ୍ତଙ୍କ ବାପା ରିୟା ତାଙ୍କ ବାପାମା, ଭାଇ ଓ ଅନ୍ୟ ଦୁଇ ଜଣଙ୍କ ନାଁରେ ଥାନାରେ ମାମଲା ହୋଇଥିଲା। ଏହି ମାମଲା ଆଧାରରେ ସିବିଆଇ ମଧ୍ୟ ଏମାନଙ୍କ ନାଁରେ ମାମଲା ରୁଜୁ କରିଛି। ତାଙ୍କ ବିରୋଧରେ ୩୪୧, ୩୪୨, ୩୮୦, ୪୦୬, ୪୨୦, ୩୦୬, ୫୦୬, ୧୨୦B ଦଫା ରୁଜୁ ହୋଇଛି।
ସିବିଆଇ ପକ୍ଷରୁ ଏକ SIT ମାମଲାର ଖୋଳତାଡ଼ ଆରମ୍ଭ କରିଛି। ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଋଣ ଜାଲିଆତି ମାମଲା ଏବଂ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକେପଟର କିଣା ଦୁର୍ନୀତି ମାମଲାର ତଦନ୍ତ କରୁଥିବା SIT କୁ ସୁଶାନ୍ତ ସିଂ ମାମଲାର ତଦନ୍ତ ଭାର ଦିଆଯାଇଛି।
ସେପଟେ ସୁଶାନ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ହୋଇଥିବା ନେଇ ଯେଉଁ ଅଭିଯୋଗ ହେଉଛି ଓ ରିୟାଙ୍କ ଉପରେ ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି ସେ ମାମଲାରେ ରିୟା ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗର ହାଜର ହୋଇପାରନ୍ତି।
ଏହା ପୂର୍ବରୁ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଗଷ୍ଟ ୭ରେ ମୁମ୍ବାଇସ୍ଥିତ ଅଫିସରେ ହାଜର ହେବାକୁ ସମନରେ କୁହାଯାଇଛି। ଏହା ସହିତ ସୁଶାନ୍ତଙ୍କ CA(ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍)ଙ୍କୁ ମଧ୍ୟ ସମନ କରାଯାଇଛି।
ସୁଶାନ୍ତଙ୍କ ମୃତ୍ୟୁ ପରଠୁ ତାଙ୍କର ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନସଫର ନେଇ ଚର୍ଚ୍ଚା ଚାଲିଛି। ଯଦିଓ ଏନେଇ କୌଣସି ତଥ୍ୟ ପ୍ରମାଣ ମିଳିନାହିଁ ବୋଲି ମୁମ୍ବାଇ ପୋଲିସ କହୁଛି ହେଲେ ସନ୍ଦେହ ଦୂର ହୋଇନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/reha_1625464818.jpg)