Advertisment

ଫାଶି ଦଉଡ଼ି, ଘାତକ ବି ତୟାର

ନୂଆଦିଲ୍ଲୀ : ପବନ, ଅକ୍ଷୟ, ମୁକେଶ, ବିନୟ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଏ ୪ ଆସାମୀଙ୍କ ଗଳାରେ ଖୁବ୍‌ଶୀଘ୍ର ଲାଗିପାରେ ଫାଶିର ଫନ୍ଦା। ଏଥିପାଇଁ ପ୍ରସ୍ତୁତ ହେଉଛି ତିହାର । ଇଏ ହେଉଛି ସେହି ଜେଲ୍ ଯେଉଁଠି ପୂର୍ବରୁ ଦୁଷ୍କର୍ମୀ ଧନଞ୍ଜୟ ଚାଟାର୍ଜୀ ଏବଂ ସଂସଦ ଆକ୍ରମଣ ମାମଲାର ଦୋଷୀ ଅଫଜଲ ଗୁରୁକୁ ଫାଶି ଖୁଣ୍ଟରେ ଚଢ଼ା ଯାଇଥିଲା । ଆଉ ସେଇ ତିହାରର ୨ ନମ୍ବର ଜେଲ୍‌ରେ ନିର୍ଭୟା ମାମଲାର ଦୋଷୀ ଅକ୍ଷୟ […]

author-image
Pradesh Pratyush
ଫାଶି ଦଉଡ଼ି, ଘାତକ ବି ତୟାର

hanging

ନୂଆଦିଲ୍ଲୀ : ପବନ, ଅକ୍ଷୟ, ମୁକେଶ, ବିନୟ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଏ ୪ ଆସାମୀଙ୍କ ଗଳାରେ ଖୁବ୍‌ଶୀଘ୍ର ଲାଗିପାରେ ଫାଶିର ଫନ୍ଦା। ଏଥିପାଇଁ ପ୍ରସ୍ତୁତ ହେଉଛି ତିହାର ।

Advertisment

ଇଏ ହେଉଛି ସେହି ଜେଲ୍ ଯେଉଁଠି ପୂର୍ବରୁ ଦୁଷ୍କର୍ମୀ ଧନଞ୍ଜୟ ଚାଟାର୍ଜୀ ଏବଂ ସଂସଦ ଆକ୍ରମଣ ମାମଲାର ଦୋଷୀ ଅଫଜଲ ଗୁରୁକୁ ଫାଶି ଖୁଣ୍ଟରେ ଚଢ଼ା ଯାଇଥିଲା । ଆଉ ସେଇ ତିହାରର ୨ ନମ୍ବର ଜେଲ୍‌ରେ ନିର୍ଭୟା ମାମଲାର ଦୋଷୀ ଅକ୍ଷୟ ଓ ମୁକେଶ ଏବଂ ୪ ନମ୍ବର ଜେଲ୍‌ରେ ବିନୟ ବନ୍ଦ ଥିଲା ବେଳେ ଏବେ ମଣ୍ଡୋଲି ଜେଲ୍‌ରେ ଥିବା ପବନକୁ ବି ତିହାରର ୨ ନମ୍ବର ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆଉ ଏପଟେ ୩ ନମ୍ବର ଜେଲ୍‌ରେ ଫାଶିର ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ଫାଶି ଦିଆଯିବା ସ୍ଥାନରେ ସଫେଇ କରାଯିବା ସହ ବିହାର ବକ୍ସର ଜେଲ୍‌ରୁ ଫାଶି ପାଇଁ ବ୍ୟବହୃତ ସ୍ୱତନ୍ତ୍ର ରଶି ମଗାଯାଇଛି। ଫାଶି ଦଉଡ଼ିର ଶକ୍ତି ପରଖିବା ପାଇଁ ଡମି ରିହର୍ସଲ ବି ସରିଛି। ଅପରପକ୍ଷେ ତିହାର ଜେଲ୍‌ରେ ଘାତକ ନଥିବାରୁ କର୍ତ୍ତୃପକ୍ଷଙ୍କୁ ୟା ଭିତରେ ଘାତକ ବି ମିଳିଥିବା ସୂଚନା ମିଳିଛି।

publive-imageସମସ୍ତ ୪ ଦୋଷୀଙ୍କୁ ଅନ୍ୟ କଏଦୀଙ୍କଠୁ ଅଲଗା ରଖାଯିବା ସହ ସେମାନଙ୍କ ଉପରେ ସିସିଟିଭି ଜରିଆରେ କଡ଼ା ନଜର ରଖାଯାଇଛି।

Advertisment

ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦୋଷୀଙ୍କ ଦୟା ଆବେଦନକୁ ଖାରଜ କରିବା ପରେ ଦୋଷୀଙ୍କୁ ଫାଶି ମିଳିବା ସ୍ପଷ୍ଟ ହୋଇଥିଲା। ୪ ଦୋଷୀଙ୍କ ଭିତରୁ ରାଷ୍ଟ୍ରପତିଙ୍କ ପାଖରେ ଜଣଙ୍କର ଦୟା ଆବେଦନ ବିଚାରାଧୀନ ରହିଛି। ସେପଟେ ଅନ୍ୟତମ ଦୋଷୀ ଅକ୍ଷୟ ସିଂ, ଫାଶି ଦଣ୍ଡାଦେଶ ବିରୋଧରେ ଆଜି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିଛି । ଗତ ବର୍ଷ ଅନ୍ୟ ୩ ଜଣ ଦୋଷୀଙ୍କର ରିଭ୍ୟୁ ପିଟିସନ୍‌କୁ କୋର୍ଟ ଖାରଜ କରିଦେଇଥିଲେ। ସେପଟେ ରାଷ୍ଟ୍ରପତିଙ୍କ ପାଖରେ ଦୟା ଆବେଦନ ଖାରଜ ହେବା କ୍ଷଣି ଏହା ପ୍ରଥମେ ଗୃହ ମନ୍ତ୍ରାଳୟ ପୁଣି ଦିଲ୍ଲୀ ସରକାର ଏବଂ ଶେଷର ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ପାଖକୁ ଯିବ। ଏହାପରେ ଫାଶିକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ଟ୍ରାୟଲ୍ କୋର୍ଟ ଦୋଷୀଙ୍କ ଡେଥ୍ ଓ୍ୱାରେଣ୍ଟ ଜାରି କରିବେ। ଏହାର କପି ସମସ୍ତ ଦୋଷୀ ଓ ସେମାନଙ୍କ ପରିବାରକୁ ଦିଆଯିବା ପରେ ଡେଥ୍ ଓ୍ୱାରେଣ୍ଟଜାରି ହେବାର ୧୪ ଦିନ ଭିତରେ ହିଁ ଫାଶି ଦେବାକୁ ହେବ । ଏଥିପାଇଁ ଯଦିଓ ଆହୁରି ଅନେକ ଆଇନ୍‌ଗତ ପ୍ରକ୍ରିୟା ବାକି ଅଛି, ତଥାପି ବର୍ତ୍ତମାନର ପ୍ରସ୍ତୁତିରୁ ସଂକେତ ଏୟା ମିଳୁଛି ଯେ, ୟେ ଚାରି ଦୋଷୀଙ୍କ ଦିନକାଳ ଆଉ ବେଶିଦିନ ନୁହେଁ।

Advertisment
Advertisment