HIDMA
ନୂଆଦିଲ୍ଲୀ:ମାଓବାଦୀଙ୍କୁ ଘାରିଛି କରୋନା ଭୟ । ଛତିଶଗଡ଼ରେ ସକ୍ରିୟ ମାଓ ସଂଗଠନ ଦଣ୍ଡକାରଣ୍ୟ ଡିଭିଜନର ଅନେକ ମାଓନେତା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୭ ଜଣ ମାଓନେତାଙ୍କ ମୃତ୍ୟୁ ହୋଇଥିବା ନେଇ ମାଓବାଦୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା କହିଛି ଛତିଶଗଡ଼ ପୋଲିସ।
ଟପ କ୍ୟାଡର ମାଓନେତା ହିଡମା ସହ ଅନେକ କ୍ୟାଡରଭୁକ୍ତ ମାଓବାଦୀ ବର୍ତ୍ତମାନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତେବେ ହିଡମା ଗୁରୁତର ଥିବା ସୂଚନା ମିଳିଛି। ଅନେକ ମାଓବାଦୀ ଦେଶୀ ଚିକିତ୍ସା କରିଥିବା କହିଛନ୍ତି ଦନ୍ତେଓ୍ୱାଡା ଏସ୍ପି। ଏବେ ବି ମାଓବାଦୀମାନେ ବିଭିନ୍ନ ଗାଁକୁ ଯାଇ ସଭା ସମିତି ଜାରି ରଖିଛନ୍ତି । ମାସ୍କ ପିନ୍ଧୁନଥିବାବେଳେ ଜଙ୍ଗଲରେ ବୁଲୁଛନ୍ତି । ସାମାଜିକ ଦୂରତା ପାଳନ କରୁନାହାନ୍ତି । ଗାଁକୁ ଯାଇ ସଭାସମିତି କରିବା ସହ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ମାଓବାଦୀଙ୍କ ମଧ୍ୟରେ ସଂକ୍ରମଣ ବଢିବା ଆଂଶକା କରାଯାଉଛି ।
କରୋନା ବିପଦରୁ ମୁକ୍ତି ପାଇବାକୁ ମାଓବାଦୀ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଛନ୍ତି ଛତିଶଗଡ଼ ଏସ୍ପି। ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସୂଚନା ଦେଛନ୍ତି ଦନ୍ତେଓ୍ୱାଡା ଏସ୍ପି ଅଭିଷେକ ପଲ୍ଲବ। ମାଓ ସଂଗଠନ କହିବା ଅନୁସାରେ କରୋନାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ହରିଭୂଷଣ ଓ ଶୋଭରୟ ପରି ବଡ଼ ମାଓନେତାଙ୍କ ଜୀବନ ନେଇଛି କରୋନା। ସେହିପରି
ହିଡମା, ସୋନୁ, ବିନୋଦ, ରାଜେଶ, ନନ୍ଦୁ ଭଳି ମାଓ ନେତା ଗୁରୁତର ଅଛନ୍ତି। ଜଙ୍ଗଲ ଭିତରେ କିଛି ଅଳ୍ପ ଔଷଧରେ ସେମାନଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।
ସୂଚନାଥାଉ କି, ଦୁଇ ଟପ୍ ମାଓନେତା ହରିଭୂଷଣ ଓ ସାରକ୍କଙ୍କର କରୋନାରେ ମୃତ୍ୟୁ ହୋଇଥିବା ଲାଲବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରେସ୍ ବିଜ୍ଞପ୍ତିରେ ଏହା କହିଛି ତେଲେଙ୍ଗାନା ରାଷ୍ଟ୍ରୀୟ ମାଓ ଦଳ । ଜୁନ୍ ୨୧ ତାରିଖରେ ନାରାୟଣଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ନାଁରେ ପୋଲିସ ପକ୍ଷରୁ ୪୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । ହରିଭୂଷଣ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ ସହ ତେଲଙ୍ଗାନା ସ୍ପେଶାଲ ଜୋନାଲ କମିଟିର ସଂପାଦକ ଥିଲେ । ସେ ୨୨ରୁ ଅଧିକ ମାଓ ଆକ୍ରମଣରେ ସାମିଲ ଥିଲେ । ତାଙ୍କ ନାଁରେ ବହୁ ମାମଲା ଥିଲା । ସେହିପରି ଏରିଆ କମିଟି ନେତ୍ରୀ ସାରକ୍କାଙ୍କ ମୃତ୍ୟୁ ମଧ୍ୟ କରୋନାରେ ହୋଇଥିବା କୁହାଯାଇଛି । ଉଭୟଙ୍କ ଅନ୍ତିମ ସଂସ୍କାର ଦଣ୍ଡକାରଣ୍ୟ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷେ, କରୋନାରେ ପୀଡ଼ିତ ହୋଇଥିବାରୁ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ମାଓନେତା । ୪୦୦ ରାଉଣ୍ଡ ଗୁଳି ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାନ୍ତ କାହ୍ନା ଡିଭିଜନ୍ ମାଓ ସଂଗଠନର ପ୍ଳାଟୁନ୍ କମାଣ୍ଡର ଦିବାକର୍ ଓ ମହିଳା ମାଓବାଦୀ ଲକ୍ଷ୍ମୀ ଆତ୍ମସମର୍ପଣ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/HIDMA_1624616698.jpg)