Advertisment

୫ ରାଜ୍ୟ ଲାଗି ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି, ସେପଟେ ବଙ୍ଗରେ ରୋଡ୍‌ ସୋ' କରିବେ ଶାହ

୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିପାରେ। ଗତକାଲି ବିଜେପିର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଅନେକ ବିଚାର ବିମର୍ଷ କରାଯାଇଛି। ଏହାସହ ବିଳମ୍ବିତ ରାତିରେ ବୈଠକ ଶେଷ ହୋଇଛି।

author-image
Sarbeswar
୫ ରାଜ୍ୟ ଲାଗି ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି, ସେପଟେ ବଙ୍ଗରେ ରୋଡ୍‌ ସୋ' କରିବେ ଶାହ

amit saha

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିପାରେ। ଗତକାଲି ବିଜେପିର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଅନେକ ବିଚାର ବିମର୍ଷ କରାଯାଇଛି। ଏହାସହ ବିଳମ୍ବିତ ରାତିରେ ବୈଠକ ଶେଷ ହୋଇଛି। ତାମିଲନାଡୁ, କେରଳ, ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି। ତାମିଲନାଡୁରେ ବିଜେପି ଏଆଇଏଡିଏମକେ ସହ ମେଣ୍ଟ କରିଥିବା ବେଳେ ରାଜ୍ୟର ୨୬ ସିଟରେ ପ୍ରାର୍ଥୀ ଦେବ।

Advertisment

ଏନେଇ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ନାଁରେ ମୋହର ଲାଗିପାରେ। ଆସାମରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଓ ପଶ୍ଚିମବଙ୍ଗ ଲାଗି ମଧ୍ୟ ଆଉ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକାରେ ଘୋଷଣା କରିପାରେ ବିଜେପି। ନୂଆଦିଲ୍ଲୀ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଯୋଗ ଦେଇଥିବା ନେଇ ସୂଚନା ମିଳିଛି।

ସେପଟେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନକୁ ଜୋରଦାର କରିଛି ବିଜେପି। ପ୍ରଚାର ପାଇଁ ଆଜିଠୁ ଦୁଇ ଦିନିଆ ଆସାମ ଓ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସାମ ଓ ପଶ୍ଚିମବଙ୍ଗରେ ସାଧାରଣ ସଭାକୁ ଉଦବୋଧନ ଦେବା ସହ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେବେ ଶାହ। ଆସାମର ମାର୍ଗାରିଟା ଏବଂ ନାଜିରାରେ ଆଜି ଦୁଇଟି ସାଧାରଣ ସଭାରେ ଯୋଗ ଦେବେ କେନ୍ଦ୍ର ଗୃହମନ୍ତ୍ରୀ।

Advertisment

ପରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଖଡ଼ଗପୁରରେ ଆଜି ସଂଧ୍ୟାରେ ଶାହ ରୋଡ୍ ସୋ କରିବା କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ପଶ୍ଚିମବଙ୍ଗର ଝାରଗ୍ରାମ ଏବଂ ରାଣୀବନ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ଶାହ। ଏଥିସହ ଏକ ଟାଉନ୍ ହଲ୍ କାର୍ଯ୍ୟକ୍ରମରେ  ସାମିଲ ହେବା ପରେ ଗୌହାଟି ଫେରିବେ କେନ୍ଦ୍ର ଗୃହମନ୍ତ୍ରୀ।

ତେବେ ଗତ ମାର୍ଚ୍ଚ ୬ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି। ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦୀଗ୍ରାମରୁ ପ୍ରାର୍ଥୀ କରିଛି ଦଳ। ୨୦୧୧ରୁ ଶୁଭେନ୍ଦୁ ଏହି ଆସନରୁ ଟିଏମସି ଟିକେଟ୍‌ରେ ଜିତି ଆସୁଥିଲେ। ହେଲେ ଗତବର୍ଷ ଡିସେମ୍ବର ସେ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ତେବେ ଶୁଭେନ୍ଦୁ ଏଥର ନନ୍ଦୀଗ୍ରାମରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଶଙ୍କା କରି ତାଙ୍କୁ ଟକ୍କର ଦେବାକୁ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଛାଡ଼ି ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ୍ ୧ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ନନ୍ଦୀଗ୍ରାମ ପାଇଁ ଭୋଟିଂ ଆରମ୍ଭ ହେବ।

West Bengal Election 2021
Advertisment
Advertisment