businesstoday.in
ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ କାହା ପାଇଁ କଣ ରହିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ସେମାନଙ୍କୁ ଉଶ୍ୱାସ ମିଳିବ ତା ଉପରେ ସମସ୍ତଙ୍କ ନଜର ରହିଛି।
କରୋନା ମହାମାରୀରେ ସାରା ବିଶ୍ୱର ଅର୍ଥନୀତି ଦୋହଲି ଯାଇଥିବା ବେଳେ ଭାରତ ଏଦିଗରେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଛି। ଏଥର ବଜେଟ୍କୁ ନେଇ ସାଧାରଣ ଲୋକଙ୍କ ଭିତରେ ଅନେକ ଆଶା ଓ ଭରସା ରହିଛି। ବିଶେଷ ଭାବେ ଚାଷୀଙ୍କୁ ସହାୟତା, ବ୍ୟବସାୟୀକୁ ନୂଆ ଦିଶା, ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାରେ ସହାୟତା ଭଳି ବିଭିନ୍ନ ଦିଗ ଉପରେ ସରକାର ଧ୍ୟାନ ଦେଇପାରନ୍ତି।
ଟ୍ୟାକ୍ସ ସ୍ଲାବ୍ରେ ଏଥର କୌଣସି ପରିବର୍ତ୍ତନ ହୋଇନପାରେ। ତା'ସହ ଏଥର କରୋନା ଟିକାକରଣ ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ମିଳିପାରେ। ତେବେ ଏହି ବଜେଟ୍ ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ ବଜେଟ୍ ହେବ। କାରଣ ଏହା ଉପରେ ବହୁ ଆଶା ଓ ଭରସା ରଖିଛନ୍ତି ଶିଳ୍ପ, ବ୍ୟବସାୟ ପ୍ରତିଷ୍ଠାନଠୁ ଆରମ୍ଭ କରି ସାଧାରଣ ଜନତା। ଏଭଳି ସ୍ଥିତିରେ ବଜେଟ୍ର ରୂପରେଖ କେମିତି ହେବ ? ସେ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଚଳିତ ବଜେଟରୁ କିଏ କଣ ଆଶା ରଖୁଛନ୍ତି ଆସନ୍ତୁ ଜାଣିବା।
ଛାତ୍ରଛାତ୍ରୀଙ୍କ ଅନୁସାରେ ଏଥରର ବଜେଟ୍ ନିଯୁକ୍ତି ଭିତ୍ତିକ ବା ଆୟ ଭିତ୍ତିକ ହେବା ଦରକାର। କାରଣ ଛାତ୍ରଛାତ୍ରୀଙ୍କ ପଢ଼ା ଶେଷ ହେବା ପରେ କାମ ମିଳୁ ନାହିଁ। ତେଣୁ ଏଥରର ବଜେଟ୍ ନିଯୁକ୍ତି ଭିତ୍ତିକ ହେଲେ ବେକାରୀ ସଂଖ୍ୟା କମିବା ସହିତ ନିଯୁକ୍ତି ମିଳିପାରିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ତା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଉପରେ ନିୟନ୍ତ୍ରଣ ରହିବା ଦରକାର ବୋଲି ଛାତ୍ରଛାତ୍ରୀମାନେ ଦାବି କରିଚନ୍ତି।
ଅନ୍ୟପଟେ ରାଉର୍କେଲା ଚ୍ୟାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ପ୍ରବୀଣ ଗର୍ଗଙ୍କ ଅନୁସାରେ, ହିନ୍ଦୁସ୍ତାନ ଛୋଟ ବ୍ୟାପାରୀମାନେ ସରକାରଙ୍କର ଅନେକ ବ୍ୟବସ୍ଥା ବୁଝିପାରୁ ନାହାଁନ୍ତି। ରଟର୍ଣ୍ଣ ଫାଇଲ୍ ଏତେ ଜଟିଳ ହୋଇଯାଇଛି ଯେ ଛୋଟ ବେପାରୀମାନେ ଏହା କରିବାକୁ ଅସମର୍ଥ ହେଇଯାଉଛନ୍ତି। ତେଣୁ କର୍ପୋରେଟ୍ ଲେବଲ, ମିଡିଲ କ୍ଲାସ୍ ଲେବଲ ଓ ଛୋଟ ଲେବଲ ପାଇଁ ଭିନ୍ନ ଭିନ୍ନ ଷ୍ଟେପ୍ ହେବା ଦରକାର। ଫଳରେ ପ୍ରତ୍ୟେକ ଲୋକ ଟ୍ୟାକ୍ସ ଲାଇନ୍କୁ ଆସି ପାରିବ। ବେପାର ସ୍ପଷ୍ଟ ହେବ ବୋଲି ପ୍ରବୀଣ ଗର୍ଗ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/businessstandard_1627366448.jpg)