Advertisment

ବିଜେପି ସାଂସଦଙ୍କୁ ଏହି ଦେଶରୁ ଆସିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଜେପି ସାଂସଦ ସାକ୍ଷୀ ସିଂହ ମହାରାଜଙ୍କୁ ପାକିସ୍ତାନରୁ ଧମକ ଆସୁଛି। କେହି ଦୁର୍ବୃତ୍ତ ବାରମ୍ବାର ଫୋନ୍‌ କରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଓ ଧମକ ଦେଇଛି। ଏନେଇ ଉନ୍ନାଓ ଥାନାରେ ମାମଲା ରୁଜୁ କରିଛନ୍ତି ସାଂସଦ। ଜୀବନକୁ ବିପଦ ଥିବା ଦର୍ଶାଇ ଥାନାରେ ମାମଲା କରିବା ସହିତ ତ୍ୱରତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାକ୍ଷୀ ମହାରାଜ। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସାଂସଦ କହିଛନ୍ତି, ଦୃର୍ବୃତ୍ତ ଜଣକ ବାରମ୍ବାର ପାକିସ୍ତାନ […]

ବିଜେପି ସାଂସଦଙ୍କୁ ଏହି ଦେଶରୁ ଆସିଲା ହତ୍ୟା ଧମକ

sakhi-maharaja

Advertisment

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଜେପି ସାଂସଦ ସାକ୍ଷୀ ସିଂହ ମହାରାଜଙ୍କୁ ପାକିସ୍ତାନରୁ ଧମକ ଆସୁଛି। କେହି ଦୁର୍ବୃତ୍ତ ବାରମ୍ବାର ଫୋନ୍‌ କରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଓ ଧମକ ଦେଇଛି। ଏନେଇ ଉନ୍ନାଓ ଥାନାରେ ମାମଲା ରୁଜୁ କରିଛନ୍ତି ସାଂସଦ। ଜୀବନକୁ ବିପଦ ଥିବା ଦର୍ଶାଇ ଥାନାରେ ମାମଲା କରିବା ସହିତ ତ୍ୱରତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାକ୍ଷୀ ମହାରାଜ।

Advertisment

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସାଂସଦ କହିଛନ୍ତି, ଦୃର୍ବୃତ୍ତ ଜଣକ ବାରମ୍ବାର ପାକିସ୍ତାନ ବିଷୟରେ କହୁଥିଲା। ଗତକାଲି ଅପରାହ୍ନ ୪ଟା ବେଳେ ଦୁର୍ବୃତ୍ତ ଜଣକ ପୁଣିଥରେ ଫୋନ୍ କରିଥିଲା। ମୋ ଘରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେବା ସହିତ ରାମ ମନ୍ଦିର ନିର୍ମାଣ ବିଷୟରେ ବହୁତ ଖରାପ କଥା କହୁଥିଲା। ତେଣୁ ମୁଁ ଭାବୁଛି ପାକିସ୍ତାରୁ ହିଁ ଏହି ହତ୍ୟା ଧମକ ଆସୁଛି ବୋଲି ସାଂସଦ କହିଛନ୍ତି।

ରାଜ୍ୟରେ ଓ କେନ୍ଦ୍ରରେ ବିଜେପି ସରକାର ରହିଛି। ତେଣୁ ଏ ସମ୍ପର୍କରେ ସରକାର ସମ୍ବେଦନଶୀଳ ହେବା ଦରକାର। ମୋ ଜୀବନ ସୁରକ୍ଷା କରିବା ଦାୟିତ୍ୱ ତାଙ୍କର ବୋଲି ସେ କହିଛନ୍ତି।

Advertisment

ଘଟଣା ସମ୍ପର୍କରେ ଉନ୍ନାଓ ଏସ୍‌ପି କହିଛନ୍ତି, ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସର୍ଭିଲାନ୍ସ ଟିମ୍‌ର ବି ସାହାଯ୍ୟ ନିଆଯିବ। ମହାରାଜଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ଦିଆଯାଇଛି। ଧମକ୍‌ପୂର୍ଣ୍ଣ ଫୋନ୍ କଲ୍‌ ପରେ ତାଙ୍କ ସୁରକ୍ଷା ବିଷୟରେ ବିଚାର କରାଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ