Advertisment

ବ୍ରାଜିଲ୍ ରାଷ୍ଟ୍ରପତିଙ୍କୁ କରୋନା

ବ୍ରାସିଲିଆ: ବ୍ରାଜିଲରେ କରୋନାଭାଇରସ୍ ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହିକ୍ରମରେ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବୋଲସୋନାରୋ କରୋନାରେ ସଂକ୍ରମିତ ହୋଇଛନ୍ତି। ଏକ ଟେଲିଭିଜନରେ ସାକ୍ଷାତକାର ଅବସରରେ ବୋଲସୋନାରୋ ଏହି ମହାମାରୀରେ ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ହୋମ୍ କ୍ୱାରେଣ୍ଟିନରେ ରଖାଯାଇଛି। ସେ କହିଛନ୍ତି, ମୋ ଶରୀରରେ ମଧ୍ୟମ ଧରଣର କରୋନା ଲକ୍ଷଣ ଦେଖା ଯାଇଛି। ତେଣୁ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ବୋଲି […]

author-image
Ranjeet Kumar Jena
ବ୍ରାଜିଲ୍ ରାଷ୍ଟ୍ରପତିଙ୍କୁ କରୋନା

brazil

ବ୍ରାସିଲିଆ: ବ୍ରାଜିଲରେ କରୋନାଭାଇରସ୍ ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହିକ୍ରମରେ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବୋଲସୋନାରୋ କରୋନାରେ ସଂକ୍ରମିତ ହୋଇଛନ୍ତି। ଏକ ଟେଲିଭିଜନରେ ସାକ୍ଷାତକାର ଅବସରରେ ବୋଲସୋନାରୋ ଏହି ମହାମାରୀରେ ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ହୋମ୍ କ୍ୱାରେଣ୍ଟିନରେ ରଖାଯାଇଛି।

Advertisment

ସେ କହିଛନ୍ତି, ମୋ ଶରୀରରେ ମଧ୍ୟମ ଧରଣର କରୋନା ଲକ୍ଷଣ ଦେଖା ଯାଇଛି। ତେଣୁ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ବୋଲି ଆଶା କରୁଛି। ସୋମବାର ବୋଲସୋନାରୋଙ୍କୁ ଜ୍ୱର ହୋଇଥିବା ପଡ଼ିଥିଲା, ଯାହା ପରେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା।

ସୂଚନାଯୋଗ୍ୟ, ବୋଲସୋନାରୋ ଲଗାତର କରୋନାଭାଇରସର ସଙ୍କଟକୁ ସାଧାରଣ ଫ୍ଲୁ କହି ଏହାକୁ କମ୍ ଆକଳନ କରୁଥିଲେ। ଏପରିକି ଅନେକଥର ସେ କହିଥିଲେ ଯେ ଏହି ଭାଇରସ୍ ସେତେଟା ପ୍ରଭାବିତ କରିବ ନାହିଁ। କେବଳ ଏତିକି ନୁହେଁ, ସେ କିଛି ଅଞ୍ଚଳରେ ଗଭର୍ଣ୍ଣରଙ୍କୁ ଲକଡାଉନରେ କୋହଳ କରିବାକୁ ମଧ୍ୟ କହିଥିଲେ।

Advertisment

ବିଶ୍ୱର କରୋନା ପ୍ରଭାବିତ ତାଲିକାର ୨ନଂ ସ୍ଥାନରେ ଥିବା ବ୍ରାଜିଲରେ ଉଭୟ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ବ୍ରାଜିଲରେ ଆଜି ସୁଦ୍ଧା ୬୫,୬୩୧ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୧୬,୨୮,୨୮୩ ଜଣ ସଂକ୍ରମିତ ହୋଇଛନ୍ତି। ଏଠାରେ ୧୦,୭୨,୨୨୯ ଜଣ ସୁସ୍ଥ ହୋଇଛନ୍ତି। ଆମେରିକା ପୂର୍ବଭଳି ୧ନଂରେ ଥିବା ବେଳେ ୩ୟ ସ୍ଥାନରେ ଭାରତ ରହିଛି।

Advertisment
Advertisment