/odishatv-khabar/media/post_attachments/uploadimage/library/16_9/16_9_0/cat_1626760764.jpg)
cat
ୱେଲିଂଟନ୍ (ନିଉଜିଲାଣ୍ଡ୍): କୁକୁର ଓ ବିଲେଇ ହେଉଛନ୍ତି ଗୃହପାଳିତ ପଶୁ। ଏମାନଙ୍କୁ ଆମେ ଘରେ ରଖିବାକୁ ପସନ୍ଦ କରିଥାଉ। କିନ୍ତୁ ନ୍ୟୁଜିଲାଣ୍ଡରେ ଏକ ଅଞ୍ଚଳ ଅଛି ଯେଉଁଠାରେ ବିଲେଇ ବ୍ୟାନ୍ ହେବାକୁ ଯାଉଛନ୍ତି। ଏହା ପଛର କାରଣ ଜାଣି ମଧ୍ୟ ଆପଣ ଚକିତ ହୋଇଯିବେ। ନ୍ୟୁଜିଲାଣ୍ଡର ଓମାଉଇ ଅଞ୍ଚଳରେ ବିଲେଇମାନଙ୍କୁ ବ୍ୟାନ୍ କରିବା ପାଇଁ ଯୋଜନା କରାଯାଉଛି। ଯେଉଁମାନଙ୍କ ପାଖରେ ବିଲେଇ ରହିଛି ସେହିମାନଙ୍କ ପାଖରେ ବିଲେଇ ରହିବ। କିନ୍ତୁ ସେମାନେ ମରିବା ପରେ ନୂଆ ବିଲେଇ ପାଳିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିବ।
କ’ଣ ପାଇଁ ବିଲେଇ ବ୍ୟାନ୍ କରାଯାଉଛି
ନ୍ୟୁଜିଲାଣ୍ଡରେ ଏହି ଗାଁରେ ବିଲେଇମାନଙ୍କୁ ଏଥିପାଇଁ ବ୍ୟାନ୍ କରାଯାଉଛି ଯେ, ସେମାନେ ପକ୍ଷୀମାନଙ୍କୁ ମାରି ଖାଇଦେଉଛନ୍ତି। ଏଥିପାଇଁ ଲଗାତାର ପକ୍ଷୀ ସଂଖ୍ୟା କମ୍ ହେବାରେ ଲାଗିଛି। ସେଠାରେ ପକ୍ଷୀମାନଙ୍କର ଏଭଳି ପ୍ରଜାତି ରହିଛି ଯାହା ଆଉ କେଉଁଠାରେ ଦେଖା ଯାଆନ୍ତି ନାହିଁ। ବିଲେଇମାନେ ଏହି ପକ୍ଷୀଙ୍କୁ ଖାଇଯିବାରୁ ଏମାନଙ୍କ ସଂଖ୍ୟା ବିଲୁପ୍ତ ହୋଇଗଲାଣି।/odishatv-khabar/media/post_attachments/wp-content/uploads/2018/09/cat2.jpg)
ଏଥିପାଇଁ ସେଠାରେ ବିଲେଇମାନଙ୍କୁ ବ୍ୟାନ୍ କରାଯାଉଛି।
ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ନ୍ୟୁଜିଲାଣ୍ଡରେ ପକ୍ଷୀ ସଂଖ୍ୟା ଅଧିକ। ସେଠାରେ କ୍ଷତି ନପହଞ୍ଚାଇବା ପ୍ରାଣୀ ୪ ହଜାରରୁ ଅଧିକା ଅଛନ୍ତି। ନ୍ୟୁଜିଲାଣ୍ଡରେ ଅନେକ ପ୍ରଜାତିର ପକ୍ଷୀ ଅଛନ୍ତି ଯାହାକି କେବଳ ସେହି ଦେଶରେ ଦେଖାଯାଆନ୍ତି।
ଏକ ସରକାରୀ ରିପୋର୍ଟ ମୁତାବିକ ପ୍ରତି ବର୍ଷ ଦେଢ଼ କୋଟି ପକ୍ଷୀଙ୍କ ମୃତ୍ୟୁ ହେଉଛି। ଏଥିପାଇଁ ବିଲେଇଙ୍କୁ ସିରିଏଲ୍ କିଲର୍ କୁହାଯାଉଛି। ୨୦୧୩ରେ ଏକ ଆନ୍ଦୋଳନ କରାଯାଇଥିଲା ଯାହାର ନାମ (cats to go) ଦିଆଯାଇଥିଲା।/odishatv-khabar/media/post_attachments/wp-content/uploads/2018/09/cat6.jpg)
ନ୍ୟୁଜିଲାଣ୍ଡର ପୂରା ଫୋକସ୍ ତାଙ୍କ ପରିବେଶ ଓ ପକ୍ଷୀମାନଙ୍କୁ ବଞ୍ଚାଇବା ରହିଛି। ସେଥିପାଇଁ ସେମାନେ ଏହି ପଦକ୍ଷେପ ନେଇଛନ୍ତି। ବିଲେଇମାନେ ପକ୍ଷୀଙ୍କୁ ମାରୁଥିବା ଓ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଏହି ପଦକ୍ଷେପ ନିଆଯାଇଛି। ପକ୍ଷୀମାନେ ମରିବାରୁ ପରିବେଶର ସନ୍ତୁଳନ ଉପରେ ପ୍ରଭାବ ପଡୁଛି। ଏହି କାରଣରୁ ପଡ଼ୋଶୀ ଦେଶ ଅଷ୍ଟ୍ରେଲିଆ ଓ ଆମେରିକାକୁ ମଧ୍ୟ ଏହି ଅସୁବିଧାକୁ ସାମ୍ନା କରିବାକୁ ପଡ଼ୁଛି। ଏହା ଦ୍ୱାରା କୃଷିକାମ ଓ ପରିବେଶର ବାତାବରଣରେ ମଧ୍ୟ ବହୁତ ପ୍ରଭାବ ପଡ଼ୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)