Advertisment

ସୀମାରେ ସୁଡ଼ଙ୍ଗ ଠାବ କଲା ସେନା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରେ ଏକ ସୁଡ଼ଙ୍ଗ ଠାବ କରିଛି ବିଏସ୍‌ଏଫ୍‌। ଜାମ୍ମୁର ସାମ୍ବା ଜିଲ୍ଲାରେ ଏହି ଏହି ସୁଡ଼ଙ୍ଗ ଠାବ କରାଯାଇଛି। ଏ ନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୁଡ଼ଙ୍ଗ ଦେଇ ଆତଙ୍କାବାଦୀମାନେ ଭାରତକୁ ପ୍ରବେଶ କରୁଥିବା ସନ୍ଦେହ କରାଯାଉଛି। ଭାରତର ସୀମା ବାଡ଼ ଠାରୁ ସୁଡ଼ଙ୍ଗଟି ମାତ୍ର ୫୦ ମିଟର ଦୂରରେ ରହିଛି। ଶୁକ୍ରବାର ସାମ୍ବା ସେକ୍ଟରରେ ପାଟ୍ରୋଲିଂ କଲାବେଳେ ବିଏସ୍‌ଏପ୍‌ ଯବାନ ଏହାର ସନ୍ଧାନ ପାଇଥିଲେ। ଏହାପରେ ଛାନଭିନ […]

ଅଦ୍ୟତନ ହୋଇଛି
ସୀମାରେ ସୁଡ଼ଙ୍ଗ ଠାବ କଲା ସେନା

tunel

Advertisment

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରେ ଏକ ସୁଡ଼ଙ୍ଗ ଠାବ କରିଛି ବିଏସ୍‌ଏଫ୍‌। ଜାମ୍ମୁର ସାମ୍ବା ଜିଲ୍ଲାରେ ଏହି ଏହି ସୁଡ଼ଙ୍ଗ ଠାବ କରାଯାଇଛି। ଏ ନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୁଡ଼ଙ୍ଗ ଦେଇ ଆତଙ୍କାବାଦୀମାନେ ଭାରତକୁ ପ୍ରବେଶ କରୁଥିବା ସନ୍ଦେହ କରାଯାଉଛି।

Advertisment

ଭାରତର ସୀମା ବାଡ଼ ଠାରୁ ସୁଡ଼ଙ୍ଗଟି ମାତ୍ର ୫୦ ମିଟର ଦୂରରେ ରହିଛି। ଶୁକ୍ରବାର ସାମ୍ବା ସେକ୍ଟରରେ ପାଟ୍ରୋଲିଂ କଲାବେଳେ ବିଏସ୍‌ଏପ୍‌ ଯବାନ ଏହାର ସନ୍ଧାନ ପାଇଥିଲେ। ଏହାପରେ ଛାନଭିନ କରିବାରୁ ସୁଡ଼ଙ୍ଗ ମୁହଁରୁ କିଛି ପ୍ଲାଷ୍ଟିକ ବୋରା ମିଳିଥିଲା, ଯେଉଁଥିରେ ପାକିସ୍ତାନୀ ମାର୍କିଂ ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି।

ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଲଗାତାର ବର୍ଷା ହେତୁ କିଛି ସ୍ଥାନରେ ପାଣିରେ ବୁଡ଼ିଯିବା ସହିତ ମାଟି ଦବି ଯାଇଥିଲା। ଫଳରେ ସନ୍ଦେହ ହେବାରୁ ଛାନଭିନ କରିବା ପରେ ସୁଡ଼ଙ୍ଗ ଥିବା ଜଣାପଡ଼ିଥିଲା। ଏହାପରେ ସେନା ତୁରନ୍ତ ଅଣ୍ଟିଟନଲ ଅଭିଯାନ ଆରମ୍ଭ କରିଥିଲା। ସୁଡ଼ଙ୍ଗଟି ମାତ୍ର ୨୦ ମିଟର ପର୍ଯ୍ୟନ୍ତ ଖୋଳାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିଏସ୍‌ଏଫ୍‌ର ‘ହେଲବେକ୍‌’ ପୋଷ୍ଟ ନିକଟରେ ସୁଡ଼ଙ୍ଗଟି ରହିଥିବା ବେଳେ ପାକିସ୍ତାନର 'ଗୁଲଜାର' ପୋଷ୍ଟରୁ ଏହା ମାତ୍ର ୭୦୦ ମିଟର ଦୂରରେ ରହିଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ