Advertisment

ଚୀନ୍‌କୁ ସାବାଡ୍‌ କରିବାକୁ ୫ ପ୍ଲାନ୍

ପୁରୀ: ଚୀନର ଧୋକାବାଜି ପରେ ସାରା ଦେଶରେ ମେଡ୍-ଇନ୍-ଚାଇନା ସାମଗ୍ରୀ ପ୍ରତି ବିଦ୍ରୋହ ତେଜିବାରେ ଲାଗିଛି। ଦେଶବାସୀ ଚୀନ ସାମଗ୍ରୀ ବର୍ଜନ କରିବାକୁ ଅଣ୍ଟାଭିଡୁଥିବା ବେଳେ, ଚୀନ୍‌କୁ ଉଚିତ ଶିକ୍ଷା ଦେବାକୁ ସରକାରୀ ସ୍ତରରେ ମଧ୍ୟ ଆରମ୍ଭ ହୋଇଛି କସରତ। ସାରା ଦେଶରେ ଚୀନ୍ ବିରୋଧୀ ତାତି ନାରାବାଜିଠୁ କୁଶପୁତ୍ତଳିକା ଦାହ କରିବା ସହିତ ଚୀନି ସାମଗ୍ରୀ ଭଙ୍ଗା-ଜଳାଠୁ, ହୋର୍ଡିଂରେ କାଳି ବୋଳା ଆଦି ଚାଲିଛି। ବିହାର ପାଟନାରେ ତ ଗଧ ବେକରେ ଝୁଲିଛି ଚୀନ ରାଷ୍ଟ୍ରମୁଖ୍ୟଙ୍କ […]

ଚୀନ୍‌କୁ ସାବାଡ୍‌ କରିବାକୁ ୫ ପ୍ଲାନ୍

china

Advertisment

ପୁରୀ: ଚୀନର ଧୋକାବାଜି ପରେ ସାରା ଦେଶରେ ମେଡ୍-ଇନ୍-ଚାଇନା ସାମଗ୍ରୀ ପ୍ରତି ବିଦ୍ରୋହ ତେଜିବାରେ ଲାଗିଛି। ଦେଶବାସୀ ଚୀନ ସାମଗ୍ରୀ ବର୍ଜନ କରିବାକୁ ଅଣ୍ଟାଭିଡୁଥିବା ବେଳେ, ଚୀନ୍‌କୁ ଉଚିତ ଶିକ୍ଷା ଦେବାକୁ ସରକାରୀ ସ୍ତରରେ ମଧ୍ୟ ଆରମ୍ଭ ହୋଇଛି କସରତ।

Advertisment

ସାରା ଦେଶରେ ଚୀନ୍ ବିରୋଧୀ ତାତି ନାରାବାଜିଠୁ କୁଶପୁତ୍ତଳିକା ଦାହ କରିବା ସହିତ ଚୀନି ସାମଗ୍ରୀ ଭଙ୍ଗା-ଜଳାଠୁ, ହୋର୍ଡିଂରେ କାଳି ବୋଳା ଆଦି ଚାଲିଛି। ବିହାର ପାଟନାରେ ତ ଗଧ ବେକରେ ଝୁଲିଛି ଚୀନ ରାଷ୍ଟ୍ରମୁଖ୍ୟଙ୍କ ଫଟୋ।

ମେଡ୍-ଇନ୍-ଚାଇନା ଦେଖିଲେ, ଖାଲି ଯେ ସାଧାରଣ ଜନତାଙ୍କ ରକ୍ତ ଫୁଟୁଛି ତା ନୁହେଁ, ବିଭିନ୍ନ ସଂଘ, ସଂଗଠନ, ଏପରିକି ସରକାରଙ୍କ ପକ୍ଷରୁ ବି ଚୀନ୍‌କୁ ଏକାଧିକ ଚାପୁଡ଼ା ଦେବାକୁ ଆରମ୍ଭ ହୋଇଛି କସରତ। ତଣ କଣ ସବୁ ଯୋଜନା ହୋଇଛି ପଏଣ୍ଟରେ ଜାଣନ୍ତୁ।

Advertisment

୧: ଗୁଇନ୍ଦା ସଂସ୍ଥା ସ୍କାନର୍ରେ ଟିକ୍‌ଟକ୍, ଜୁମ୍, ସେୟାର୍ ଇଟ୍, ବିୟୁଟିପ୍ଲସ୍ ଭଳି ଚାଇନା ଲିଙ୍କ୍ ଥିବା ୫୨ଟି ମୋବାଇଲ୍ ଆପ୍। ବ୍ୟକ୍ତିଗତ ତଥ୍ୟ ଚୋରି ଆଶଙ୍କା ଥିବାରୁ ଏଗୁଡ଼ିକୁ ବ୍ୟାନ୍ କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଯାହାକୁ ନ୍ୟାସନାଲ୍ ସିକ୍ୟୁରିଟି କାଉନସିଲ୍ ସେକ୍ରେଟାରିଆଟ୍ ମଧ୍ୟ ସମର୍ଥନ କରିଛି।

୨: ବେଜିଂ ନ୍ୟାସନାଲ୍ ରେଲେଓ୍ୱ ଗ୍ରୁପ୍ ସହ ୫୦୦ କୋଟି ଟଙ୍କାରର କାନପୁର ଫ୍ରିଟ୍ କରିଡର୍ ଚୁକ୍ତି ବାତିଲ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରେଲୱେ। ୨୦୧୬ର ଚୁକ୍ତି ଅନୁସାରେ, ୪୭୧ କିଲୋମିଟର ରେଳପଥରେ ସିଗ୍ନାଲିଂ ଓ ଟେଲି କମ୍ୟୁନିକେସନ୍ କାମ ୨୦୧୯ରେ ସରିବା କଥା, ହେଲେ ଏବେସୁଦ୍ଧା ଏହା ମାତ୍ର ୨୦ ପ୍ରତିଶତ ଆଗେଇଥିବାରୁ ଚୁକ୍ତି ବାତିଲ କରିବାକୁ ନିଷ୍ପତ୍ତି ହୋଇଛି।

Advertisment

୩:  ବିଏସ୍ଏନ୍ଏଲ୍‌କୁ ଫୋର୍-ଜି ସେବାର ଉନ୍ନୟନ କାର୍ଯ୍ୟ ପାଇଁ ଚୀନ ନିର୍ମିତ ସରଞ୍ଜାମ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଟେଲିକମ୍ ବିଭାଗ। ଏମ୍‌ଟିଏନ୍ଏଲ୍‌କୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

୪: ଭାରତୀୟ ସାମାନ୍-ହମାରା ଅଭିମାନ କ୍ୟାମ୍ପେନ୍‌ରେ ୫୦୦ଟି ଚୀନ ଉତ୍ପାଦକୁ ବର୍ଜନ କରିବାକୁ ଆହ୍ୱାନ ଦେଇଛି ସର୍ବଭାରତୀୟ ବଣିକ ମହାସଂଘ-ସିଏଆଇଟି। ମହାସଂଘ ପକ୍ଷରୁ ଭିଭୋ, ଅପୋ, ସାଓମି, ରିଅଲ୍‌ମି ଆଦି ଚୀନି ସାମଗ୍ରୀର ବିଜ୍ଞାପନ ନକରିବାକୁ ଫିଲ୍ମ ଓ କ୍ରୀଡ଼ା ଜଗତ ସେଲିବ୍ରିଟିଙ୍କୁ ଅନୁରୋଧ କରି ଖୋଲା ଚିଠି ଲେଖାଯାଇଛି। ଏହି ସେଲିବ୍ରିଟି ତାଲିକାରେ ଆମିର୍, ସଲ୍‌ମାନ୍, ରଣବୀର ସିଂ ଓ ରଣବୀର କପୁର, ଦୀପିକା, କ୍ୟାଟ୍ରିନା ଓ ବିରାଟ କୋହଲି ବି ଅଛନ୍ତି।

୫: ଦିଲ୍ଲୀ-ମିରଟ୍ ରିଜିଅନାଲ୍ ରାପିଡ୍ ଟ୍ରାଂଜିଟ୍ ସିଷ୍ଟମ୍ ପାଇଁ ସାଂଘାଇ ଟନେଲ୍ ଇଞ୍ଜିନିୟରିଂ ସର୍ବନିମ୍ନ ବିଡର୍ ଥିବାରୁ, ଏହାକୁ ବାତିଲ୍ କରିବାକୁ ଦାବି କରିଛି ସ୍ୱଦେଶୀ ଜାଗରଣ ମଞ୍ଚ।

ଚୀନ୍ ଉତ୍ପାଦିତ ସାମଗ୍ରୀ ପାଇଁ ଭାରତ ଏକ ବିଶାଳ ବଜାର। ତେଣୁ ଭାରତରେ ଯଦି ଚୀନି ସାମଗ୍ରୀ ବର୍ଜନ ଅଭିଯାନ ଜୋର୍ ଧରେ, ତେବେ ବୁଲେଟ୍ ପୂର୍ବରୁ ଓ୍ୱାଲେଟ୍‌ରେ ଚୀନ୍ ମାତ୍ ଖାଇବାର ଯଥେଷ୍ଟ ସମ୍ଭାବନା ରହିଛି।

Indian Army India-China Face Off India China Border Fight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ