dhanusha
ଚେନ୍ନାଇ: ତାମିଲ ସୁପରଷ୍ଟାର ଧନୁସ ଓ ତାମିଲନାଡୁ ରାଜନେତା ବିଜୟକାନ୍ତଙ୍କ ଘରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଲା ଦୁର୍ବୃତ୍ତ। ପୋଲିସ କଣ୍ଟ୍ରୋଲ୍ ରୁମ୍କୁ ଦୁଇଟି ଅଲଗା ଅଲଗା ଫୋନ୍ କରି ଉଭୟ ସେଲିବ୍ରିଟିଙ୍କ ଘରେ ବୋମା ଫିଟ୍ କରାଯାଇଥିବା ନେଇ ଦୁର୍ବୃତ୍ତ କହିବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଆପରେସନ ଆରମ୍ଭ କରିଥିଲା ପୋଲିସ। କିନ୍ତୁ ସେଠାରେ ପହଞ୍ଚିବା ପରେ ସେମିତି କୌଣସି ବିସ୍ଫୋରକ ବସ୍ତୁ ମିଳିନଥିଲା।
ସୂଚନା ଅନୁସାରେ, ଅକ୍ଟୋବର ୧୮ ତାରିଖରେ ପୋଲିସ କଣ୍ଟ୍ରୋଲ୍ ରୁମ୍କୁ କେହି ଜଣେ ଦୃର୍ବୃତ୍ତ ଦୁଇଥର ଫୋନ୍ କରିଥିଲା। ଧନୁଶଙ୍କର ଅଭିରାମପୁରମରେ ଥିବା ଘର ଓ ବିରୁଗମ୍ବକ୍କମରେ ଥିବା ବିଜୟକାନ୍ତଙ୍କ ଘରେ ବୋମା ଫିଟ୍ କରାଯାଇଥିବା ପୋଲିସକୁ କହିଥିଲା ଦୁର୍ବୃତ୍ତ। ଫୋନ୍ ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। କିନ୍ତୁ ସେଠାରେ କୌଣସି ବିସ୍ଫୋରକ ସାମଗ୍ରୀ ନ ମିଳିବାରୁ ଏହା ଏକ ଫେକ୍ କଲ୍ ଥିଲା ବୋଲି ଜାଣିବାକୁ ପାଇଥିଲା ପୋଲିସ। ଜଣେ ବ୍ୟକ୍ତି ଦୁଇଥର ଫୋନ୍ କରି ଏଭଳି ଧମକ୍ ଦେଇଥିଲା। ପୋଲିସ ଏବେ ତାକୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରଖିଛି।
ତେବେ ଗତ କିଛିମାସ ହେବ କଲିଉଡ୍ ସିନେ ଇଣ୍ଡଷ୍ଟ୍ରିର ଷ୍ଟାରଙ୍କୁ ବୋମା ଆଟାକ ଧମକ ମିଳୁଛି। ପୂର୍ବରୁ ରଜନୀକାନ୍ତ, ବିଜୟ ଅଜିତ ଏବଂ ସୂର୍ଯ୍ୟା ମଧ୍ୟ ମିଛ ବୋମା ଆଟାକ୍ ଧମକ୍ ପାଇଥଲେ। ତେବେ ଜଣେ ମାନସିକ ଅନଗ୍ରସର ବ୍ୟକ୍ତି ଏପରି ଧମକ ଦେଇଥିଲା ବୋଲି ପୋଲିସ ତଦନ୍ତରେ ଜାଣିବାକୁ ପାଇଥିଲା। ଏବେ ଧନୁଶ ଓ ବିଜୟକାନ୍ତଙ୍କ ଘରେ ବୋମ୍ ରଖାଯାଇଥିବା ଧମକ ସେହି ମାନସିକ ଅନଗ୍ରସର ବ୍ୟକ୍ତିଙ୍କର କି ଅନ୍ୟ କାହାର ତାହା ଜାଣିବାକୁ ତଦନ୍ତ ଜାରି ରଖିଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dhanusha_1625231028.jpg)