Advertisment

ବିଚ୍ ବଜାରରେ ବିଜେପି ନେତାଙ୍କୁ ହତ୍ୟା

ଗୟା: ବିହାରର ଗୟା ଅଞ୍ଚଳରେ ସିଭିଲ୍ କୋର୍ଟ ଓକିଲ ଓ ବିଜେପି ନେତା ରଞ୍ଜିତ କୁମାର ସିଂହଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ୱଜିରଗଞ୍ଜ ଥାନା ନିକଟରେ ଏହି ଘଟଣା ଘଟିଛି। ମୃତକ ରଞ୍ଜିତ କୁମାର ବିହାର ବିଧାନ ପରିଷଦ ଅଧ୍ୟକ୍ଷ ଅୱଦେଶ ନାରାୟଣ ସିଂହଙ୍କ ପ୍ରଥମ କାର୍ଯ୍ୟାଳୟରେ ୱଜିରଗଞ୍ଜ ବିଧାନସଭା ପାଇଁ ମନୋନୀତ ପ୍ରାର୍ଥୀ ତଥା ବିଜେପି ୱଜିରଗଞ୍ଜ ମଣ୍ଡଳ ଉପସଚିବ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସବୁଦିନ ପରି ଶୁକ୍ରବାର ସକାଳେ ରଞ୍ଜିତ ସିଂହ […]

author-image
Ranjeet Kumar Jena
ବିଚ୍ ବଜାରରେ ବିଜେପି ନେତାଙ୍କୁ ହତ୍ୟା

bjp

ଗୟା: ବିହାରର ଗୟା ଅଞ୍ଚଳରେ ସିଭିଲ୍ କୋର୍ଟ ଓକିଲ ଓ ବିଜେପି ନେତା ରଞ୍ଜିତ କୁମାର ସିଂହଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ୱଜିରଗଞ୍ଜ ଥାନା ନିକଟରେ ଏହି ଘଟଣା ଘଟିଛି। ମୃତକ ରଞ୍ଜିତ କୁମାର ବିହାର ବିଧାନ ପରିଷଦ ଅଧ୍ୟକ୍ଷ ଅୱଦେଶ ନାରାୟଣ ସିଂହଙ୍କ ପ୍ରଥମ କାର୍ଯ୍ୟାଳୟରେ ୱଜିରଗଞ୍ଜ ବିଧାନସଭା ପାଇଁ ମନୋନୀତ ପ୍ରାର୍ଥୀ ତଥା ବିଜେପି ୱଜିରଗଞ୍ଜ ମଣ୍ଡଳ ଉପସଚିବ ଥିଲେ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସବୁଦିନ ପରି ଶୁକ୍ରବାର ସକାଳେ ରଞ୍ଜିତ ସିଂହ ବାଇକ୍ ଧରି ଏକା ଘରୁ ବାହାରିଥିଲେ। ଏହା ପରେ ମନଝୌଲୀରେ ଥିବା ଏକ ହେଟୋଲ ପାଖରେ କିଛି ଦୃବୃତ୍ତ ତାଙ୍କୁ ଅଟକାଇଥିଲେ। ଏହା ପରେ ରଞ୍ଜିତ ବାଇକରୁ ଓହ୍ଲାଇଥିଲେ। ଏହା ମଧ୍ୟରେ ଦୃବୃତ୍ତ ଓ ରଞ୍ଜିତଙ୍କ ମଧ୍ୟରେ କଥା କଟାକଟି ଏବଂ ହାତାହାତି ମଧ୍ୟ ହୋଇଥିଲା।

ଏହା ମଧ୍ୟରେ ଆକ୍ରମଣକାରୀ ରଞ୍ଜିତଙ୍କୁ ଗୁଳି ମାରିଥିଲେ, ଯାହା ତାଙ୍କ କାନ୍ଧରେ ବାଜିଥିଲା। ଏହା ପରେ ରଞ୍ଜିତ ନିଜ ଜୀବନ ବଞ୍ଚାଇବା ପାଇଁ ରାସ୍ତା ଅତିକ୍ରମ କରି ପାଖ କ୍ଷେତକୁ ଦୌଡ଼ି ପଳାଇଥିଲେ। କିନ୍ତୁ ଆକ୍ରମଣକାରୀ ତାଙ୍କର ପିଛା କରି ଆଉଥରେ ଗୁଳି ମାରିଥିଲେ। ଏହି ଗୁଳିଟି ସିଧା ରଞ୍ଜିତଙ୍କ ଛାତିରେ ବାଜିଥିଲା, ଯେଉଁକାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ରଞ୍ଜିତଙ୍କ ପାଖକୁ ଆସିଲା ବେଳକୁ ଆକ୍ରମଣକାରୀ ଫେରାର୍ ହୋଇଯାଇଥିଲେ। ଏହି ମାମଲାରେ ବିଜେପିର ମିଡିଆ ପ୍ରଭାରୀ ଯୁଗେଶ କୁମାର ଏସଏସପି ରାଜୀବ ମିଶ୍ରଙ୍କୁ ଘଟଣାରେ ସମ୍ପୃକ୍ତ ଅପରାଧିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

Advertisment
Advertisment