Advertisment

ନିଆଁ ଲାଗିବା ପରେ ସମୁଦ୍ରରେ ବୁଡ଼ିଗଲା ଜାହାଜ, ବିପଦ ଆଶଙ୍କା

କଲମ୍ବୋ: ଟନ୍‌ ଟନ୍‌ କେମିକାଲ୍‌ ପରିବହନ କରି ଯାତ୍ରା କରୁଥିବା ଏକ ମାଲ୍‌ବାହୀ ଜାହାଜ ଶ୍ରୀଲଙ୍କାର ପଶ୍ଚିମ ଉପକୂଳରେ ବୁଡ଼ି ଯାଇଛି। ଏନେଇ  ବୁଧବାର ଶ୍ରୀଲଙ୍କା ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ଗତ ସପ୍ତାହରେ ଏହି ମାଲ୍‌ବାହୀ ଜାହାଜରେ ନିଆଁ ଲାଗିଯିବା…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ନିଆଁ ଲାଗିବା ପରେ ସମୁଦ୍ରରେ ବୁଡ଼ିଗଲା ଜାହାଜ, ବିପଦ ଆଶଙ୍କା

ship

କଲମ୍ବୋ: ଟନ୍‌ ଟନ୍‌ କେମିକାଲ୍‌ ପରିବହନ କରି ଯାତ୍ରା କରୁଥିବା ଏକ ମାଲ୍‌ବାହୀ ଜାହାଜ ଶ୍ରୀଲଙ୍କାର ପଶ୍ଚିମ ଉପକୂଳରେ ବୁଡ଼ି ଯାଇଛି। ଏନେଇ  ବୁଧବାର ଶ୍ରୀଲଙ୍କା ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ଗତ ସପ୍ତାହରେ ଏହି ମାଲ୍‌ବାହୀ ଜାହାଜରେ ନିଆଁ ଲାଗିଯିବା ଫଳରେ ସେଥିରୁ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ନିର୍ଗତ ହୋଇଥିଲା। ଫଳରେ ଏଥିଯୋଗୁ ଅମ୍ଲୀୟ ବର୍ଷା (Acid Rain) ହୋଇପାରେ। ଏହାସହ ଖରାପ ପାଣିପାଗ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏନେଇ ଆଲର୍ଟ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏନେଇ ଶ୍ରୀଲଙ୍କାର ଟପ୍ ଏନର୍ଭାମେଣ୍ଟାଲ୍‌ ଅର୍ଗାନାଇଜେସନ୍‌ ଚେତାବନୀ ଦେଇଛି। ସଂସ୍ଥାର କହିବା ଅନୁସାରେ, ଏହି ଅଗ୍ନିକାଣ୍ଡ ଘଟଣା ପରେ ଶ୍ରୀଲଙ୍କା ଏହାର ସବୁଠାରୁ ଖରାପ ସାମୁଦ୍ରିକ ପରିବେଶ ବିପର୍ଯ୍ୟୟର ସମ୍ମୁଖୀନ କରୁଛି। ଯାହାକୁ ନେଇ ଚିନ୍ତା ବଢ଼ିଛି ଓ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।

Advertisment

ମେ’ ୧୫ରେ ମାଲ୍‌ବାହୀ ଜାହାଜ  MV X-Press Pearl ଗୁଜରାଟର ହଜିରାରୁ ଭାୟା କଲମ୍ବୋ ଦେଇ ସିଙ୍ଗାପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କେମିକାଲ୍‌ ଓ କସ୍‌ମେଟିକ୍ସ ପାଇଁ ଜରୁରୀ କଞ୍ଚାମାଲ୍‌ ନେଇ ଆସୁଥିବା ବେଳେ ମେ’ ୨୦ରେ ଜାହାଜରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଜାହାଜଟି କଲମ୍ବୋରୁ ୧୮ କି.ମି. ଦୂର ଉତ୍ତର ପଶ୍ଚିମରେ ଥିଲା। ଜାହାଜ X-Press Pearl ଟ୍ୟାଙ୍କ୍‌ରେ ୩୨୫ ମେଟ୍ରିକ ଟନ୍‌ ଇନ୍ଧନ ବ୍ୟତୀତ ୨୫ ଟନ୍‌ ନାଇଟ୍ରିକ ଏସିଡ୍‌ ମଧ୍ୟ ଥିଲା।

ବର୍ଷା ପାଗରେ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ଗ୍ୟାସ୍ ନିର୍ଗତ ହେବା ଯୋଗୁ ଅମ୍ଲୀୟ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି, ସମୁଦ୍ର କୂଳରେ ରହୁଥିବା ଲୋକମାନେ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଯଦିଓ ଜାହାଜରେ ଅଗ୍ନିକାଣ୍ଡ ଘଟିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା, ହେଲେ ଜାହାଜରେ କେମିକାଲ୍‌ ଥିବାରୁ ପ୍ରଦୂଷଣ ପରେ ଏହା ନିର୍ଗତ ହୋଇଥିଲା। ତେଣୁ ପରିବେଶ ପ୍ରତି ବିପଦ ସୃଷ୍ଟି ଆଶଙ୍କାରେ ସମୁଦ୍ର କୂଳକୁ ତୁରନ୍ତ ସଫା କରିବା ଲାଗି ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଥିଲା।

Advertisment
Advertisment
Advertisment