Advertisment

ଦିଲ୍ଲୀରେ ଆଇଇଡି ବିସ୍ଫୋରଣ

ନୂଆଦିଲ୍ଲୀ: ଗୋଟିଏ ପଟେ କୃଷକ ଆନ୍ଦୋଳନ, ଅନ୍ୟପଟେ ବିସ୍ଫୋରଣ। ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି। ଦୂତାବାସ ଠାରୁ ମାତ୍ର ୧୫୦ ମିଟର ଦୂରରେ ଆଜି ଅପରାହ୍ନ ୫.୫ ମିନିଟ ସମୟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪-୫ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଥିବା ବେଳେ ମୃତାହତ ହେବା ନେଇ କୌଣସି ସୂଚନା ମିଳି ନାହିଁ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି। ତେବେ ବିସ୍ଫୋରଣରେ ଛୋଟ ଧରଣର ହୋଇଥିବା ଦିଲ୍ଲୀ […]

ଦିଲ୍ଲୀରେ ଆଇଇଡି ବିସ୍ଫୋରଣ

blast-in-delhi

Advertisment

ନୂଆଦିଲ୍ଲୀ: ଗୋଟିଏ ପଟେ କୃଷକ ଆନ୍ଦୋଳନ, ଅନ୍ୟପଟେ ବିସ୍ଫୋରଣ। ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି। ଦୂତାବାସ ଠାରୁ ମାତ୍ର ୧୫୦ ମିଟର ଦୂରରେ ଆଜି ଅପରାହ୍ନ ୫.୫ ମିନିଟ ସମୟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪-୫ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଥିବା ବେଳେ ମୃତାହତ ହେବା ନେଇ କୌଣସି ସୂଚନା ମିଳି ନାହିଁ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି। ତେବେ ବିସ୍ଫୋରଣରେ ଛୋଟ ଧରଣର ହୋଇଥିବା ଦିଲ୍ଲୀ ପୋଲିସ କହିଛି। ତେବେ କାହିଁକି ବିସ୍ଫୋରଣ ହେଲା କିଏ ବିସ୍ଫୋରଣ କଲା ସେ ସମ୍ପର୍କରେ ସୂଚନା ମିଳିପାରି ନାହିଁ।

Advertisment

ଦିଲ୍ଲୀ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରିଖିଛି। ଏହି ବିସ୍ଫୋରଣ ପରେ ସତର୍କ ହୋଇଯାଇଛି ପୋଲିସ। ପୂରା ଅଞ୍ଚଳକୁ କର୍ଡନ କରାଯିବା ସହିତ ବହୁ ପରିମାଣରେ ପୋଲିସ ମୁତୟନ କରାଯାଇଛି। ପୋଲିସର ସୂଚନା ଅନୁସାରେ ଏହି ବିସ୍ଫୋରଣ ଏକ ପକ୍କା ଘରେ ଘଟିଛି। ଏଥିରେ କିଛି କାର୍ କାଚ ଭାଙ୍ଗି ଯାଇଛି।

ତେବେ ଆଜି ଦିଲ୍ଲୀର ବିଜୟ ଚୌକ ଠାରେ ଧ୍ୱାଜାବତରଣ ଉତ୍ସବ ଚାଲିଥିବା ବେଳେ ସେଠାରୁ ୨ କିମି ଠାରୁ ବି ଦୂରରେ ଏହି ଆଇଇଡି ବିସ୍ଫୋରଣ ହୋଇଛି। ଧ୍ୱଜାବତରଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅନ୍ୟ ବଡ଼ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

Advertisment

ଦିଲ୍ଲୀର କଡ଼ା ସୁରକ୍ଷା ସ୍ଥଳରେ ଏହି ବିସ୍ଫୋରଣ ଘଟିବା ପରେ ତୁରନ୍ତ ଏକ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣା ଆଶଙ୍କା କରି ଅଗ୍ନିଶମ ବାହିନି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବା ସହିତ ଦିଲ୍ଲୀର ବଡ଼ ପୋଲିସ ପଦାଧିକାରୀ ମଧ୍ୟ ସେଠାରେ ପହଞ୍ଚିଛନ୍ତି।

ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି " ଜିନ୍ଦଲ ହାଉସ ତଥା ଏପିଡେ ଅବଦୁଲ କଲମା ରୋଡ୍ ନିକଟରେ ଅପରାହ୍ନ ୫.୫ ସମୟର ଏକ ନିମ୍ନ ଶବ୍ଦକାରୀ ଆଇଡି ବିସ୍ଫୋରଣ ହୋଇଥିଲା। ତେବେ ନିକଟରେ ପାର୍କ ହୋଇଥିବା ୩ଟି ଗାଡ଼ିର କାଚ ଭାଙ୍ଗିବା ବ୍ୟାତୀତ ଏଥିରେ କେହି ଆହତ ହୋଇ ନାହାନ୍ତି କି କୌଣସି ସମ୍ପତ୍ତି କ୍ଷତି ହୋଇ ନାହିଁ।" ଦିଲ୍ଲୀ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିବା ପାଇଁ କେହି ଏପରି ଅପଚେଷ୍ଟା କରିଥାଇ ପାରନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Advertisment

ତେବେ ଭାରତ ଓ ଇସ୍ରାଏଲ୍ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୨୯ ବର୍ଷ ପୂରିଛି। ଉଭୟ ଦେଶ ଏଥିପାଇଁ ଉତ୍ସବ ପାଳନ କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଛି। ତେଣୁ ଏହି ଘଟଣାକୁ ନେଇ ବିଭିନ୍ନ ଦୃଷ୍ଟି କୌଣରୁ ଦେଖାଉଥିବା ବେଳେ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ