Advertisment

ଗରିବ ଓ ଦିନ ମଜୁରିଆଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ଯୋଗୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ତେବେ ଏହି ମହାମାରୀରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଦିନ ମଜୁରିଆ। ତେଣୁ ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ୍‌ ଓ ସିସିଇଏ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାର ସହରରେ ରହୁଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। Cabinet approves development […]

author-image
Ranjeet Kumar Jena
ଗରିବ ଓ ଦିନ ମଜୁରିଆଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

cabinet

ନୂଆଦିଲ୍ଲୀ: କରୋନା ଯୋଗୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ତେବେ ଏହି ମହାମାରୀରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଦିନ ମଜୁରିଆ। ତେଣୁ ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ୍‌ ଓ ସିସିଇଏ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାର ସହରରେ ରହୁଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

https://twitter.com/DG_PIB/status/1280807130992271361?s=20

କେନ୍ଦ୍ର ସରକାର ଏଥିପାଇଁ Affordable Rental Housing Complexes- AHRCsକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଅର୍ବାନ ଆଧାରରେ ଗରିବ ଦିନ ମଜୁରିଆଙ୍କ ପାଇଁ ଏହି ଘର ତିଆରି ହେବ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରେସ କନଫରେନସ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନ ମଜୁରିଆଙ୍କ ପାଇଁ ୧.୧୫ ଲକ୍ଷ ଘର ତିଆରି ହେବ, ଯେଉଁଥିରେ ଗୋଟିଏ ବେଡ୍ରୁମ ଏବଂ ରୋଷେଇ ଘର ଆଟାଚ୍ ରହିବ।

ଏହାଛଡ଼ା ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନଭେମ୍ବର ମାସ ପର୍ଯ୍ୟନ୍ତ ବଢ଼ାଇବାକୁ ମଞ୍ଜୁରୀ ମିଳିଛି। ସେହିପରି ଗରିବ ଉଜ୍ଜଳା ଯୋଜାନା ଅନ୍ତର୍ଗତ ମାଗଣା ଏଲପିଜି ସିଲିଣ୍ଡର ବଣ୍ଟନ କରାଯିବା ନେଇ ମଞ୍ଜୁରୀ ମିଳିଛି। ଏହାଦ୍ବାରା ଘାଉଟୀ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣା ସିଲିଣ୍ଡର ମିଳିବ।

Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଯୋଜନା ଅନ୍ତର୍ଗତ ଶ୍ରମିକମାନଙ୍କୁ ଘର ଯୋଗାଇ ଦେବେ ସରକାର। ଏହି ଯୋଜନାରେ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରୀ ପାଣ୍ଠିରୁ ତିଆରି ହେବ ଏହି ସବୁ ଘର। ଏହା ବ୍ୟତୀତ ୫୦ ପ୍ରତିଶତ ଅତିରିକ୍ତ FAR / FSI, ଟିକସ ରିଲିଫ୍ ଭଳି ବିଶେଷ ପ୍ରୋତ୍ସାହନ ପ୍ରଦାନ ଦେବ ସରକାର।

Advertisment
Advertisment