/odishatv-khabar/media/post_attachments/uploadimage/library/16_9/16_9_0/modi-3_1626341721.jpg)
modi
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ନିଜ ଇସ୍ତାହାର ପ୍ରକାଶ କରିବ। ଏହା ପୂର୍ବରୁ ଗତକାଲି ବିଜେପି ନିଜ ଥିମ୍ ସଙ୍ଗ୍ ରିଲିଜ୍ କରିଥିଲା। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହାକୁ ବିଧିବଦ୍ଧ ଭାବେ ରିଲିଜ୍ କରିଥିଲେ।
Advertisment
୧୪ ନିର୍ବାଚନ ପରଠୁ ଆଜି ପର୍ଯ୍ୟନ୍ତ ବିଜେପିର ସଫଳତାକୁ ଏହି ଭିଡିଓରେ ଦର୍ଶାଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ବିମୁଦ୍ରୀକରଣ, ଜିଏସ୍ଟି ଫାଇଦାକୁ ବିସ୍ତୃତ ଭାବେ ଦର୍ଶାଯାଇଛି। ଏହାସହ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍, ଯୋଗର ଉପକାରିତା, ଛାତ୍ର ବୃତ୍ତି ଭଳି ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ବି ଏଥିରେ ସାମିଲ କରାଯାଇଛି।
ପୁଣି ଥରେ ମୋଦିଙ୍କୁ ଭୋଟ୍ ଦେବାକୁ ବିଜେପି ଏଥିରେ ନିବେଦନ କରିଛି। ଗତକାଲି ଓଡ଼ିଶା ପାଇଁ ନୂଆ ଓଡ଼ିଶା ସଂକଳ୍ପ ପତ୍ର ନାଁରେ ଇସ୍ତାହାର ପ୍ରକାଶ କରିଥିଲା ଦଳ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)