Advertisment

ଶିକାର କରିବାକୁ ଆସି ଫସିଗଲା ଶିକାରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସିଂହ ଓ ମଇଁଷି ଲଢ଼େଇର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିକୁ ଜଣେ ବନ ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ସେୟାର କରିଛନ୍ତି। ଏହି ୩୧ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ ଜଙ୍ଗଲରେ କିଛି ମଇଁଷି ଚରୁଥିଲେ। ଅନ୍ୟପାର୍ଶ୍ୱରେ ଏକ ସିଂହ ବୁଦା ପାଖରେ ଲୁଚି ରହିଥିଲା ମଇଁଷିର ଶିକାର କରିବା ପାଇଁ । କିନ୍ତୁ ସମ୍ପୂର୍ଣ୍ଣ ଓଲଟା ହେଲା।  ମଇଁଷି ଲୁଚିଥିବା ସିଂହକୁ ଦେଖି […]

author-image
Mahasweta Baral
ଶିକାର କରିବାକୁ ଆସି ଫସିଗଲା ଶିକାରୀ

lion

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସିଂହ ଓ ମଇଁଷି ଲଢ଼େଇର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିକୁ ଜଣେ ବନ ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ସେୟାର କରିଛନ୍ତି।

Advertisment

ଏହି ୩୧ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ ଜଙ୍ଗଲରେ କିଛି ମଇଁଷି ଚରୁଥିଲେ। ଅନ୍ୟପାର୍ଶ୍ୱରେ ଏକ ସିଂହ ବୁଦା ପାଖରେ ଲୁଚି ରହିଥିଲା ମଇଁଷିର ଶିକାର କରିବା ପାଇଁ । କିନ୍ତୁ ସମ୍ପୂର୍ଣ୍ଣ ଓଲଟା ହେଲା।  ମଇଁଷି ଲୁଚିଥିବା ସିଂହକୁ ଦେଖି ନଡରି ତା’ର ନିକଟକୁ ଆସି ଶୁଣ୍ଢରେ ସିଂହକୁ ଉପରକୁ ଉଠାଇ ଭୂମିରେ ପକାଇ ଦୌଡ଼ି ପଳାଇଲା।

Advertisment

ଏହି ଭିଡିଓକୁ ସେୟାର କରି ସୁଶାନ୍ତ ଲେଖଛନ୍ତି,‘ମଣିଷମାନଙ୍କ ଦୃଷ୍ଟିରେ ସିଂହ ଜଙ୍ଗଲର ରାଜା, କିନ୍ତୁ ମଇଁଷିଟି ଆଖି ଆଗରେ ଜଣାପଡୁନି ଜଙ୍ଗଲର ରାଜା କିଏ।’ ଆପଣମାନେ ସିଂହଟି ମଇଁଷିକୁ ଶିକାର କରୁଥିବାର ଦେଖିଥିବେ। କିନ୍ତୁ ଏହି ଭିଡିଓଟିରେ ସିଂହଟି ନିଜେ ମଇଁଷି ଦ୍ୱାରା ଶିକାର ହେଉଛି।

ଏହି ଭିଡିଓ ସେ ସେୟାର କରିବା ପରେ ଖୁବ୍‌ ଭାଇରାଲ ହୋଇଥିଲା। କେବଳ ଏତିକି ନୁହେଁ, ଭିଡିଓଟିକୁ ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଥର ଦେଖାଯାଇଛି। ଏଥିସହିତ ଏହି ଭିଡିଓକୁ ୭୦୦ ରୁ ଅଧିକ ଲାଇକ୍ କରିଥିବାବେଳେ ୧୭୦ ରୁ ଅଧିକ ରିଟ୍ୱିଟ କରିଛନ୍ତି।

Advertisment
Advertisment