Advertisment

ଆମର ବି ବହୁତ କ୍ଷତି ହୋଇଛି: ଚାଇନା ମିଡିଆ

ନୂଆଦିଲ୍ଲୀ: ମାସେରୁ ଅଧିକ ସମୟ ଧରି ଚୀନ୍ ସୀମାରେ ଲାଗି ରହିଥିବା ଉତ୍ତେଜନା ଶେଷରେ ସଂଘର୍ଷର ରୂପ ନେଇଛି। ଗତକାଲି ଉଭୟ ଦେଶର ସୈନ୍ୟ ଲଦାଖର୍‌ ଗଲଓ୍ୱାନ୍‌ରେ ମୁହାଁମୁହିଁ ହୋଇଥିଲେ। ଟେକାପଥର ମାଡ଼ ସଙ୍ଗକୁ ପରସ୍ପରକୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏଥିରେ ୩ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ୫ ଚୀନ୍ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପାଇଁ ଚୀନ୍ ଓଲଟା ଭାରତ ଉପରେ ଦୋଷ ଲଦିଛି।  ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ […]

ଆମର ବି ବହୁତ କ୍ଷତି ହୋଇଛି: ଚାଇନା ମିଡିଆ

china

Advertisment

ନୂଆଦିଲ୍ଲୀ: ମାସେରୁ ଅଧିକ ସମୟ ଧରି ଚୀନ୍ ସୀମାରେ ଲାଗି ରହିଥିବା ଉତ୍ତେଜନା ଶେଷରେ ସଂଘର୍ଷର ରୂପ ନେଇଛି। ଗତକାଲି ଉଭୟ ଦେଶର ସୈନ୍ୟ ଲଦାଖର୍‌ ଗଲଓ୍ୱାନ୍‌ରେ ମୁହାଁମୁହିଁ ହୋଇଥିଲେ। ଟେକାପଥର ମାଡ଼ ସଙ୍ଗକୁ ପରସ୍ପରକୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏଥିରେ ୩ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ୫ ଚୀନ୍ ସୈନ୍ୟଙ୍କ ମୃତ୍ୟୁ ହୋଇଛି।

Advertisment

ଏହି ଘଟଣା ପାଇଁ ଚୀନ୍ ଓଲଟା ଭାରତ ଉପରେ ଦୋଷ ଲଦିଛି।  ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଏବଂ ତିନି ବାହିନୀ ମୁଖ୍ୟଙ୍କ ସହ ଜରୁରୀ ବୈଠକ କରି ପ୍ରଧାନମନ୍ତ୍ରୀଙ୍କୁ ବି ଘଟଣା ସଂପର୍କରେ ଅବଗତ କରାଇଛନ୍ତି। ଜଣେ କର୍ଣ୍ଣେଲ୍‌ଙ୍କୁ ମିଶାଇ ୩ ଭାରତୀୟ ସୈନିକ ସହିଦ୍ ହୋଇଛନ୍ତି ଏହି ଫାଇଟ୍‌ରେ।

ଉଗ୍ର ରୂପ ଧାରଣ କରିଛି ଭାରତ ଚୀନ୍ ସୀମା ବିବାଦ। ଗତକାଲି ରାତିରେ ଲଦାଖର ଗଲଓ୍ୱାନ୍ ଉପତ୍ୟକାରେ ମୁହାଁମୁହିଁ ହୋଇଥିଲେ ଉଭୟ ଦେଶର ସୈନ୍ୟ। ଗୁଳିଚାଳନା ହୋଇନଥିଲେ ମଧ୍ୟ ଟେକାପଥର ମାଡ଼ ସହ ରଡ୍‌ରେ ପରସ୍ପରକୁ ଆକ୍ରମଣ କରିଥିଲେ।

Advertisment

publive-image

ଏଥିରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ୍ ପାହ୍ୟାର କମାଣ୍ଡିଂ ଅଫିସରଙ୍କ ସହ ୩ ଜଣ ଯବାନ ସହିଦ ହୋଇଛନ୍ତି। ଅନ୍ୟପକ୍ଷରେ ସଂଘର୍ଷରେ ଚୀନ୍‌କୁ ବି କ୍ଷତି ସହିବାକୁ ପଡ଼ିଛି।

ଚୀନର ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ଚୀନ୍‌ର ଗ୍ଲୋବାଲ ଟାଇମସରେ କୁହାଯାଇଛି। ତେବେ ପୂରା ଘଟଣା ଲାଗି ଚୀନ୍ ଭାରତ ଉପରେ ଦୋଷ ଲଦିଛି। ଭାରତୀୟ ସୈନ୍ୟ ଏହାର ଅଞ୍ଚଳରେ ଅନୁପ୍ରବେଶ କରିଥିବା ଚୀନ୍ ପାଲଟା ଅଭିଯୋଗ ଆଣିଛି।

Advertisment

ଅନ୍ୟପକ୍ଷରେ କୌଣସି ଏକଚାଟିଆ ପଦକ୍ଷେପ ନନେବା ଓ ଉତ୍ତେଜନା ନବଢ଼ାଇବା ଲାଗି ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଭାରତକୁ କହିଛି।

publive-image

ସେପଟେ ସୀମାରେ ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତ, ତିନି ସେନା ମୁଖ୍ୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଜରୁରୀ ବୈଠକ କରିଛନ୍ତି। ସେହିପରି ରାଜନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ  ଘଟଣା ସଂପର୍କରେ ଅବଗତ କରାଇଛନ୍ତି। ଏପଟେ ଉତ୍ତେଜନା ପ୍ରଶମିତ କରିବା ଲାଗି ଦୁଇ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି।

ଗତ ମେ ୫ରୁ ଏଲଏସିରେ ଉତ୍ତେଜନା ଲାଗି ରହିଛି ସାୟକ୍- ଦୌଲତ୍‌ବେଗ୍ ଓଲ୍‌ଡି ରୋଡ୍‌କୁ ସଂଯୋଗ ଲାଗି ଏକ ରାସ୍ତା ଓ ପ୍ୟାନଗଙ୍ଗ ହ୍ରଦ ନିକଟରେ ଅନ୍ୟ ଏକ ରାସ୍ତା ନିର୍ମାଣକୁ ଚୀନ ଜୋରଦାର ବିରୋଧ କରୁଛି।

ଏହାକୁ ନେଇ ମେ ୫ ଓ ୬ ତାରିଖରେ ଉଭୟ ଦେଶର ସୈନ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତୀ ହୋଇଥିଲା। ସେହିପରି ମେ ୯ ତାରିଖରେ ମଧ୍ୟ ଉତ୍ତର ସିକ୍କିମରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଏହା ପରେ ଭାରତ ଓ ଚୀନ୍  ଉଭୟ ସୀମାରେ ସୈନ୍ୟସଂଖ୍ୟା ବଢ଼ାଇଥିଲେ। ଉତ୍ତେଜନା ହ୍ରାସ ଲାଗି ଉଭୟ ଦେଶ ମଧ୍ୟରେ ମିଲିଟାରୀ ଓ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଥିବା ସତ୍ତ୍ୱେ ଗତକାଲି ଏଭଳି ଅପ୍ରୀତିକର ଘଟଣା ଘଟିଛି। ୧୯୬୨ ଯୁଦ୍ଧ ପରେ ୧୯୭୫ରେ ଶେଷ ଥର ପାଇଁ ଅରୁଣାଚଳ ପ୍ରଦେଶରେ ପିପୁଲସ ଲିବରେସନ ଆର୍ମିର ଆମ୍ବୁସରେ ଆସାମ ରାଇଫଲ୍ସର ୪ ଯବାନ ସହିଦ ହୋଇଥିଲେ। ତା ପରେ ଦୀର୍ଘ ୪୫ ବର୍ଷ ପରେ ଭାରତ-ଚୀନ୍ ସୀମାରେ ସହିଦ ହୋଇଛନ୍ତି ୩ ଭାରତୀୟ ସୈନିକ।

India LAC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ