Advertisment

ନଦୀ ଶଯ୍ୟାରୁ ମିଳିଲା ବହୁ ମୃତଦେହ, ବାଲିରେ ପୋତା ଯାଇଥିଲା

ଲକ୍ଷ୍ନୌ: କିଛିଦିନ ତଳେ ଉତ୍ତର ପ୍ରଦେଶ ଓ ବିହାରରେ ଗଙ୍ଗା ନଦୀରେ କୁଢ଼ କୁଢ଼ ଶବ ଭାସିବାର ଦୃଶ୍ୟ ପରେ ଏବେ ଉତ୍ତର ପ୍ରଦେଶ ଉନ୍ନାଓ ଜିଲ୍ଲାର ୨ଟି ସ୍ଥାନରେ ଗଙ୍ଗା ନଦୀ ଶଯ୍ୟାରେ ବାଲିରେ ବହୁ ସଂଖ୍ୟକ ମୃତଦେହ ପୋତା…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ନଦୀ ଶଯ୍ୟାରୁ ମିଳିଲା ବହୁ ମୃତଦେହ, ବାଲିରେ ପୋତା ଯାଇଥିଲା

deadbody buried

ଲକ୍ଷ୍ନୌ: କିଛିଦିନ ତଳେ ଉତ୍ତର ପ୍ରଦେଶ ଓ ବିହାରରେ ଗଙ୍ଗା ନଦୀରେ କୁଢ଼ କୁଢ଼ ଶବ ଭାସିବାର ଦୃଶ୍ୟ ପରେ ଏବେ ଉତ୍ତର ପ୍ରଦେଶ ଉନ୍ନାଓ ଜିଲ୍ଲାର ୨ଟି ସ୍ଥାନରେ ଗଙ୍ଗା ନଦୀ ଶଯ୍ୟାରେ ବାଲିରେ ବହୁ ସଂଖ୍ୟକ ମୃତଦେହ ପୋତା ଯାଇଥିବା ଦେଖିବାକୁ ମିଳିଛି।

Advertisment

ଶବ ଗୁଡ଼ିକ ବାଲିରେ ପୋତା ଯାଇଥିବାବେଳେ ଅଧିକାଂଶ ମୃତଦେହ ଉପରେ ଧଳା ରଙ୍ଗର ଚାଦର ଘୋଡ଼ା ଯାଇଥିବା ନଜର ଆସିଛି। ସୋସିଆଲ୍‌ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେଉଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଯେଉଁ ୨ଟି ସ୍ଥାନରେ ଶବ ଗୁଡ଼ିକ ପୋତା ଯାଇଛି, ସେଥିମଧ୍ୟରୁ ଗୋଟିଏ ସ୍ଥାନରେ ଶବଦାହ କରାଯାଇଥାଏ। ଉନ୍ନାଓ ସମେତ ୩ଟି ଜିଲ୍ଲାର ଲୋକ ଆସି ଏଠାରେ ଶବଦାହ କରିଥାନ୍ତି। ହେଲେ ପୋତା ଯାଇଥିବା ତେବେ ଏହି ସବୁ ମୃତଦେହ କାହାର, ସେମାନେ କୋଭିଡରେ ଆକ୍ରାନ୍ତ ଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ଘଟଣାକୁ ନେଇ ଜିଲ୍ଲା ମାଜିଷ୍ଟ୍ରେଟ୍‌ ରବୀନ୍ଦ୍ର କୁମାରଙ୍କ କହିଛନ୍ତି, ‘କିଛି ଲୋକ ଶବ ନପୋଡ଼ି ଏହାକୁ ନଦୀ କୂଳରେ ବାଲିରେ ପୋତି ଦେଉଛନ୍ତି। ଏସମ୍ପର୍କରେ ସୂଚନା ମିଳିବା ପାଇବା ପରେ ଘଟଣାସ୍ଥଳକୁ ଅଧିକାରୀଙ୍କୁ ପଠାଇଥିଲି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

Advertisment

ଆଜି ସକାଳେ, ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପୋତା ଯାଇଥିବା ଶବ ଗୁଡ଼ିକୁ ବାଲି ଭିତରୁ ବାହାର କରି ପୁଣିଥରେ ଗଭୀର ଗାତ ଖୋଳି ଆଉଥରେ ଏହାକୁ ସେହି ସ୍ଥାନରେ ପୋତି ଥିଲେ।

ଗଙ୍ଗାନଦୀରେ ମୃତ ଦେହ ନ ଫିଙ୍ଗିବାକୁ ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲା ପ୍ରଶାସନ ଲୋକଙ୍କୁ ନିବେଦନ କରିଛି। ଗଙ୍ଗାଘାଟରେ ରହୁଥିବା ଅଧିବାସୀଙ୍କୁ ପୋଲିସ ଅପିଲ୍ କରି କହିଛି ଯେ, ଘାଟରେ ଅନ୍ତିମ ସଂସ୍କାର କରି ପାରିବେ। କିନ୍ତୁ ଶବକୁ ନଦୀରେ ପ୍ରବାହିତ କରନ୍ତୁ ନାହିଁ। କେବଳ ସେତିକି ନୁହେଁ ବାହାରର ଲୋକ ଯଦି କେହି ମୃତଦେହକୁ ଆଣି ଏଠାରେ ପ୍ରବାହିତ କରନ୍ତି ତେବେ ସେମାନଙ୍କୁ ସଚେତନ କରାଇବା ସହ ଏପରି ନ କରିବାକୁ କହିବାକୁ ଅପିଲ କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଲଗାତାର ପାଟ୍ରୋଲିଂ କରାଯାଇ ଏହା ଉପରେ ନଜର ରଖାଯାଇଥିବା ମଧ୍ୟ କୁହାଯାଇଛି।

ସୂଚନାଥାଉ କି, କିଛିଦିନ ତଳେ ବିହାର ବକ୍ସର ଜିଲ୍ଲାର ଚୌସା ସ୍ଥିତ ମହାଦେବ ଘାଟର ଗଙ୍ଗା ନଦୀରେ ୪୦ରୁ ଅଧିକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଲୋକମାନେ ଭୟଭୀତ ହୋଇଯାଇଥିଲେ। ମୃତଦେହ ଗୁଡ଼ିକ ଉତ୍ତର ପ୍ରଦେଶରୁ ନଦୀରେ ଭାସି ଆସିଥିବା ବେଳେ ଏମାନେ ସମସ୍ତେ କରୋନା ରୋଗୀ ବୋଲି ସନ୍ଦେହ କରାଯାଉଥିଲା।

Advertisment
Advertisment