/odishatv-khabar/media/post_attachments/uploadimage/library/16_9/16_9_0/3-3_1626430051.jpg)
3
ଗାନ୍ଧିନଗର: ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍। ଗୁଜୁରାଟର ମେହସାଣା-ଅହମ୍ମଦାବାଦ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବାବେଳେ ହଠାତ୍ ବସ୍ରେ ନିଆଁ ଲାଗିଯାଇଥିଲା। ଏହାପରେ ନିଆଁରେ ବସ୍ଟି ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।
Advertisment
ତେବେ ଡ୍ରାଇଭର ଜଣକର ଉପସ୍ଥିତ ବୁଦ୍ଧି ଯୋଗୁ ବସ୍ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିବା ପରେ ବସ୍କୁ ଡ୍ରାଇଭର ଜଣକ ରାସ୍ତା କ଼ଡ଼କୁ ନେଇ ଯାଇଥିଲେ। ଏହାପରେ ବସ୍ରେ ନିଆଁ ଲାଗିବା ଅବସ୍ଥାରେ ସମସ୍ତ ଯାତ୍ରୀଙ୍କୁ ଜଣ ଜଣ କରି ସୁରକ୍ଷିତ ବାହାର କରିଥିଲେ। ସର୍ଟ ସର୍କିଟରୁ ବସ୍ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଅଗ୍ନିକାଣ୍ଡ ଯୋଗୁ ମେହସାଣା-ଅହମ୍ମଦାବାଦ ଜାତୀୟ ରାଜପଥରେ କିଛି ସମୟ ଧରି ଟ୍ରାଫିକ୍ ଜାମ୍ ଦେଖାଦେଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)